୪ ଲୁଟିଆ ଗିରଫ, ୯ ମୋବାଇଲ ଜବତ

ସହିଦନଗର ଅଞ୍ଚଳରେ ମାତିଥିବା ଏକ ଲୁଟିଆ ଗ୍ୟାଙ୍ଗ୍‍ର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍‍ ପୁଲିସ । ଗିରଫ ଲୁଟିଆମାନେ ହେଲେ ସହିଦନଗର ଥାନା ବାଙ୍କୁଲାର ରାଜେଶ ଭୋଇ(୧୯), ମକର ବେହେରା(୧୯), ବାଲିଅନ୍ତା ଥାନା ଉମଡିଆ ବ୍ରହ୍ମପୁରର ଅକ୍ଷୟ ଭୋଇ(୧୯) ଓ ବାଲିଅନ୍ତା ଥାନା ଅଲରାପୁରର ସଞ୍ଜୟ କୁମାର ଭୋଇ(୧୮) । ୪ ଲୁଟିଆଙ୍କଠାରୁ ପୁଲିସ ୯ଟି ମୋବାଇଲ ଫୋନ୍‍କୁ ଜବତ କରିଛି । ଗିରଫ ଲୁଟିଆମାନଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ସୁଜିତ୍‍ ଲୟରିଆ ନାମକ ଜଣେ ଯୁବକ ୨୩ ତାରିଖ ଦିନ ସ୍ପୋଟ୍ସ ଏମ୍ପୋରିୟମ୍‍୍‍ ନିକଟରେ ଯାଉଥିବା ସମୟରେ ଦୁଇଟି ବାଇକ୍‍ରେ ୪ ଜଣ ଲୁଟିଆ ଆସି ତାଙ୍କ ହାତରୁ ମୋବାଇଲ ଫୋନ୍‍ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଯୁବକ ଜଣଙ୍କ ଚିକôାର କରିଥିଲେ ମଧ୍ୟ ଲୁଟିଆମାନେ ଆଖି ପିଛୁଳାକେ ପଳାଇଥିଲେ । ଏନେଇ ସୁଜିତ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ାଉ କରି ୪ ଲୁଟିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Share in top social networks!