ଅଧାରୁ ପାଠ ଛାଡିଥିବା କିଶୋରୀଙ୍କୁ ଶିକ୍ଷାନୁÂାନ ପରିଦର୍ଶନ

ରାଜ୍ୟର କୌଣସି ଆଦିବାସୀ ଅଧ୍ୟୁଷିତ କିମ୍ବା ପଛୁଆ ଅଞ୍ଚଳ ନୁହେଁ ବରଂ ରାଜଧାନୀରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠି କିଶୋରୀ ବା ବାଳିକାମାନେ ବାହାର ଦୁନିଆ ଦେଖିପାରିନାହାନ୍ତି । ନିଜ ଘର ଏବଂ ପାଖ ପଡୋଶୀଙ୍କୁ ବାଦ୍ ଦେଲେ ବାହାର ଦୁନିଆ ଯେମିତି ତାଙ୍କ ପାଇଁ ସ୍ୱପ୍ନ । ଅତି ବେଶୀରେ ଉଚ୍ଚ ବିଦ୍ୟାଳୟ ଯାଇ ଅଧାରୁ ପାଠ ଛାଡି ଘରେ ରହୁଥିବା ଏଭଳି କିଛି କିଶୋରୀମାନଙ୍କ ମୁହଁରେ ଫୁଟୁଥିବା ହସକୁ ଦେଖି ଏକଥା ବାରିହୋଇ ପଡୁଥିଲା । ମହିଳା ହିଂସା ବିରୋଧ ପକ୍ଷ ପାଳନ ଅବସରରେ ଭୁ୍ୟଜ୍ ସଂସ୍ଥା ତରଫରୁ ଶିଖରଚଣ୍ଡୀ ବସ୍ତିର ଅଧାରୁ ସ୍କୁଲ ଛାଡିଥିବା ପ୍ରାୟ ୫୦ଜଣ କିଶୋରୀଙ୍କୁ ନେଇ ଏକ ଅନାବରଣ ଯାତ୍ରା ଆୟୋଜନ କରାଯାଇଥିଲା । ଶିଖରଚଣ୍ଡି ବାଳିକାମାନେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଶ୍ୱବିଦ୍ୟାଳୟରେ ଥିବା ଶ୍ରେଣୀଗୃହ, ପାଠାଗାର, ପ୍ରୟୋଗଶାଳା ଓ ତାଲିମ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ । ସେଠାରେ ପଢୁଥିବା ନିଜ ସମ ବୟସର ବିଦ୍ୟାର୍ଥôଙ୍କୁ ଦେଖି କିଶୋରୀମାନେ ଆତ୍ମବିଭୋର ହୋଇ ପଡିଥିଲେ । ଏହି ପରିଦର୍ଶନ ଯାତ୍ରାରେ ବିଶ୍ୱବିଦ୍ୟାଳୟରୁ କୁଶଳୀ ଶିକ୍ଷା ତଥା ଆତ୍ମନିର୍ଭରଶୀଳତାର ତାଲିମ ଗ୍ରହଣ କରିଥିଲେ । ଅଷ୍ଟେ୍ରଲିଆନ୍ ହାଇକମିଶନର ସହାୟତାରେ ଏବଂ ଭୁ୍ୟଜ୍ ସଂସ୍ଥାର ଉଦ୍ୟମରେ ପଟିଆ ଶିଖରଚଣ୍ଡୀ ବସ୍ତିର ଶତାଧିକ କିଶୋରୀଙ୍କୁ ‘ପ୍ରୋଜେକ୍ଟ ଚେଷ୍ଟା’ରେ ସଂଲଗ୍ନ କରାଯାଇଛି । ଯାହାଦ୍ୱାରା ସେମାନଙ୍କ ଆତ୍ମନିର୍ଭଶୀଳତା ପାଇଁ ସିଲେଇ, ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ, ଚିତ୍ରାଙ୍କନ, ନୃତ୍ୟ ଶିକ୍ଷା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଗକୁ ପାଢ ପଢିବା ଓ ନିଜର ଭବିଷ୍ୟତ ଗଢିବା ପାଇଁ ସେମାନଙ୍କୁ ପ୍ରୋସôାହିତ କରାଯାଉଛି ବୋଲି ଭୁ୍ୟଜ୍ର ପ୍ରକଳ୍ପ ସଂଯୋଜିକା ଶର୍ମିÂା ଦାଶ କହିଛନ୍ତି ।

Share in top social networks!