ମାତ୍ର ୨୧ ଦିନରେ ହୋଣ୍ଡା ଗ୍ରାଜିଆର ବିକ୍ରି ୧୫,୦୦୦ ଟପିଲା

Honda Grazia ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ସମ୍ପୂର୍ଣ୍ଣ ନୂଆ ସ୍କୁଟର ଗ୍ରାଜିଆର ବିକ୍ରି ମାତ୍ର ୨୧ ଦିନ ଭିତରେ ୧୫,୦୦୦ ଅତିକ୍ରମ କରିଛି । ଚଳିତ ବର୍ଷ ନଭେମ୍ବରରେ ଏହି ସର୍ବାଧୁନିକ ସହରୀ ସ୍କୁଟରକୁ ଉନ୍ମୋଚନ କରାଯାଇଥିଲା ।
ପ୍ରାରମ୍ଭିକ ପ୍ରତିକି୍ରିୟା ବିଷୟରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିÂ ଉପସଭାପତି-ବିକ୍ରି ଏବଂ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଅନେକ ଶ୍ରେଣୀର ଅଗ୍ରଣୀ ବୈଶିଷ୍ଟ୍ୟ ଏବଂ ନୁତନ ଷ୍ଟାଇଲ୍କୁ ନେଇ ଏହା ଅଲଗା ହୋଇଥିବା ବେଳେ ଗ୍ରାଜିଆ ନୁତନ ଷ୍ଟାଇଲ୍ ଏବଂ ପ୍ରଦର୍ଶନକୁ ଭଲ ପାଉଥିବା ଗ୍ରାହକଙ୍କୁ ଅତ୍ୟନ୍ତ ଆକର୍ଷିତ କରିଛି । ଆମେ ପ୍ରାରମ୍ଭିକ ପ୍ରତିକି୍ରୟା/ସମର୍ଥନକୁ ନେଇ ବହୁତ ଉତ୍ସାହିତ ଏବଂ ଆମର ବିଶ୍ୱାସ ରହିଛି ଯେ ଏହି ସମ୍ପ୍ରସାରିତ ସ୍କୁଟର ପୋର୍ଟଫୋଲିଓ ଜରିଆରେ ଗ୍ରାଜିଆ ହୋଣ୍ଡାର ନେତୃତ୍ୱକୁ ଏକ ଭିନ୍ନ ସ୍ତରକୁ ନେଇଯିବ ।’’

Share in top social networks!