ଜାତୀୟ ପୁଷ୍ଟି ମିଶନର ଗଠନ ଓଡିଶାର ଅପପୁଷ୍ଟି ସମସ୍ୟାକୁ ଦୂରିକରିବା ଦିଗରେ କେନ୍ଦ୍ର ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ : ବିଜେପି

RI Gherao (5) କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ପୁଷ୍ଟି ମିଶନ ଓଡିଶା ଭଳି ଏକ ଅପପୁଷ୍ଟି ସମସ୍ୟାରେ ଜର୍ଜରିତ ରାଜ୍ୟ ପାଇଁ ବରଦାନ ସଦୃଶ୍ୟ ହେବ ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା କହିଛନ୍ତି ।
ଶ୍ରୀମତି ପରିଡା କହିଛନ୍ତି ଯେ ଓଡିଶାରେ ନଗଡା ଭଳି ଅନେକ ଗାଁରେ ମା ଓ ଶିଶୁ ମାନେ ଆଜି ଅପପୁଷ୍ଟିରେ ଶିକାର, ଅନେକ ଗର୍ଭବତୀ ମହିଳା ମାନେ ରକ୍ତହୀନତାରେ ଶିକାର, ସେହିଭଳି ପରିବାର ମାନଙ୍କୁ ଜାତୀୟ ପୁଷ୍ଟି ମିଶନ ଅପପୁଷ୍ଟିର କରାଳ ଗ୍ରାସରୁ ରୋକି ପାରିବ ।
ଶ୍ରୀମତି ପରିଡା କହିଛନ୍ତି ଯେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତତ୍ୱାବଧାନରେ ହୋଇଥିବା ଏହି ମିଶନରେ ୩ ବର୍ଷରେ ସାରା ଦେଶରେ ମୋଟ ୯୦୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ଯାହା ଆଗରୁ କେଉଁ ସରକାର ସମୟରେ କେବେ ବି ହୋଇନଥିଲା । ମହିଳା ଓ ଶିଶୁ ମାନଙ୍କର ବିକାଶ ମୋଦି ସରକାରଙ୍କର ପ୍ରାଥମିକତାରେ ଅଛି ଏବଂ ଓଡିଶାକୁ ଏହି ଅର୍ଥର ଏକ ସିଂହଭାଗ ମିଳିବ ବୋଲି ଶ୍ରୀମତି ପରିଡା କହିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି କି ଏହି ଯୋଜନା ଓଡିଶା ପାଇଁ ସବୁଠାରି ବେଶି ଗୁରୁତ୍ୱ ବହନ କରେ ।
ସେହିପରି ରାଜ୍ୟ ସରକାରଙ୍କର ଅପାରଗତା କାରଣରୁ ଆଜି ରାଜ୍ୟରେ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ଓ ଅପପୃଷ୍ଟିରେ ସାରା ଭାରତରେ ନିନ୍ଦିତ ବୋଲି ଶ୍ରୀମତି ପରିଡା କହିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଏକ ଲକ୍ଷ ଗର୍ଭବତୀ ମାଙ୍କ ମଧ୍ୟରୁ ୨୨୨ ମା ଜଣ ମୃତୁ୍ୟ ବରଣ କରୁଛନ୍ତି ,ଯାହା ରାଜ୍ୟର ଦୁସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ରାଜ୍ୟରେ ପ୍ରତି ହଜାରେ ଜଣରେ ୪୦ ଜଣ ଶିଶୁ ମୃତ୍ୟୁ ବରଣ କରନ୍ତି ।
ଶ୍ରୀମତି ପରିଡା କହିଛନ୍ତି ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି କି ରାଜ୍ୟର ୮ ଲକ୍ଷ ୩୯ ହଜାର ୨୮୫ ଜଣ ଶିଶୁ ପୁଷ୍ଟିହୀନତାର ଶୀକାର ଯାହା ରାଜ୍ୟର ମୋଟ ଶିଶୁ ସଂଖ୍ୟାର ୨୨ ପ୍ରତିଶତ । ସେହିପରି ରାଜ୍ୟରେ ୪୫ ହଜାର ୫୩୬ ଜଣ ଶିଶୁ ଅତି ପୁଷ୍ଟିହୀନତାର ଶୀକାର ଅଛନ୍ତି । ଶିଶୁ ହିଁ ଆଗାମି ଦିନର ଭବିଷ୍ୟତ । ସୁସ୍ଥ ଶିଶୁ ହିଁ ସୁସ୍ଥ ଭାରତର ନିର୍ମାଣ କରିପାରିବ । କେନ୍ଦ୍ର ସରକାରଙ୍କର ଏହି ମିଶନ ଆଗାମି ଦିନରେ ଓଡିଶାକୁ ଅପପୁଷ୍ଟିର ସମସ୍ୟାରୁ ମୁକ୍ତି କରିପାରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

Share in top social networks!
Powered By Indic IME