ଓଡ଼ିଶା ଉର୍ଦ୍ଦୁ ଏକାଡେ଼ମୀ ପକ୍ଷରୁ ଜାତୀୟସ୍ତରୀୟ ଆଲୋଚନା ଚକ୍ର ସହ ପୁସ୍ତକ ଉନ୍ମୋଚିତ

IMG_20171129_105352
ଓଡ଼ିଶାର ବିଶିଷ୍ଟ ଉର୍ଦ୍ଦୁ ନାଟ୍ୟକାର ତଥା କବି ସ୍ୱର୍ଗୀୟ ଅମଜତ୍ ନଜ୍ମୀଙ୍କ ରଚିତ ସାହିତ୍ୟ କୃତୀଗୁଡ଼ିକର
ଏକ ସାମଗ୍ରିକ ସଂକଳନ “”ଜୁଲିୟାତ୍-ଏ-ନଜ୍ମୀ” ଆଜି ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ଉର୍ଦ୍ଦୁ
ଏକାଡେ଼ମୀ ଆନୁକୂଲ୍ୟରେ ସ୍ଥାନୀୟ ସଂଗ୍ରହାଳୟ ପରିସରସ୍ଥ ସଂସ୍କୃତି ଭବନରେ ଅନୁଷ୍ଠିତ ଏକ ମନୋଜ୍ଞ କାର୍ଯ୍ୟକ୍ରମରେ
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥ# ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା
ସହିତ ଜାତୀୟସ୍ତରୀୟ ଉର୍ଦ୍ଦୁ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥ#ଲେ ।
ସାହିତି୍ୟକ ଅମଜ୍ ନଜ୍ମୀଙ୍କୁ ଜଣେ ଲୋକପି୍ରୟ କବି ଓ ସୁପ୍ରସିଦ୍ଧ ନାଟ୍ୟକାର ଭାବେ ଅଭିହିତ କରି ମନ୍ତ୍ରୀ
ଶ୍ରୀ ପଣ୍ଡା ତାଙ୍କ ସାହିତ୍ୟକୃତି ଉପରେ ଅଧ#କତ୍ତର ଆଲୋଚନା ହେବା ଆବଶ୍ୟକ ବୋଲି କହିବା ସହିତ ଉର୍ଦ୍ଦୁ
ଏକାଡେ଼ମୀ ଏପରି ପୁସ୍ତକ ପ୍ରକାଶ କରି ସ୍ୱର୍ଗୀୟ ସାହିତି୍ୟକଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତ ବୋଲି
ଉଲ୍ଲେଖ କରିଥ#ଲେ । ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ
ନଜ୍ମୀଙ୍କ ଜୀବନଧାରାରେ ନୈତିକତା ଓ ମୂଲ୍ୟବୋଧ ପରିଦୃଷ୍ଟ ହୋଇଥ#ଲା ଏବଂ ଜଣେ ପଦସ୍ଥ ରେଳବାଇ
ଅଧ#କାରୀ ଭାବରେ ସେ ଶୃଙ୍ଖଳାକୁ ଯଥେଷ୍ଟ ଗୁରୁତ୍ୱ ଦେଇଥ#ଲେ ବୋଲି ପ୍ରକାଶ କରିଥ#ଲେ । ବିଭାଗୀୟ ନିର୍ଦ୍ଦେଶକ
ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥ#ଲେ ।
ଜାତୀୟ ଆଲୋଚନା ଚକ୍ରରେ ଦଶ ଜଣ ଉର୍ଦ୍ଦୁ ବିଦ୍ୱାନ ଅଂଶଗ୍ରହଣ କରିଥ#ବାବେଳେ “”ଜୁଲିୟାତ୍-ଏ-
ନଜ୍ମୀ”ର ସମ୍ପାଦକ ପ୍ରଫେସର କରାମତ୍ ଅଲ୍ଲୀ କରାମତ୍ ଅଧ୍ୟକ୍ଷତା କରି ଆଲୋଚନା ଚକ୍ର ପରିଚାଳନା କରିଥ#ଲେ ।
ଓଡ଼ିଶା ଉର୍ଦ୍ଦୁ ଏକାଡେ଼ମୀର ସମ୍ପାଦକ ଡ଼.ସୈଦ୍ ମୁଶିର୍ ଆଲମ୍ ପୁସ୍ତକ ଉପରେ ଆଲୋଚନା କରିବା ସହି ପ୍ରାରମ୍ଭିକ
ସୂଚନା ଏବଂ ଏକାଡେ଼ମୀ କାର୍ଯ୍ୟକ୍ରମ ସମ୍ପର୍କିତ ବିବରଣୀ ପ୍ରଦାନ କରିଥ#ଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ,
୧୮୮୯ ମସିହାରେ କଟକର ବକ୍ସି ବଜାରରେ ଜନ୍ମିତ ଅମଜତ୍ ନଜ୍ମୀ ଭାରତୀୟ ରେଳବାଇରେ ଚାକିରୀ କରିବା
ସହିତ ଜଣେ ଲୋକପି୍ରୟ ସାହିତି୍ୟକ ଭାବରେ ପାଠକ ମହଲରେ ଯଥେଷ୍ଟ ଆଦୃତି ଅର୍ଜନ କରିଥ#ଲେ । ତାଙ୍କ ରଚିତ
ଚାରୋଟି ସଫଳ ନାଟକ ଉଚ୍ଚପ୍ରଶଂସିତ ହୋଇଥ#ଲା । ୧୯୭୪ରେ ନଜ୍ମୀଙ୍କର ଦେହାନ୍ତ ହୋଇଥ#ଲା ।

Share in top social networks!