ବିଜୁ ପଟ୍ଟନାୟକ ଗୋଲଡ କପ୍‍ ଫୁଟବଲ ଫାଇନାଲରେ ବଲାଙ୍ଗୀର ଓ ବୀର ବଜରଙ୍ଗବାଲୀ

DSC_0056ୟୁନିଟ୍‍-୬ ଆଥ୍‍ଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୧୧ତମ ବିଜୁ ପଟ୍ଟନାୟକ ଗୋଲଡ୍‍ କପ ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ଓ ବୀର ବଜରଙ୍ଗବାଲୀ ଜୁନିୟର କ୍ଲବ ପ୍ରବେଶ କରିଛନ୍ତି । ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ବୁଧବାର ଖେଳାଯିବ । ମଙ୍ଗଳବାର ପ୍ରତିଯୋଗିତାର ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲ ।ା ପ୍ରଥମ ସେମିଫାଇନାଲ ମ୍ୟାଚରେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ଟାଇବ୍ରେକର ୫-୪ ଗୋଲରେ କିସ୍‍ ସ୍କୁଲକୁ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ନିର୍ଦ୍ଧାରିତ ସମୟ ଖେଳ ଗୋଲ ୧-୧ ବରାବର ରହିଥିଲା । ଗୋଲ ବରାବର ରହିବାରୁ ଟାଇବ୍ରେକରର ଆଶ୍ରୟ ନିଆଯାଇଥିଲା ।ଏଥିରେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ବିଜୟୀ ହୋଇଥିଲା ।ନିର୍ଦ୍ଧାରିତ ସମୟ ଖେଳର ୮ ମିନିଟ୍‍ରେ ବଲାଙ୍ଗୀର ପକ୍ଷରୁ ଅରବିନ୍‍ ଲାକ୍ରା ଓ ୬୦ ମିନି୍‍ଟରେ କିସ୍‍୍‍ ପକ୍ଷରୁ ରାମ ମୁର୍ମୁ ଗୋଲ ଦେଇଥିଲେ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବୀର ବଜରଙ୍ଗବାଲୀ ଜୁନିୟର କ୍ଲବ ୨-୦ ଗୋଲରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ବୀର ବଜରଙ୍ଗବାଲୀ କ୍ଲବ ପକ୍ଷରୁ ୩୧ ମିନିଟରେ ମନୋଜ ମାଝି ଓ ୪୬ ମିନିଟରେ ଚିତ୍ତରଞ୍ଜନ ପ୍ରଧାନ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।ବଲାଙ୍ଗୀରର ଶ୍ରୀକାନ୍ତ ଭୋଇ ଓ ବୀର ବଜରଙ୍ଗବାଲୀ ଜୁନିୟର କ୍ଳବର ଚିତ୍ତରଞ୍ଜନ ପ୍ରଧାନଙ୍କୁ ପ୍ରତିଯୋଗିତାର ଚେୟାରମ୍ୟାନ ତଥା ବିଧାୟକ ପଦ୍ମନାଭ ବେହେରା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ ।

Share in top social networks!