ଶ୍ରୀଲିଙ୍ଗରାଜ ମନ୍ଦିରରେ ଯାତ୍ରୀ ସୁବିଧା ସ୍ଥଳ କାର୍ଯ୍ୟର ଶୁଭାରମ୍ଭ

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ନିକଟରେ ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଯାତ୍ରୀସୁବିଧା ସ୍ଥଳ । ପର୍ଯ୍ୟଟନ ବିାଭଗ ଦ୍ୱାରା ନିର୍ମିତ ଏହି ପ୍ରକଳ୍ପକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥିରୂପେ ବିଏମସି ମେୟର ଅନନ୍ତ ନାରାୟଣ ଜେନା,ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡା, ମନ୍ଦିରର ୪ନିଯୋଗ ସମ୍ପାଦକ ଏବଂ ସ୍ଥାନୀୟ କର୍ପୋରେଟରଙ୍କ ସମେତ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ଏବଂ ଓଟିଡିସି ଅଧିକାରୀଙ୍କ ସମେତ ଏବଂ ସ୍ଥାନୀୟ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ । ଉକ୍ତ ପ୍ରକଳ୍ପର ମୂଲ୍ୟ ପ୍ରଥମ ପର୍ଯ୍ୟାୟରେ ୨୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଗକୁ ଆଉ ଅଧିକ ବଢିବାର ସମ୍ଭାବନା ରହିଛି । ମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ନେଇ ସିଂଦ୍ୱାର ନିକଟରେ ଏଭଳି ସୁବିଧା କରାଯାଇଛି । ଏକା ସମୟରେ ୪ଶହରୁ ୫ଶହ ପର୍ଯ୍ୟଟକ ମାନେ ଧାଡିରେ ପ୍ରବେଶ କରି ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ । ଏହା ଆସନ୍ତା ୬ମାସ ଭିତରେ ଶେଷ କରାଯିବାର ଯୋଜନା ରହିଛି । ସେହିଭଳି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକାମ୍ର କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ବିକାଶ ଦିଗ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକଳ୍ପ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ । ମନ୍ଦିର ନିକଟରେ ଥିବା ଶ୍ରୀଲିଙ୍ଗରାଜ ହାଟକୁ ଅଧିକ ସୌନ୍ଦର୍ଯ୍ୟ କରଣ କରିବା ଲାଗି ବିଭାଗ ପକ୍ଷରୁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଥିବା ଆନନ୍ଦ ବଜାରର ପୁନରୁଦ୍ଧାର ପାଇଁ ୮୦ଲକ୍ଷ ଟଙ୍କା ଏବଂ ବିନ୍ଦୁସାଗର ଉତ୍ତରଶ୍ୱେର ଘାଟ ନିକଟରେ ଶୁଦ୍ଧିକ୍ରିୟା ଓ ତିଳତର୍ପଣ କରିବା ଲାଗି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘାଟକୂଳରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ, ପୋଷାକ ପରିବର୍ତ୍ତନ କକ୍ଷ ଏବଂ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ପାଇଁ ସେଡ ନିର୍ମାଣ କରାଯିବ ।ଏହାଦ୍ୱାରା ବିନ୍ଦୁସାଗରକୁ ତିଳତର୍ପଣ ଓ ଶୁଦ୍ଧିକ୍ରିୟା କରିବାକୁ ଆସୁଥିବା ଲୋକେ ଆଉ ହଇରାଣ ହେବାକୁ ପଡିବ ନାହିଁ । ଖୁବ୍‍ଶୀଘ୍ର ଏହାର ଶିଳାନ୍ୟାସ କରାଯାଇ କାର୍ଯ୍ୟ ଆରମ୍ଭ ହେବ । ଓଡିଶୀ ସଙ୍ଗୀତରେ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ବିଳମ୍ବ ନେଇ ଆଲୋଚନା ଚକ୍ର
