ବେଦାନ୍ତ ପକ୍ଷରୁ ଅନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା ‘ମେଣ୍ଟରସ୍‍ ଟ୍ରଫି’

ବେଦାନ୍ତ ଟାଉନ୍‍ସିପ୍‍ରେ ବେଦାନ୍ତ ଲିମିଟେଡ୍‍ ଝାରସୁଗୁଡ଼ା ପକ୍ଷରୁ ଅନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା ‘ମେଣ୍ଟରସ୍‍ ଟ୍ରଫି’ର ତୃତୀୟ ସଂସ୍କରଣ ୨୦୧୭ ନଭେମ୍ବର
୨୯ ତାରିଖରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଜନଗୋÂୀ, ଛାତ୍ରଛାତ୍ରୀ ଓ ଅଞ୍ଚଳରେ ଥିବା ସ୍କୁଲକୁ ଏକାଠି କରିବା ଲକ୍ଷ୍ୟରେ ମେଣ୍ଟରସ୍‍ ଟ୍ରଫିର ପରିକଳ୍ପନା
କରାଯାଇଛି ।

ବେଦାନ୍ତ ଲିମିଟେଡ୍‍ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଅଭିଜିତ ପତି ଏହି ରଙ୍ଗାରଙ୍ଗ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ଉତ୍ତରାଞ୍ଚଳ ଆର୍‍ଡିସି
ଡି.ଭି. ସ୍ୱାମୀ (ଆଇଏଏସ୍‍)ଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଡିଷ୍ଟ୍ରିକ୍ଟ ମାଜିଷ୍ଟେ୍ରଟ୍‍ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ ଉପସ୍ଥିତ ଥିଲେ । ବେଦାନ୍ତ ଲିମିଟେଡ୍‍ର ସିଏସ୍‍ଆର୍‍ ଗ୍ରୁପ୍‍ ମୁଖ୍ୟ ଶ୍ରୀମତୀ ନୀଳିମା ଖେତନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଝାରସୁଗୁଡ଼ା ବେଦାନ୍ତ ପରିଚାଳନା ବିଭାଗର ବରିÂ ପରିଚାଳକମାନେ ଉପସ୍ଥିତ ଥିଲେ ।

ବହୁ ପ୍ରତୀକ୍ଷିତ ମେଣ୍ଟରସ୍‍ ଟ୍ରଫି ୨୦୧୭ ଚମ୍ପିଆନସିପ୍‍ ଟାଇଟଲ୍‍ ଲଢେ଼ଇରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାର ୧୧ଟି ସ୍କୁଲ ସାମିଲ ହୋଇଥିଲେ । ଏଥିରେ
ଝାରସୁଗୁଡ଼ାର ୭ଟି ସ୍କୁଲ୍‍- ସେଣ୍ଟ ମେରିସ୍‍ ହାୟର ସେକେଣ୍ଡାରୀ ସ୍କୁଲ, ଜବାହାର ନବୋଦୟ ବିଦ୍ୟାଳୟ, ଡିଏଭି ପବ୍ଲିକ୍‍ ସ୍କୁଲ, ଅପର୍ଣ୍ଣା ୱାର୍ଲ୍ଡ ସ୍କୁଲ, ଭିଏସ୍‍ଏସ୍‍ ହାଇସ୍କୁଲ
ବେହେରାମାଲ, ସରକାରୀ ଉଚ୍ଚ ବିଦ୍ୟାଳୟ ସରବାହାଲ, ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ଏବଂ ସମ୍ବଲପୁରର ୪ଟି ସ୍କୁଲ ବିକାଶ କନ୍‍ସେପ୍ଟ ସ୍କୁଲ, ବେଦିକ
ଇଣ୍ଟରନ୍ୟାସନାଲ୍‍ ସ୍କୁଲ, ଇଣ୍ଡିଆନ ପବ୍ଲିକ୍‍ ସ୍କୁଲ, ସେଭେନ ହିଲ୍‍ସ ରେସିଡେନ୍ସିଆଲ ସ୍କୁଲ ସାମିଲ ହୋଇଥିଲେ । ଦୁଇ ଖ୍ୟାତନାମା ସେଲିବ୍ରିଟି ବିଚାରପତି ଇଣ୍ଡିଆ ଗଟ୍‍
ଟ୍ୟାଲେଣ୍ଟ ଫାଇନାଲିଷ୍ଟ ହରିହର ଦାଶ ଏବଂ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଫେମ ଜୟା ବିଶ୍ୱାସ ଯୋଗଦେଇ ପ୍ରତିଯୋଗୀଙ୍କ ଉତ୍ସାହ ବଢ଼ାଇଥିଲେ । ନୃତ୍ୟ ଦଳମାନଙ୍କ ମଧ୍ୟରେ
ପ୍ରତିଯୋଗିତା ବେଶ୍‍ ରୋମାଞ୍ଚକର ଓ କଡ଼ା ମୁକାବିଲା ହୋଇଥିଲା । ଡିଏଭି ପବ୍ଲକ୍‍ ସ୍କୁଲ୍‍ ‘ବେଦାନ୍ତ ମେଣ୍ଟରସ୍‍ ଟ୍ରଫି-୨୦୧୭’ ହାସଲ କରିଥିଲା । ଟ୍ରଫି ପ୍ରଦାନ ପରେ
କାର୍ଯ୍ୟକ୍ରମ ଉଦ୍‍ଯାପିତ ହୋଇଥିଲା ।

Share in top social networks!
Powered By Indic IME