ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ୱାଗତ କରି କୃତଜ୍ଞତା ଜଣାଇଲା ରାଜ୍ୟ ଅଣ-ଗେଜେଟେଡ୍‍ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା ଅମଲା ସଂଘ

1 ଜିଲ୍ଲାସ୍ତରୀୟ ଅମଲାମାନଙ୍କ ସର୍ବନିମ୍ନ ଯୋଗ୍ୟତା ସ୍ନାତକ କରାଯିବା ନେଇ ଗୁରୁବାର
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ରାଜ୍ୟ ଅଣ-ଗେଜେଟେଡ୍‍ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା ଅମଲା ସଂଘର ନେତୃବୃନ୍ଦ
ଏବଂ ସଦସ୍ୟମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଧନ୍ୟବାଦ ଓ କୃତଜ୍ଞତା
ଜଣାଇଛନ୍ତି ।
ବ୍ଲକ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ନିୟୋଜିତ ଅମଲାମାନଙ୍କ ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ସ୍ନାତକ (ଗ୍ରାଜୁଏସନ୍‍) ଯୋଗ୍ୟତା ପ୍ରଣୟନ
କରି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଗ୍ରାମାଞ୍ଚଳର ସ୍ନାତକ ଯୋଗ୍ୟତାଧାରୀ ବେକାର ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ
ବିପୁଳ ଉତ୍ସାହ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି ବୋଲି ଆଜି ରାଜ୍ୟ ଅଣ-ଗେଜେଟେଡ୍‍ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ
ସଂପାଦକ ବ୍ରଜକିଶୋର ନନ୍ଦ ଓ ଓଡ଼ିଶା ଅମଲା ସଂଘର ସାଧାରଣ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ
କରିଛନ୍ତି ।
ଶ୍ରୀ ନନ୍ଦ ଓ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଶିକ୍ଷା ଲାଭ କରି ଗ୍ରାମାଞ୍ଚଳର ଉନ୍ନତି ଦିଗରେ କାର୍ଯ୍ୟ କରିବାର ଯେଉଁ ସ୍ୱପ୍ନ
ଦୀର୍ଘଦିନ ଧରି ସମାଜର ସବୁବର୍ଗର ଶିକ୍ଷିତ ଯୁବକଯୁବତୀଙ୍କ ମଧ୍ୟରେ ଉଙ୍କି ମାରୁଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନିଷ୍ପତ୍ତି ଫଳରେ ତାହା ଆଜି ସମ୍ଭବ ହୋଇଛି । ସ୍ନାତକ ପ୍ରାର୍ଥୀଙ୍କ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତର
ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସମ୍ମାନଜନକ ସରକାରୀ ପଦପଦବୀ ଅଭାବ ହେଉଥିବା ପରିପ୍ରେକ୍ଷୀରେ କଲେଜ୍‍ମାନଙ୍କରେ ନିର୍ଦ୍ଧାରିତ ପାଠ୍ୟକ୍ରମରେ
ସ୍ଥାନ ପୂରଣ ହୋଇପାରୁନଥିଲା ।
ଏହିଭଳି ଏକ ଯୁଗାନ୍ତକାରୀ ନିଷ୍ପତ୍ତିରେ ରାଜ୍ୟରେ ବ୍ୟାପକ ଭାବେ ଶିକ୍ଷାର ପ୍ରସାର ହୋଇଥିବାର ପ୍ରମାଣ ଦେଉଥିବା ବେଳେ
‘ସହର ଆସୁ ଗାଁକୁ’ ପରିକଳ୍ପନାର ପ୍ରାସଂଗିକତାକୁ ପ୍ରତିଫଳିତ କରୁଛି । ଖଣ୍ଡିତ ବିଚାରଧାରା ନେଇ ସମାଜର ବିକାଶ ସମ୍ଭବ ନୁହେଁ
ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦିଗ୍‍ଦର୍ଶନ ଯୋଗାଇଛି । ଆଦିବାସୀ, ହରିଜନ, ଆର୍ଥôକ ଶ୍ରେଣୀ ଭୁକ୍ତ ଦୁର୍ବଳ ଶ୍ରେଣୀର
ବେକାର ଯୁବକଯୁବତୀ ଏହିଭଳି ଏକ ପରିପକ୍ୱ ନିଷ୍ପତ୍ତିରେ ଲାଭବାନ ହେବା ସ୍ୱାଭାବିକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଏହିଭଳି ବିକାଶମୁଖି ଦାବି ଦୀର୍ଘ ୫ଦଶନ୍ଧି ଧରି ରାଜ୍ୟ ଅଣ-ଗେଜେଟେଡ୍‍ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା ଅମଲା ସଂଘ
ସେମାନଙ୍କର ପ୍ରଥମ ଦାବି ଭାବେ ଉପସ୍ଥାପିତ କରିଆସୁଥିଲେ ମଧ୍ୟ ସଫଳତା ହାସଲ କରିବାର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ
ପରିଷଦର ମାନ୍ୟଗଣ୍ୟ ସଦସ୍ୟ, ବିଧାନସଭାର ମାନ୍ୟବର ସଦସ୍ୟ ଓ ମୁଖ୍ୟ ଶାସନ ସଚିବଙ୍କୁ ଶ୍ରୀ ନନ୍ଦ ଓ ଶ୍ରୀ ତ୍ରିପାଠୀ ଅକୁଣ୍ଠଚିତ୍ତରେ
ପ୍ରଦାନ କରିଛନ୍ତି ଓ ଆଶା କରିଛନ୍ତି ଯେ ଏହି ନିଷ୍ପତ୍ତିଟି ବିକାଶର ଗରୁଡ଼ ଖୁମ୍ବ ଭାବେ ସର୍ବଦା ବିକାଶିତ ହୋଇ ଆଗକୁ ଆଗ ବିସ୍ତାରିତ
ହେବ ।

Share in top social networks!