ରାଜ୍ୟର ସମସ୍ତ ଗାଁକୁ ବିଜୁ ଗାଁ ଗାଡ଼ି ସେବା ଉପଲବ୍ଧ ହେବ

ରାଜ୍ୟର ଅପହଞ୍ଚ, ଦୁର୍ଗମ ତଥା ଯାତାୟତ ସୁବିଧା ନଥ#ବା ଅଞ୍ଚଳରେ ଯାତ୍ରୀ ପରିବହନର ସୁବିଧା
କରିବା ତଥା ଗମନାଗମନ ବ୍ୟବସ୍ଥାକୁ ଲୋକାଭିମୁଖୀ କରି ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ
ସରକାର ଆରମ୍ଭ କରିଥ#ବା “ବିଜୁ ଗାଁ ଗାଡ଼ି’ର ସୁଫଳ ଆଜି ସମସ୍ତ ଅଞ୍ଚଳରେ ଉପଲବ୍ଧା ଏହା ଦ୍ୱାରା
ଯାତ୍ରୀ ପରିବହନ ବ୍ୟବସ୍ଥାରେ ସୁଧାର ଆସିପାରିଛିା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ
ସଚିବ ଶ୍ରୀ ଜି. ଶ୍ରୀନିବାସଙ୍କ ଅଧ୍ୟକ୍ଷାରେ ଏ ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା
ରାଜ୍ୟର ୯ଟି ଜିଲ୍ଲାରେ “ବିଜୁ ଗାଁ ଗାଡ଼ି’ର ପ୍ରଚଳନ ଓ ଚଳାଚଳର ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ
ଏଥ#ରେ ମୁଖ୍ୟତଃ ଆଲୋଚନା ହୋଇଥ#ଲାା ଆଜିର ବୈଠକରେ ଅଂଶଗ୍ରହଣ କରିଥ#ବା ୯ଟି ଜିଲ୍ଲା ଯଥା
ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଯାଜପୁର(ଚଣ୍ଡିଖୋଲ), କନ୍ଧମାଳ, ମାଲକାନଗିରି, ପୁରୀ ଓ
ରାୟଗଡ଼ା ଜିଲ୍ଲାର ଆଞ୍ଚଳିକ ପରିବହନ ଅଧ#କାରୀମାନେ ଏଥ#ରେ ଯୋଗ ଦେଇଥ#ଲୋ
ରାୟଗଡ଼ା ଜିଲ୍ଲାର ୧୮୨ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୩ ଗ୍ରାମପଞ୍ଚାୟତକୁ “ବିଜୁ ଗାଁ ଗାଡ଼ି’ ଚଳାଚଳ
ସୁବିଧା ହୋଇ ପାରିନଥ#ବା ବେଳେ ଏବେ ଜିଲ୍ଲାରେ ମୋଟ ୭୬ଟି “ବିଜୁ ଗାଁ ଗାଡ଼ି’ ଚାଲୁଛିା ସେହିପରି
କନ୍ଧମାଳ ଜିଲ୍ଲାର ୧୭୧ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୭ଟି ଗ୍ରାମ ପଞ୍ଚାୟତକୁ ଗାଡ଼ି ଚାଳାଚଳ ସଂପ୍ରସାରିତ
ହୋଇପାରିନଥ#ବାବେଳେ ତା’ମଧ୍ୟରୁ ୫ଟି ପଞ୍ଚାୟତକୁ ରାସ୍ତା ସଂଯୋଗ ବ୍ୟବସ୍ଥା ହୋଇପାରିନାହିାଁ
ତେବେ ବି ଜିଲ୍ଲାରେ ମୋଟ ୫୬ଟି ବିଜୁ ଗାଁ ଗାଡ଼ି ଚଳାଚଳ କରୁଛିା ଏହି ୯ଟି ଜିଲ୍ଲାର ୧୯୫୮
ଗ୍ରାମପଞ୍ଚାୟତ ମଧ୍ୟରୁ ୮୦ ଗ୍ରାମପଞ୍ଚାୟତକୁ ବିଜୁ ଗାଁ ଗାଡ଼ି ଚଳାଚଳ କରୁନଥ#ବାବେଳେ ୨୭ ପଞ୍ଚାୟତକୁ
ରାସ୍ତାଘାଟର ସୁବିଧା ନାହିାଁ ଏବେ ୯ ଜିଲ୍ଲାରେ ମୋଟ ୧୩୩ଟି ବିଜୁ ଗାଁ ଗାଡ଼ି ଚଳାଚଳ କରୁଛିା
ତେବେ ଭବିଷ୍ୟତରେ ଏହି ଯୋଜନାକୁ କିଭଳି ଅଧ#କ ସଂପ୍ରସାରଣ କରି ରାଜ୍ୟର ସମସ୍ତ
ଗ୍ରାମପଞ୍ଚାୟତର ସବୁ ଗାଁକୁ ବିଜୁ ଗାଁ ଗାଡ଼ି ସେବା ପ୍ରଚଳନ କରାଯାଇ ପାରିବ ସେ ସଂପର୍କରେ ଏହି
ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥ#ଲାା ବିଜୁ ଗାଁ ଗାଡ଼ି ଯୋଜନାରେ ଅନ୍ତର୍ଭୁକ୍ତ ଗାଡ଼ିଗୁଡ଼ିକୁ
ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ତା’ ମଧ୍ୟରୁ ଏହି
ଯୋଜନାରେ ପଞ୍ଜିକୃତ ଗାଡ଼ିଗୁଡ଼ିକୁ ସଂପୂର୍ଣ୍ଣ ଭାବେ ରୋଡ଼ ଟ୍ୟାକ୍ସ ଦେୟ ମୁକ୍ତ କରାଯାଇଛିା ନୂଆ ଗାଡ଼ି
କିଣିବା ପାଇଁ ଋଣ ଉପରେ ୫ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛିା ଏଥ# ପାଇଁ ବାଣିଜ୍ୟ ଓ
ପରିବହନ ବିଭାଗ ପକ୍ଷରୁ ବାର୍ଷିକ ୨ କୋଟି ଟଙ୍କା ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛିା
ସରକାରଙ୍କ ବିଜୁ ଗାଁ ଗାଡ଼ି ଯୋଜନାକୁ କି୍ରୟାଶୀଳ କରିବା ତଥା ସମସ୍ତଙ୍କ ନିକଟରେ ପହଞ୍ଚାଇବା
ପାଇଁ ବିଭାଗୀୟ ପ୍ରମୁଖ ସଚିବ ଆଞ୍ଚଳିକ ପରିବହନ ଅଧ#କାରୀମାନଙ୍କୁ ପରାମର୍ଶ ଦେଇଥ#ଲୋ ଏହି
ବୈଠକରେ ରେଳ କୋଅର୍ଡିନେସନ୍ର କମିଶନର ଶ୍ରୀ ମନୋଜ ମିଶ୍ର, ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ
ଦୟାନିଧ# ନାୟକ, ଉପଶାସନ ସଚିବ ବବିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME