ଜାତୀୟ ଜନଜାତି କଳାବସ୍ତୁ ମେଳା-୨୦୧୭ ଉଦ୍ଯାପିତ

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ନଭେମ୍ବର ୨୪
ତାରିଖଠାରୁ ଆରମ୍ଭ ହୋଇଥ#ବା ଜାତୀୟ ଜନଜାତି କଳାବସ୍ତୁ ମେଳା-୨୦୧୭ ଆଜି ଉଦ୍ଯାପିତ ହୋଇଛିା
ଏହି କଳାବସ୍ତୁ ମେଳା-୨୦୧୭ରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କେରଳ,
ମହାରାଷ୍ଟ୍ର, ସିକିମ୍, ତି୍ରପୁରା, ରାଜସ୍ଥାନ, ମଧ୍ୟପ୍ରଦେଶର ୨୭ଟି ଗୋଷ୍ଠୀର ଜନଜାତି କଳାକାରମାନେ ସେମାନଙ୍କର
କଳାବସ୍ତୁକୁ ପ୍ରଦର୍ଶନ ଓ ବିପଣନ କରିଥ#ଲୋ ଏଥ# ସହିତ କଳାକାରମାନେ ପରସ୍ପର ମଧ୍ୟରେ ନିଜ ନିଜର
କଳାକୌଶଳକୁ ଆଦାନପ୍ରଦାନ କରି ନୂତନ ଶିକ୍ଷାଲାଭ କରିଥ#ଲୋ
ସାତଦିନ ବ୍ୟାପୀ ଚାଲିଥ#ବା ଏହି ମେଳାରେ ବିଭିନ୍ନ ତନ୍ତବୁଣା ସାମଗ୍ରୀ, ଲୌହ, ବାଉଁଶ, ଲାଖ, କାଷ୍ଠ,
ଡୋକରା ଆଦି ଶିଳ୍ପକଳାର ସୁନ୍ଦର କଳାକୃତି ଦର୍ଶକମାନଙ୍କୁ ଆକୃଷ୍ଟ କରିଥ#ଲାା ସପ୍ତାହବ୍ୟାପୀ ଅନୁଷ୍ଠିତ ଏହି
ମେଳାରେ ଅନୁ୍ୟନ ୨୩ ଲକ୍ଷ ଟଙ୍କାର କାରବାର ହୋଇଥ#ଲା ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି
ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଅଖ#ଳ ବିହାରୀ ଓତା ପ୍ରକାଶ
କରିଛନ୍ତିା ଏହି ଅବସରରେ ଅଂଶଗ୍ରହଣକାରୀ କଳାକାରମାନଙ୍କୁ ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇ
ପ୍ରୋତ୍ସାହିତ କରାଯାଇଥ#ଲାା
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡେପୁଟୀ ଡାଇରେକଫର ଆରତି
ମଲ୍ଲ ଓ ଜନଜାତି ମୁ୍ୟଜିୟମ୍ର କୁ୍ୟରେଟର ପୁରୁଷୋତ୍ତମ ପଟ୍ଟନାୟକ ଓ ଅନ୍ୟାନ୍ୟ ପଦାଧ#କାରୀଙ୍କ ପ୍ରତ୍ୟକ୍ଷ
ତତ୍ତ୍ୱାବଧାନରେ ମେଳା କାର୍ଯ୍ୟ ସୁଚାରୁରୂପେ ସଂଚାଳିତ ହୋଇଥ#ଲାା

Share in top social networks!