ଏସିଡ୍‍ ପୀଡ଼ିତାଙ୍କ ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

ଏସିଡ଼ ମାଡ଼ ମାମଲାରେ ପୀଡ଼ିତାଙ୍କ ଚିକିତ୍ସା ପାଇଁ ତୁରନ୍ତ କ୍ଷତିପୂରଣ ବାବଦକୁ ୨ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍‍ଆରସି) ନିର୍ଦେଶ ଦେଇଛନ୍ତି । ପୀଡ଼ିତା ଯେପରି ଠିକ ସମୟରେ କ୍ଷତିପୂରଣ ରାଶି ପାଇବେ ସେଥିନେଇ ଅତିରିକ୍ତ ଶାସନ ସଚିବ,ଗୃହ ସଚିବ ଓ ଜଗତସିଂହପୁର ଜିଲାପାଳ କାର୍ଯ୍ୟାନୁÂାନ ରିପୋର୍ଟ ଦାଖଲ କରିବେ ବୋଲି ଆୟୋଗ ନିର୍ଦେଶ ଦେଇଛନ୍ତି ।
ଆୟୋଗର କାର୍ଯ୍ୟକାରୀ ସଦସ୍ୟ ଜଷ୍ଟିସ ବୀରକିଶୋର ମିଶ୍ର ଆଗତ ପିଟିସନର ଶୁଣାଣି କରି ଉପରୋକ୍ତ ଆଦେଶ ଦେବା ସହ ଜାନୁଆରୀ ୧୨ସୁଦ୍ଧା ଘଟଣାର ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଜଗତସିଂହପୁର ଏସପିଙ୍କୁ ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨କୁ ଧାର୍ଯ୍ୟ କରାଯାଇଛି ।
ପୁଲିସ ବନ୍ଦ କରିଦେଇଥିବା ୨୦୦୯ର ଏହି ମାମଲାର ପୁଣି ତଦନ୍ତ ଆରମ୍ଭ କରୁଛି ବୋଲି ଶୁଣାଣି ବେଳେ ଏସ୍‍ପିଙ୍କ ପକ୍ଷରୁ ଅବଗତ କରାଯିବା ପରେ ଆୟୋଗ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ବିଶେଷକରି ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଆୟୋଗ ଆଦେଶ ଦେଇଛନ୍ତି ,ଯାହାଫଳରେ ପୁଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବଢିବ ବୋଲି ଆୟୋଗ ଆଶାବ୍ୟକ୍ତ କରିଛନ୍ତି ।
ଏତଦ୍‍ ବ୍ୟତୀତ ପୀଡ଼ିତା ଯେପରି ଆରୋଗ୍ୟଲାଭ କରି ସାଧାରଣ ଜୀବନ ଯାପନ କରିବାରେ ସକ୍ଷମ ହେବ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଆଦେଶନାମାରେ ଜଷ୍ଟିସ ମିଶ୍ର ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଯେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମରେ ଜଣେ ଯୁବତୀଙ୍କ ଉପରେ ୨୦୦୯ରେ ଏସିଡ଼ ମାଡ଼ ହୋଇଥିଲା । ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଏହି ଘଟଣାରେ ସମ୍ପୃକ୍ତ ଥିଲେ । ୨୦୧୨ରେ ପୁଲିସ ଏହି ମାମଲାର ତଦନ୍ତ ବନ୍ଦ କରିଦେଇଥିଲା । ୨୦୧୭ରେ ପୁଣି ପୁଲିସ ଏହି ବନ୍ଦ ମାମାଲାକୁ ଆଉଥିରେ ଖୋଲିବା ସହ ତଦନ୍ତ ଆରମ୍ଭ କରି ସନ୍ତୋଷ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି । ପୂର୍ବରୁ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ପୀଡ଼ିତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିଶେଷକରି ପୀଡ଼ିତାଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ଆଖି ଆଦି କ୍ଷତିଗ୍ରସ୍ତ ହୋଇଛି ବୋଲି ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଚିକିତ୍ସା ସମୟରେ ଜିଲାପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ତା’ ଛଡା ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସାପାଣ୍ଠିରୁ ପୀଡ଼ିତାଙ୍କୁ ୧ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଥିଲା ।

Share in top social networks!
Powered By Indic IME