ରାଜ୍ୟସ୍ତରୀୟ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ଆୟୋଜିତ

IMG_0230ମିଳିତ ଜାତିସଂଘର ନିଷ୍ପତ୍ତି ଅନୁଯାୟୀ ପତିବର୍ଷ ଡ଼ିସେମ୍ବର ୩ ତାରିଖ ଦିନ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଥାଏ । ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଡ଼ିସେମ୍ବର ୧ ତାରିଖଠାରୁ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ଏହି କ୍ରମରେ ଆଜି ଏକ ସାଧାରଣ ସଭା ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।

ଏଥ#ରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍.ଏସ୍.ଏମ୍.ଇ.ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ, ଭିନ୍ନକ୍ଷମମାନଙ୍କ ସହିତ ଅନ୍ୟ ସମସ୍ତେ ଏହି ବିଭାଗକୁ ନିଜର ବୋଲି ଭାବି ଆକୁ= ସହଯୋଗ ପ୍ରଦାନ କଲେ ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ସଫଳ ହୋଇପାରିବ । ସେ ଆହୁରି କହିଲେ ଯେ, ଭିନ୍ନକ୍ଷମମାନେ ସକ୍ଷମମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସମ୍ମାନର ସହିତ ବଞ୍ଚିବା ପାଇଁ ବ୍ୟବସ୍ଥା କରିବା ସରକାରଙ୍କ ଲକ୍ଷ୍ୟ । ଏଥ#ନିମନ୍ତେ ରାଜ୍ୟସ୍ତରରେ ଏକ ପ୍ରକୋଷ୍ଠ ସ୍ଥାପନ ସହିତ ଭିନ୍ନକ୍ଷମମାନଙ୍କର
ସର୍ବେକ୍ଷଣ କରାଯିବ । ସକ୍ଷମମାନଙ୍କଠାରୁ ଅଧ#କ ସଶକ୍ତ ହେବାପାଇଁ ସେ ଭିନ୍ନକ୍ଷମାନଙ୍କୁ ଆହ୍ୱାନ ଦେଇଥ#ଲେ ।

ଅନ୍ୟତମ ଅତିଥ# ଭାବେ ଯୋଗଦେଇ ଭିନ୍ନକ୍ଷମ ଆୟୁକ୍ତ ଡ଼.ମିନତୀ ବେହେରା ନିଜ ବକ୍ତବ୍ୟରେ କହିଲେ ଯେ, ଭିନ୍ନକ୍ଷମମାନେ Cଶ୍ୱର ସଦୃଶ । ସ୍ୱାର୍ଥ ତ୍ୟାଗ କରି ସମସ୍ତେ ସେମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ଭିନ୍ନକ୍ଷମ କମିଶନ ସେମାନଙ୍କୁ ସଶକ୍ତ, ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଅଧ#କାରର ସୁରକ୍ଷା ପାଇଁ ସର୍ବଦା ଚେଷ୍ଟିତ । ଭିନ୍ନକ୍ଷମ ଅଧ#କାର ଆଇନର କାର୍ଯ୍ୟକାରିତା ପାଇଁ କମିଶନ ଜିଲ୍ଲା ଓ ବ୍ଲକ୍ସ୍ତରରେ ସମୀକ୍ଷା ଜାରି ରଖିଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ୍ ଚନ୍ଦ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଚଳିତ ବର୍ଷ ରାଜ୍ୟର ସମସ୍ତ ଜିଲ୍ଲା, ପୌରାଞ୍ଚଳ ଓ ବ୍ଲକ୍ ସଦରମହକୁମାରେ ଏହି ଦିବସକୁ ମହାସମାରୋହରେ ପାଳନ କରାଯାଉଛି । ସେ୍ୱଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟକ ଦଳ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ସହଯୋଗ ଓ ସର୍ବୋପରି ଭିନ୍ନକ୍ଷମ ଭାଇଭଉଣୀମାନଙ୍କ ସମର୍ଥନରେ ଆଜିର ଏହି ମହୋତ୍ସବ ସମ୍ଭବପର ହୋଇପାରିଛି ।

ବିଭାଗୀୟ ନିର୍ଦ୍ଦେଶିକା ମାନଷୀ ନିମ୍ବାଲ ସ୍ୱାଗତ ଭାଷଣ ଦେଇଥ#ବା ବେଳେ ଅର୍ଥ ପରାମର୍ଶଦାତା ଶ୍ରୀ
ଅଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥ#ଲେ । ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ
କାର୍ଯ୍ୟକ୍ରମର ସଂଯୋଜନା କରିଥ#ଲେ ।
ଏଥ#ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସାମଲୟୁନିଟ୍ -୧ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ
ପଡ଼ିଆରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଯୋଗିତା, ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ରକ୍ତଦାନ
ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଭିନ୍ନକ୍ଷମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟମାନଙ୍କ ଉତ୍ପାଦିତ
ଦ୍ରବ୍ୟର ପ୍ରଦର୍ଶନୀ ଏବଂ ଇଡ଼କଲ୍ ପ୍ରେକ୍ଷାଳୟରେ ଫଟୋ ପ୍ରଦର୍ଶନୀ ଓ ଚଳଚ୍ଚିତ୍ର ମହୋତ୍ସବର ଶୁଭଉଦ୍ଘାଟନ
କରିଥ#ଲେ । କ୍ରୀଡ଼ା ପ୍ରତିଯୋଗିତାରେ ୨୫ଟି ସ୍ୱତନ୍ତ୍ର ବିଦ୍ୟାଳୟରୁ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଭାଗ ନେଇଥ#ବା
ବେଳେ ୮୦ଟି ଷ୍ଟଲ୍ରେ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ହୋଇଥ#ଲା । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଦ୍ୟାଳୟର
ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇଥ#ଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା କାଲି ସକାଳ ଘ.୫.୩୦ମ. ସମୟରେ ଏକ ସାମର୍ଥ୍ୟ ଗଣଦୌଡ଼
ଜନତା ମଇଦାନରୁ ଆରମ୍ଭ ହେବ ।

Share in top social networks!
Powered By Indic IME