ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ

DSCN2883ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ରତଫରୁ ସନ୍ଧ୍ୟା ୫ ଘଟିକାରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ସମ୍ମୁଖରେ ଏଡ଼ସ୍ ନିରାକରଣ ସମ୍ବନ୍ଧୀୟ ସଚେତନତା ଏକ ମଶାଲ ରାଲି /ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଆଜୀବନ ସଦସ୍ୟ/ସଦସ୍ୟା, ଜୁନିଅର ରେଡ଼କ୍ରସ୍ ଓ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଏବଂ କାଉନସେଲର ତଥା ରେଡ଼କ୍ରସ୍ର କର୍ମଚାରୀମାନେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ଜ୍ଞାନବ୍ରତ ମହାନ୍ତି ଯୋଗଦେଇ ଆଜି ଦିନର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଏଡସ୍ ଭଳି ମାରାତ୍ମକ ରୋଗକୁ ସମାଜରୁ ଦୁରେଇ ଦେବାପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ, ସମାଜକୁ ସଚେତନ କରାଇବାପାଇଁ ଉସôାହିତ କରିଥିଲେ । ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିଦେ୍ଧ÷ର୍ଶକ ଡଃ ଅଜିତ ମିଶ୍ର ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଏଚ.୍ ଆଇ.ଭି. ଏଡସ୍ ଭଳି ରୋଗକୁ ଜନସଚେତନତା ମାଧ୍ୟମରେ ପ୍ରତିହତ କରିହେବ ବୋଲି ପ୍ରକାଶ କରିଥିଲେ ।

ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ତଥା ଯୁବ ରେଡକ୍ରସ୍ ଅଧିକାରୀ ଡଃ ମେଜର କଳ୍ପନା ଦାସ ଏହି ମଶାଲ ରାଲି /ମାନବ ଶୃଙ୍ଖଳ କାର୍ଯ୍ୟକ୍ରମକୁୁ ପରିଚାଳନା କରିଥିଲେ । ଶୀ୍ର ଭାଗ୍ୟଧର ସାହୁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ।

Share in top social networks!