ମହଙ୍ଗା ପଡିଲା ଲୁଟ୍‍ ଉଦ୍ୟମ

କଥାରେ ଅଛି ‘ଚୋର ଘର ସବୁବେଳେ ଅନ୍ଧାର ନଥାଏ’ । ଦିନେ ନା ଦିନେ ଧରାପଡେ । ଏହିଭଳି ଜଣେ ଲୁଟିଆ ଲୁଟ୍‍ ଉଦ୍ୟମବେଳେ ଧରାପଡି ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଧୁମ ଛେଚା ଖାଇଛି । ଲୁଟିଆକୁ ଲୋକେ ଖଣ୍ଡଗିରି ପୁଲିସ ଜିମା ଦେଇଛନ୍ତି । ପୁଲିସ ଲୁଟିଆକୁ ଅଟକ ରଖିପଚରାଉଚରା କରୁଛି । ବୁଧବାର ଦିନ ତାକୁ କୋର୍ଟ ଚାଲାଣ କରାଯିବ ବୋଳି ଖଣ୍ଡଗିରି ଥାନାର ଜଣେ ସବ୍‍ଇନ୍ସପେକ୍ଟର କହିଛନ୍ତି । ଖଣ୍ଡଗିରି ଅଞ୍ଚଳରେ ଲଗାତର ଗ୍ରୀଲ୍‍ ତଲା ଲୁଟିଆମାନେ ଲୁଟ୍‍ ଜାରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଲୁଟିଆମାନଙ୍କ କମିଶନରେଟ୍‍ ପୁଲିସ ଧରିବାରେ ବିଫଳ ହେଉଛି ।
ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ବରବାରି ପ୍ଳଟ ନମ୍ବର-୧୮୦ରେ ରୁହନ୍ତି ଅଜୁ ଛୋଟରାୟ । ମଙ୍ଗଳବାର ଦିନ ଅଜୁଙ୍କ ପୁଅ ସ୍କୁଲକୁ ଯାଇଥିଲେ । ସ୍କୁଲରୁ ପୁଅକୁ ଆଣିବା ପାଇଁ ସ୍ତ୍ରୀ ଯାଇଥିଲେ । ସେତେବେଳକୁ ଦିନ ୧୨ଟା ସମୟ ହେବ । ଲୁଟିଆ ଜଣଙ୍କ ଘରର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା । । ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା, ୨ଟି ମୋବାଇଲ ଫୋନ୍‍, ଲାପ୍‍ଟପ୍‍ ଆଦିକୁ ଏକ ବ୍ୟାଗ୍‍ରେ ଭର୍ତ୍ତି କରୁଥିବା ସମୟରେ ଅଜୁଙ୍କ ସ୍ତ୍ରୀ ପୁଅକୁ ଧରି ଘରର ଗେଟ୍‍ ସମ୍ମୁଖରେ ପହଞ୍ଚôଥିଲେ । ଦେଖିବା ବେଳକୁ ଘର ଖୋଲା ହୋଇଛି । ତାଙ୍କର ସନେ୍ଦହ ଘନିଭୂତ ହୋଇଥିଲା, ସେ ଭାବିଲେ ମୁଁ ତ ଘର ବନ୍ଦ କରିଥିଲି ଘର ତାଲା ଭାଙ୍ଗି ଖୋଲିଲା କିଏ । ସଂଗେ ସଂଗେ ଗେଲ୍‍କୁ ବନ୍ଦ କରି ପଡୋଶୀମାନଙ୍କୁ ଡାକିଥିଲେ । ମହିଳାଙ୍କ ଚିକôାର ଶୁଣି ଲୁଟିଆ ଜଣଙ୍କ ଘର ଭିତରେ ଥାଇ ତାଙ୍କୁ ଭୟଭିତ କରିଥିଲା । ମୁଁ ତୁମ ପରିବାରକୁ ମାରିଦେବି, ତୁମେ ମୋତେ ତୁରନ୍ତ ଖୋଲି ଦିଅ ଏହିଭଳି ରଡି ବୋବାଳି କରୁଥିଲା । ସ୍ଥାନୀୟ ଲୋକେ ଘରର ରୁମ୍‍ ଖୋଲି ଲୁଟିଆକୁ ଧରି ନିର୍ଧୁମ ଛେଚିଥିଲେ । ନିର୍ଧୁମ ଛେଚା ଖାଇବା ପରେ ଲୋକମାନେ ଖଣ୍ଡଗିରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଲୁଟିଆକୁ ଅଟକ ରଖି ପଚରାଉଚରା କରୁଛି ।

Share in top social networks!
Powered By Indic IME