ଭୁବନେଶ୍ୱର,୨୮ା୧୧(ମ.ପ୍ର): ହିନ୍ଦୁସ୍ତାନୀ ଓ କର୍ଣ୍ଣକଟକୀ ଭଳି ଓଡିଶୀ ସଙ୍ଗୀତଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ମିଳିବାରେ ବିଳମ୍ବ ହେଉଛି । କାରଣ ଯାହା ହୋଇଥାଉ । କିନ୍ତୁ ଆଉ ଅଧିକ ବିଳମ୍ବ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । ଏଭଳି ଓଡିଶୀ ସଙ୍ଗୀତରେ ଶାସ୍ତ୍ରୀୟ ମାନ୍ୟତା ଶୀର୍ଷକ ଆଲୋଚନା ଚକ୍ର ମଙ୍ଗଳବାର କେଦାରନାଥ ଗବେଷଣା ପ୍ରତିÂାନ କେନ୍ଦ୍ରରେ ଅନୁÂିତ ହୋଇଯାଇଛି । ପ୍ରତିÂାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିÂାତା କୁଳପତି ଡ. ବିମଳେନ୍ଦୁ ମହାନ୍ତି ,ଉକôଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ପ୍ରଫେସର ଡ. ରଘୁନାଥ ପଣ୍ଡା ମୁଖ୍ୟବକ୍ତା ଏବଂ ଓଡିଶୀ ସଙ୍ଗୀତ ବିଶାରଦ ପ୍ରଫେସର ରାମହରି ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ତତ୍ତ୍ୱ ଓ ଗାୟନଶୈଳୀ ଦୃଷ୍ଟିରୁ ଏହା କିଭଳି ଶାସ୍ତ୍ରୀୟ ମାନ୍ୟତା ପାଇବା ଯୋଗ୍ୟ ତାହା ବୁଝାଇ କହିଥିଲେ । ପ୍ରାଚୀନ ପାରମ୍ପାରିକ ସହ ଆଳଙ୍କାରିକ ଆକର୍ଷଣ ଏବଂ ଶବ୍ଦ ଓ ସ୍ୱରର ସ୍ୱାତନ୍ତ୍ର୍ୟ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇପାରିବାର ସାମର୍ଥ ରହିଛି । ସେହିପରି ପରବର୍ତ୍ତୀ ଅଧିବେଶନରେ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଡିଶୀ ସଙ୍ଗୀତ ଗୁରୁ ଗୋପାଳଚନ୍ଦ୍ର ପଣ୍ଡା ,ଡ.ପ୍ରଭାତ କୁମାର ନନ୍ଦ, ଡ. କୀର୍ତ୍ତନ ନାରାୟଣ ପାଢୀ ଆଲୋଚକ ଭାବେ ଯୋଗଦେଇ ଓଡିଶୀ ସଙ୍ଗୀତ ଉପରେ ସାରଗର୍ଭକ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ଡ. ହରେକୃଷ୍ଣ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଯୁଗ୍ମ ସମ୍ପାଦକ ଡ. ଦେବାଶିଷ ମହାପାତ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରତିଭା ଦାଶ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ. ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଅଲେଖ ଚନ୍ଦ୍ର ଷଡଙ୍ଗୀ, ଡ. ଶକୁନ୍ତଳା ବଳିୟାର ସିଂହ,ଡ. କୁମୁଦିନୀ ମିଶ୍ର, ଡ. ତମସା ଦାସ ମହାପାତ୍ର ,ଡ. ସଦାନନ୍ଦ ଦୀକ୍ଷିତ, ଡ.ସୀତା ସାହୁ, ଡ. ସୁରେନ୍ଦ୍ର ପ୍ରସାଦ ମିଶ୍ର, ଶାନ୍ତିଲତା ବାରିକ ଛଟୋରାୟ, ଡ. ବାସୁଦେବ ସାହୁ, ପଣ୍ଡିତ ଶ୍ରୀନିବାସ ରଥ, ସ୍ନେହଲତା ପୃଷ୍ଟି, ପର୍ଶୁରାମ ଦ୍ୱିବେଦୀ, ଡ. ସୁରେନ୍ଦ୍ର ମହାରଣା, ଡ. ମନ୍ମଥ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!
Powered By Indic IME