ରାଜ୍ୟ ସରକାର ତୁରନ୍ତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଘୋଷଣା କରନ୍ତୁ : ପ୍ରସାଦ

ଏବେ ରାଜ୍ୟ ସରକାରଙ୍କ ପାଖରେ ସମ୍ବଳର ଅଭାବ ନଥିବାବେଳେ ରାଜ୍ୟସରକାର •ଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ନଦେବା ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଜ୍ୟ ସରକାର ଭାରତୀୟ ତୈଳ ନିଗମ ଠାରୁ ବକେୟା ବାବଦରେ •ରି ହଜାର କୋଟି ଟଙ୍କା ପାଇଥିବାବେଳେ ମାସକୁ ୨୦୦ କୋଟି ଟଙ୍କା ଲେଖାଏଁ ମଧ୍ୟ ପାଉଛନ୍ତି । ସରକାର ଭାରତୀୟ ତୈଳ ନିଗମକୁ ବର୍ଷକୁ ୭୦୦ କୋଟି ଟଙ୍କା ବିନା ସୁଦ୍ଧରେ ଋଣ ଯୋଗାଇବା ପାଇଁ ଚୁକ୍ତି ମଧ୍ୟ କରିଛନ୍ତି । ସେପଟେ ଅଗାମୀ ଡିସେମ୍ବର ୩୧ସୁଦ୍ଧା ଖଣିମାଲିକ ମାନଙ୍କଠାରୁ ୧୮୦୦୦ କୋଟି ଟଙ୍କା ଜରିମାନା ବାବଦରେ ଆଦାୟ କରିବେ । ତେଣୁ ସରକାର ମାଲାମାଲ ଥିବାବେଳେ ଧାନ •ଷୀମାନଙ୍କ ପାଇଁ ବୋନସ୍ ଘୋଷଣା କରିବାରେ ଅସୁବିଧା କେଉଁଠି? ଦୁଃଖର ବିଷୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦେବା ଉପରେ କେନ୍ଦ୍ରଆଡ଼ୁ ସେଭଳି କୌଣସି କଟକଣା ନଥିଲାବେଳେ ରାଜ୍ୟ ସରକାର କଟକଣା କଥା କହି •ଷୀମାନଙ୍କୁ ଭୁଆଁ ବୁଲାଉଛନ୍ତି । ଗତ ଦୁଇବର୍ଷ ତଳେ ସୋହେଲା •ଷୀ ସମାବେଶରେ ନବୀନ ବାବୁ •ଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ଅତିରିକ୍ତ ଆର୍ଥିକ ସହାୟତା ଦେବାପାଇଁ ଘୋଷଣା କରିଥିଲା ବେଳେ ତାହା ପାଣିରେ ଗାର ହୋଇରହିଗଲା । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ସରକାରଙ୍କୁ ନିଦେ୍ର୍ଧଶ ଦେଇ ସେ ରାଜ୍ୟରେ •ଷୀମାନଙ୍କୁ ଧାନର ସହାୟକ ମୂଲ୍ୟ ଉପରେ ୩୦୦ ଟଙ୍କା ବୋନସ୍ ଦେବାର ବ୍ୟବସ୍ଥା କରିପାରିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ କେନ୍ଦ୍ର ବିଜେପି ସହ ସୁସମ୍ପର୍କ ସ୍ଥାପନ କରୁଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କାକୁ ବଢ଼ାଇବା କଥା କହିବା ପାଇଁ ଭୁଲି ଯାଉଛନ୍ତି କାହିଁକି? ୨୦୦୫ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୫୫୦ ଟଙ୍କା ଥିବାବେଳେ ୟୁପିଏ ସରକାର ଏହାକୁ ପର୍ଯ୍ୟୟକ୍ରମେ ବଢ଼ାଇ ୨୦୧୪ ମସିହାରେ ୧୪୧୦ଟଙ୍କାକୁ ଆଣିଥିଲେ । ପରିତାପର ବିଷୟ ପାଖାପାଖି •ରି ବର୍ଷ ସମୟ ମଧ୍ୟରେ ମୋଦି ସରକାର ମାତ୍ର ୧୪୦ଟଙ୍କା ବଢ଼ାଇଛନ୍ତି । ଏସବୁ ବିଷୟ ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କର •ଷୀବିରୋଧି ନୀତିକୁ ବାରମ୍ବାର ପ୍ରମାଣିତ କରୁଛି । ଶ୍ରୀ ହରିଚନ୍ଦନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ •ଷୀଙ୍କର ସମସ୍ତ କୃଷି ଋଣ ଛାଡ଼ କରିବାକୁ ଦାବି କରିଛନ୍ତି । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ତିନି ହଜାରଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କଲାବେଳେ ଏହା ଉପରେ ବୋନସ ତୂରନ୍ତ ଦେବାପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତ ଏବଂ ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME