କଳା ଓ କ୍ରୀଡା ଶିକ୍ଷକଙ୍କ ଅଭିନବ ପ୍ରତିବାଦ

DSC_0017 କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାର୍ଟ ଟାଇମ୍ ଉଚ୍ଛେଦ, ଚାକିରି ସର୍ତ୍ତାବଳୀ ଲାଗୁ, ସ୍ଥାୟୀ ନିଯୁକ୍ତି ଦାବିରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନ୍ୟବର ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସରକାରୀ ବାସଭବନ ସମ୍ମୁଖରେ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । କଳା ଓ କ୍ରୀଡା ଶିକ୍ଷକମାନେ ହାର୍‍ମୋନିୟମ, ତବଲା, ବେହେଲା ବଜାଇ ଗୀତଗାଇ ପ୍ରତିବାଦ କରିଥିଲେ । ମହାସଂଘ ପକ୍ଷରୁ ଆରତୀ ଆଚାର୍ଯ୍ୟ, ପ୍ରଦୀପ କୁମାର ଦାସ, ଜଗଜୀବନ ନାୟକ, ରଶ୍ମୀରଞ୍ଜନ ସାହାଣୀ, ଦିବ୍ୟସିଂ ସ୍ୱାଇଁ, ଅନିଲ କୁମାର ମହାନ୍ତି, ଶକୁନ୍ତଳା ମାଣିକ, ଅନୁସୟା ଜେନା ପ୍ରମୁଖ ବାଦ୍ୟ ବଜାଇ, ଗୀତ ଗାଇ ନିଜର ଦାବି ଉପସ୍ଥାପନ କରିବା ସହ ସେମାନଙ୍କ ଦାବି ପ୍ରତି ମନ୍ତ୍ରୀଙ୍କର ହେୟଜ୍ଞାନ ନୀତିର ସମାଲୋଚନା କରିଥିଲେ । ପରେ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିଲା । ପ୍ରତିବାଦ କାର୍ଯ୍ୟକ୍ରମ ·ଲୁ ରହିବ, ଆବଶ୍ୟକସ୍ଥଳେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମସ୍ଥଳରେ ମଧ୍ୟ ଅନୁରୂପ ପ୍ରତିବାଦ କରାଯିବ ଏବଂ ଆସନ୍ତା ଡ଼ିସେମ୍ବର ୪ ତାରିଖରୁ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ଆହୁରି ତୀବ୍ରତର କରାଯିବ ବୋଲି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି ।

Share in top social networks!
Powered By Indic IME