ସର୍ବଦଳୀୟ ବୈଠକରେ ମହାନଦୀ ବଂଚାଅ ଆନେ୍ଦାଳନର ରଣନୀତି ପ୍ରସ୍ତୁତ କେନ୍ଦ୍ର ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

ଭୁବନେଶ୍ୱର, (ଦିଲ୍ଲୀପ ସାବତ) ନଭେନ୍ୱର ୧୯ ତାରିଖ ସୁଦ୍ଧା ମହାନଦୀ ଟ୍ରିବୁ୍ୟନାଲ୍ ଗଠନ ନହେବା ପ୍ରତିବାଦରେ ଗତ ୫ଦିନ ଧରି ଲୋୟର ପିଏମ୍ଜି ଠାରେ ଗଣ ସତ୍ୟାଗ୍ରହ କରିବା ପରେ ମହାନଦୀ ବଞ୍ଚାଅ ଆନେ୍ଦାଳନ ଆଜି ସର୍ବଦଳୀୟ ବୈଠକ ଦାକରା ଦେଇଥିଲା । ଏହି ବୈଠକରେ ମହାନଦୀ ବଞ୍ଚାଅ ଆନେ୍ଦାଳନ ତଥା ଆଗାମୀ ଓଡିଶାର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ରାଜ୍ୟର ପ୍ରମୁଖ ଦଳଗୁଡିକ ନେତୃବୃନ୍ଦ, ବୁଦ୍ଧିଜୀବି, ସାମାଜିକ ସଂଗଠନର ନେତୃତ୍ୱ ଯୋଗ ଦେଇଥିଲେ । ଏଥିରେ କେନ୍ଦ୍ର ସରକାର ନିଦ୍ଧିଷ୍ଟ ସମୟ ସୀମା ଭିତରେ ମହାନଦୀ ଟ୍ରିବୁ୍ୟନାଲ ଗଠନ କରିନଥିବାରୁ ଏହା ଉପରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟରେ ନଭେମ୍ବର ୧୯ ତାରିଖ ସୁଦ୍ଧା ମହାନଦୀ ଟ୍ରିବୁ୍ୟନାଲ ଗଠନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ତାହା କରିନାହାନ୍ତି । ଏହାକୁ ଆଜିର ସର୍ବଦଳୀୟ ସଭାବୃନ୍ଦ ନିନ୍ଦା କରିବା ସହିତ ଏହାକୁ ସମ୍ବିଧାନ ପ୍ରତି କେନ୍ଦ୍ର ସରକାରଙ୍କର ଅବମାନନା ଓ ଉପହାସ ବୋଲି ଅଭିହିତ କରିଛନ୍ତି । ଓଡିଶା ଏହାଦ୍ୱାରା ପ୍ରତାରିତ ହେବା ସହିତ ମହାନଦୀର ସଂକଟ ଘନିଭୂତ ହେବାକୁ ଯାଉଛି । ଓଡିଶାବାସୀ ଏହାକୁ କଠୋର ଭାବରେ ପ୍ରତିବାଦ କରିବା ସହିତ ଅତିଶୀଘ୍ର ମହାନଦୀ ଟ୍ରିବୁ୍ୟନାଟ ଗଠନ ପାଇଁ ଦାବି ସର୍ବଦଳୀୟ ବୈଠକରେ ଦାବି କରଯାଇଛି ।
ମହାନଦୀର ସଂକଟ ଏବଂ ବିଶେଷ କରି ଛତିଶଗଡ ସରକାରଙ୍କର ମହାନଦୀ ଉପରେ ଅତ୍ୟାଚାର ବିରୁଦ୍ଧରେ ଓଡିଶାର ବିଧାସଭା ଏବଂ ସଂସଦରେ ପ୍ରତିବାଦର ସ୍ୱର ଉଠାଇବାକୁ ଆଜିର ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଓଡିଶା ବିଧାନସଭାରେ ମଧ୍ୟ ଏକ ନିନ୍ଦା ପ୍ରସ୍ଥାବ ଗୃହୀତ କରିବା ସହିତ ସଂସଦରେ ଏହା ବିରୋଧରେ ସ୍ୱର ଉଠାଇବାକୁ ଓଡିଶାର ସମସ୍ତ ସାଂସଦମାନଙ୍କୁ ନିବେଦନ କରାଯାଇଛି ।
ମହାନଦୀର ସୁରକ୍ଷା ପାଇଁ ଆଇନଗତ ଲଢେଇ ସହିତ ଜନଗଣଙ୍କ ଲଢେଇକୁ ଶାଣିତ କରିବା ପାଇଁ ଆଜିର ବୈଠକରେ ନିସ୍ପତ୍ତି ନିଆଯାଇଛି । ରାଜଭବନ ସମ୍ମୁଖରେ ସମସ୍ତ ଦଳମାନଙ୍କ ତରଫରୁ ଏକ ପ୍ରତିବାଦ ଆନେ୍ଦାଳନ କରିବା ସହିତ ଦିଲ୍ଲୀରେ ମଧ୍ୟ ଆନେ୍ଦାଳନ କରିବାର ପ୍ରସ୍ତାବ ଗୃହୀତ ହୋଇଛି ।
ଟ୍ରିବୁ୍ୟନାଲ ଗଠନ ହୋଇ ତାର ଚୁଡାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡରେ ମହାନଦୀ ଉପରେ ନିର୍ମିତ ହୋଇଥିବା ପ୍ରକଳ୍ପ ଗୁଡିକୁ ବନ୍ଦ ରଖିବାକୁ ମଧ୍ୟ ଆଜି ବୈଠରେ ଆହ୍ୱାନ ନିଆଯାଇଛି ।
ମହାନଦୀର ବର୍ତ୍ତମାନ ପରିସ୍ଥିତି ଉପରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ସହିତ ମହାନଦୀ ସୁରକ୍ଷା ପାଇଁ ଜନଆନେ୍ଦାଳନକୁ ସେ ନେତୃତ୍ୱ ନିଅନ୍ତୁ ବୋଲି ଆଜି ପ୍ରସ୍ତାବ ଗୃହୀତ ହୋଇଛି ।
ମହାନଦୀ ବଞ୍ଚାଅ ଆନେ୍ଦାଳନ ତରଫରୁ ସ୍ଥାନୀୟ ହୋଟେଲ କେଶରୀରେ ଆୟୋଜିତ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ଜନତା ପାର୍ଟିକୁ ବ୍ୟତୀତ ବାକି ସମସ୍ତ ଦଳର ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ । ବିଜେଡିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜେଡି ସଂସଦ ପ୍ରତାପ ଦେବ, କଂଗ୍ରେସ ଦଳର ନିରଂଜନ ପଟ୍ଟନାୟକ, ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ସିପିଏମ୍ର ବରିÂ ନେତା ଶିବାଜୀ ପଟ୍ଟନାୟକ,ଜଜେ୍ଞଶ୍ୱର ବେହେରା, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ନାରାୟଣ ରେଡ୍ଡୀ, ସମାଜବାଦି ପାର୍ଟିର ସୁଦର୍ଶନ ପ୍ରଧାନ, ଫରୱାର୍ଡ ବ୍ଲକର ଜ୍ୟୋତି ମହାପାତ୍ର, କଳିଙ୍ଗ ସେନାରର ହେମନ୍ତ ରଥ, ଉକôଳ ଭାରତର କାଲିମୁଦ୍ଧିନ୍ ଅହମଦ୍ଧ, ସମୃଦ୍ଧ ଓଡିଶାର ନିରାକାର ବେଉରା, ସମତା କ୍ରାନ୍ତି ଦଳର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଆଦି ଯୋଗ ଦେଇଥିଲେ । ମହାନଦୀ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ଇଂ. ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋଇ, ଦେବ ପରିଜା, ମନୋଜ ଜେନା, ନିରୋଦ ଖୁଣ୍ଟିଆ, ଦିଲ୍ଲୀପ ସାବତ, ପଦ୍ମାକର ଗୁରୁ, ଅରୁଣ ଜେନା, ଗଦାଧର ପ୍ରଧାନ ସମେତ ବିଭିନ୍ନ ଗଣ ସଂଗଠନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ ।

Share in top social networks!