୧୧୦ କିଲୋ ଗଞ୍ଜେଇ ଜବତ କାର ଜବତ, ଜଣେ ଗିରଫ

Ganjei (2)ବିଳମ୍ବିତ ରାତିରେ ରାଜଧାନୀ ଦେଇ ବାଲେଶ୍ୱରକୁ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବେଳେ କମିଶନରେଟ ପୁଲିସର କୁଇକ୍‍ ଆକ୍ସନ ଟିମ(କୁ୍ୟଏଟି) ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଭାବେ ଚଢଉ କରି ୧୧୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ଚାଲାଣ ହେଉଥିବା କାର ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ କଟକ ଜିଲା ଜଗତପୁର ଥାନା ବହୁଗ୍ରାମର ଅଭିରାମ ଦାସ(୨୮)ା ମଙ୍ଗଳବାର ରାତିରେ ଏହି ଚଢଉ ବେଳେ ପୁଲିସକୁ ଚକ୍‍ମା ଦେଇ ଘଟଣାସ୍ଥଳରୁ ୪ ଜଣ ବ୍ୟବସାୟୀ ଖସିପଳାଇବାରେ ସକ୍ଷମ ହୋଇଛନ୍ତି । ଫେରାର ହୋଇଯାଇଥିବା ବ୍ୟବସାୟୀଙ୍କୁ ଧରିବା ପାଇଁ କମିଶନରେଟ୍‍ ପୁଲିସର ଏକ ଟିମ୍‍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ପୁଲିସ ସୂଚନା ଅନୁସାରେ କଟକ ଜଗତପୁର ଥାନା ବହୁଗ୍ରାମର ଅଭିରାମ ଦାସ ଓ ତାଙ୍କର ୪ ଜଣ ସହଯୋଗୀ ପ୍ରାୟ ୧୧୦ କୁଇଣ୍ଟାଲ ଗଞ୍ଜେଇକୁ ୧୮ଟି ପ୍ୟାକେଟ୍‍ କରି କାର ଯୋଗେ ମଙ୍ଗଳବାର ସନ୍ଧ୍ୟାରେ କନ୍ଧମାଳ ଜିଲା ଫିରିଙ୍ଗିଆରୁ ବାହାରିଥିଲେ । ଗଞ୍ଜେଇ ନେଇ ସେମାନେ ବାଲେଶ୍ୱର ଅଭିମୁଖେ ଯିବାକୁ ଯୋଜନା କରିଥିଲେ । ଖୋର୍ଦ୍ଧା ଦେଇ ବ୍ୟବସାୟୀମାନେ ଭୁବନେଶ୍ୱର ଅଭିମୁଖେ ଆସିଥିଲେ । ରାତି ପ୍ରାୟ୧୦ଟା ବେଳେ ସେମାନେ ତମାଣ୍ଡୋ ଥାନା କଳିଙ୍ଗବିହାରକୁ ଯାଇଥିଲେ । ଅଭିରାମଙ୍କ ଜଣେ ସାଙ୍ଗ ସେଠାରେ ରହୁଥିବାରୁ ଗଞ୍ଜେଇ ଭର୍ତ୍ତି କାରକୁ ନେଇ ସେଠାରେ ରଖି ରାତିରେ ବିଶ୍ରାମ ନେଇଥିଲେ । ସକାଳୁ ସକାଳୁ ଗଞ୍ଜେଇ ନେଇ ସେମାନେ ବାଲେଶ୍ୱର ଅଭିମୁଖେ ଯିବାର ଥିଲା । ତେବେ ଏହାପୂର୍ବରୁ କୁ୍ୟଏଟି ମୁଖ୍ୟ ଦୀପକ ଲେଙ୍କା ବିଶେଷ ସୂତ୍ରରୁ ଖବର ପାଇ ରାତି ପ୍ରାୟ ୧୨ଟା ବେଳେ ସେଠାରେ ଚଢାଉ କରିଥିଲା । ପୁଲିସକୁ ଦେଖି ଘଟଣାସ୍ଥଳରୁ ୪ ଜଣ ଯୁବକ ପାଚେରୀ ଡେଇଁ ପଳାଇବାକୁ ସକ୍ଷମ ହୋଇଥିଲେ । ହେଲେ କାର୍‍ ଡ୍ରାଇଭର ଅଭିରାମକୁ ପୁଲିସ ମାଡିବସିଥିଲା । କାର୍‍କୁ ଯାଞ୍ଚ କରିବା ପରେ ପୁଲିସ ସେଥିରୁ ୧୮ ଟି ପ୍ୟାକେଟ୍‍ ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜାଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ପୁଲିସ କହିଛି । ଏହିଭଳି ଦୁଇ ମାସ ଭିତରେ ଖଣ୍ଡଗିରି ଅଞ୍ଚଳରୁ କୁ୍ୟଏଟି ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିସାରିଲାଣି ।

Share in top social networks!