ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ସମ୍ବିଧାନ ଦିବସ ମହାସମାରୋହରେ ପାଳନ

ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ତା ୨୬.୧୧.୨୦୧୭ ରିଖ ଦିନ ସମ୍ବିଧାନ ଦିବସ ମହାସମାରୋହରେ ପାଳନ କରାଯାଇଛି । ଏହି ଦିବସରେ ପ୍ରସିଦ୍ଧ ଚାଷୀ କମଳା ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତ୍ୟବରେ ତାଙ୍କର ଜୈବିକ କୃଷିଭିତିକ ଅନୁଭୂତିକୁ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଲୋକ ଅଦାଲତର ସଦସ୍ୟା ଅବସରପ୍ରାପ୍ତ ପ୍ରଫେସର ପି. ଶ୍ୟାନ୍ତା କୁମାରି ଯୋଗ ଦେଇ ସମ୍ବିଧାନକୁ ମାନି ନାଗରିକର ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ମାନି ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କୋରାପୁଟ ଦେସିଆ ପତ୍ରିକାର ସମ୍ପାଦକ ସମାଜସେବି ଶ୍ରୀ ରଞ୍ଜନ ମହୁରିଆ ଏବଂ ମହାବିଦ୍ୟାଳୟର ଅଧକ୍ଷା ଡଃ. ସି. ସାବିତ୍ରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବିଧାନ ଦିବସ ସଭାକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡଃ. ରଚନା ଆଚାର୍ଯ୍ୟ ସଭାପତିତ୍ବରେ ସମ୍ବିଧାନ ଦିବସ ପାଳନ କରାଗଲା । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶଙ୍କର ପ୍ରସାଦ ଦୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପିକା ଡଃ. ସୁଚିତ୍ରା ମିଶ୍ର, ରାଜନୀତି ବିଭାଗର ଅଧ୍ୟାପିକା ଗାୟତ୍ରୀ ମହାପାତ୍ର, ଅଧ୍ୟାପକ ଉତ୍ତମ କୁମାର ପାଣିଗ୍ରାହୀ, କାହ୍ନୁ ଚରଣ ବରଡ଼ ଏବଂ ଅର୍ଥନିତୀ ବିଭାଗର ଅଧ୍ୟାପକ ପଙ୍କଜ କୁମାର ନାୟକ, ସମାଜଶାସ୍ତ୍ର ବିଭାଗର ଅଧ୍ୟାପକ ଚକ୍ରପାଣି ସାହୁ, ମହାବିଦ୍ୟଳୟର ରବୀନ୍ଦ୍ର କୁମାର ସାବତ ଏବଂ ଅନ୍ୟ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହାବିଦ୍ୟଳୟର ପୁର୍ବତନ ଛାତ୍ରସଂସଦ ସଭାପତି ନରହରି ହରିଜନ ସମେତ ବହୁ ଛାତ୍ରଛାତ୍ରି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସମ୍ବିଧାନ ଦିବସରେ ମୁଖ୍ୟ ଅତିଥି ପ୍ରସିଦ୍ଧ ଚାଷୀ କମଳା ପୂଜାରୀଙ୍କୁ ସମ୍ବର୍ଦ୍ଧନା କରାଗଲା । ଶେଷରେ ପି.ଜି ଛାତ୍ର ଅନ୍ବେଷ ଚୌଧୁରୀ ଅତିଥିବୃନ୍ଦ, ଗଣମାଧ୍ୟମ, ସମେତ ଉପସ୍ଥିତ ଭଦ୍ରମଣ୍ଡଳୀ ଏବଂ ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME