ଦିବ୍ୟାଙ୍ଗ ପ୍ରିମିୟର କି୍ରିକେଟ ଲିଗ୍‍ରେ ଖେଳିବେ ୩ ଓଡ଼ିଆ

ଇଣ୍ଡିଆନ ପ୍ରିମିୟର ଲିଗ୍‍(ଆଇପିଏଲ) ଢାଞ୍ଚାରେ ହରିୟାଣାର ସୋନିପଥଠାରେ ପ୍ରଥମ ଦିବ୍ୟାଙ୍ଗ ପ୍ରିମିୟର ଲିଗ୍‍ କ୍ରିକେଟ ପ୍ରତିଯୋଗିତା ଖେଳାଯିବ । ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶାର ୩ଜଣ ଦିବ୍ୟାଙ୍ଗ କ୍ରିକେଟର ବଳରାମ ବସ୍ତିଆ, କିଶୋର କୁମାର ଦାସ ଓ ଉଦିତ୍‍ କୁମାର ପାଲ ମନୋନୀତ ହୋଇଛନ୍ତି । ପ୍ରତିଯୋଗିତାରେ ୪ଟି ଦଳ କୋଲକାତା ଟାଇଗର୍ସ, ଦିଲ୍ଲୀ ଡାଇମଣ୍ଡର୍ସ, ବେଙ୍ଗାଲୁରୁ ୱାରିୟର୍ସ ଓ ହରିୟାଣା ହରିକାନ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶାର ୩ଖେଳାଳି କୋଲକାତା ଟାଇଗର୍ସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଖେଳାଳିମାନେ ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି । ଖେଳାଳିମାନଙ୍କୁ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନ ଓ ଆଶ୍ରୟ ପକ୍ଷରୁ ନମିତା ସାହୁ, ଗୋପୀମୋହନ ପଟ୍ଟନାୟକ, ରାଖାଲ କୁମାର ସେଠୀ, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!