ଶ୍ରୀଲିଙ୍ଗରାଜ ମନ୍ଦିରରେ ପର୍ଯ୍ୟଟକ ଯାତ୍ରୀ ସୁବିଧା ସ୍ଥଳ ପ୍ରକଳ୍ପର ଶିଳାନ୍ୟାସ

IMG_20171128_101622427
ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଦକ୍ଷିଣପାଶ୍ୱର୍ରେ ପର୍ଯ୍ୟଟକଙ୍କ ନିମନ୍ତେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଯାତ୍ରୀ ସୁବିଧା ସ୍ଥଳ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଆଜି ପୂର୍ବାହ୍ଣରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପଦକ୍ଷେପ । ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ଏହି ପ୍ରକଳ୍ପ ସୁଚାରୁଭାବରେ ସମ୍ପାଦନ କରିବାର ଦାୟିତ୍ୱ ଦିୟାଯାଇଛି । ପ୍ରକଳ୍ପଟି ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ଉପସ୍ଥିତ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ, ବ୍ରାହ୍ମଣ ନିଯୋଗ, ବଟୁ ନିଯୋଗ, ପୂଜାପଣ୍ଡା ନିଯୋଗ ପ୍ରଭୃତି କମିଟିର ସଦସ୍ୟ ମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ଆନନ୍ଦ ବାଜାରର ଉନ୍ନ୍ିକରରଣ କାର୍ଯ୍ୟ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାର ୮୦ ଲକ୍ଷ ଟଙ୍କା ମଞ୍ଜୁର କରିବା କଥାର ପ୍ରକାଶ କରିଥିଲେ ଏବଂ ଏହାର କାର୍ଯ୍ୟ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏହି ପ୍ରକଳ୍ପ ସମ୍ପାଦନର ଦାୟିତ୍ୱ ଓଘଞଇଉଐ-କୁ ଦେବା କଥା ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।
ଏହା ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନେଇ ମନ୍ଦିରର ନିକଟରେ ଥିବା ଲିଙ୍ଗରାଜ ହାଟ ପରିଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ପର୍ଯ୍ୟଟନ ବିଭାଗ ଏହି ହାଟ ଉନ୍ନତିକରଣ ନିମନ୍ତେ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଖୁବ ଶୀଘ୍ର ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ସେହି ବିଷୟରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବୁଝୁଥିଲେ ।
ସେହି ପରି ବିନ୍ଦୁସାଗର ଉତ୍ତରେଶ୍ୱର ଘାଟରେ ଦଶତୁଟ ନିମନ୍ତେ ବିଶ୍ରାମାଗାର, ଶୌଚାଳୟ ଏବଂ ବସ୍ତ୍ର ପରିବର୍ତ୍ତନ କକ୍ଷ ନିର୍ମାଣ କାର୍ଯ୍ୟକୁ ମଧ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେଇଛନ୍ତି । ଏହି ପ୍ରକଳ୍ପ ନିମନ୍ତେ ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗରେ ଯାଇ ପରିଦର୍ଶନ କରିଥିଲେ ଏବଂ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟରକେ.ଶାନ୍ତି, କର୍ପୋରେଟର ବିରଞ୍ଚôନାରାୟଣ ମହାସୁପକାର, ହୃଦୟବଲ୍ଲଭ ସାମନ୍ତରାୟ, ପ୍ରାକ୍ତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ନୃପେଶ ନାୟକ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକ୍ଷକ ପନ୍ତ୍ରୀ ଶିବପ୍ରସାଦ ପଟ୍ଟନାୟକ, ମନ୍ଦିର ଟ୍ରଷ୍ଟର ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ବ୍ରାହ୍ମଣ ନିଯୋଗ କମିଟି ସମ୍ପାଦକ ବିରଞ୍ଚô ପତି, ବଟୁ ନିଯୋଗ କମିଟି ସମ୍ପାଦକ କମଳାକାନ୍ତ ବଟୁ, ପୂଜାପଣ୍ଡା ନିଯୋଗ କମିଟି ସମ୍ପାଦକ ଶଚୀକାନ୍ତା ପୂଜାପଣ୍ଡା ଏବଂ ପ୍ରଭୁ ଲିଙ୍ଗରାଜଙ୍କ ବରିÂ ସେବକ ନରସିଂହ ଖୁଣ୍ଟିଆ, ଜିତେନ୍ଦ୍ର ବଟୁ, ଶିବ ସମର୍ଥା ତଥା ଟ୍ରଷ୍ଟ ବୋର୍ଡର ବହୁ ସଦସ୍ୟ ଏବଂ ବହୁ ସ୍ଥାନୀୟ ଲୋକ ଅଂଶଗ୍ରହଣ କରିଥିଲେ ।

Share in top social networks!
Powered By Indic IME