ପିଇବା ପାଣିକୁ ନେଇ ରାସ୍ତା ଅବରୋଧ

IMG_20171126_165843
ଚନ୍ଦ୍ରଶେଖରପୁର ଡ଼ମଣା ଛକ ନିକଟ ନୀଳପଡ଼ିଆ ବସ୍ତିରେ ପିଇବା ପାଣିକୁ ନେଇ ରବିବାର ବସ୍ତିବାସିନ୍ଦା ରାସ୍ତାରୋକୋ କରିଛନ୍ତି । ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ବସ୍ତିବାସିନ୍ଦା ରାସ୍ତା ଅବରୋଧ କରିି ପ୍ରତିବାଦ କରିଥିଲେ । ଫଳରେ ଜୟଦେବବିହାର- ନନ୍ଦନକାନ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ବିଜେପି ମଣ୍ଡଳ ସଭାପତି ମାନସି ମଞ୍ଜରୀ ରାୟଙ୍କ ନେତୃତ୍ୱରେ ବସ୍ତିର ସମସ୍ତ ମହିଳା ପୁରୁଷଙ୍କ ସମେତ ପିଲା ଛୁଆଙ୍କୁ ନେଇ ରାସ୍ତାରେ ବସି ରହିଥିଲେ । ଏହି ବସ୍ତି ପାଇଁ ସରକାରଙ୍କ ତରଫରୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ । ବର୍ଷା ଦିନେ ବସ୍ତିରେ ନାଳନର୍ଦ୍ଧମା ପାଣି ଜମି ରହୁଛି । ସେଥିପାଇଁ ମଧ୍ୟ ସରକାର କିଛି ବ୍ୟବସ୍ଥା କରୁନଥିବାର ପ୍ରତିବାଦ କରିଛନ୍ତି । ଉକ୍ତ ବସ୍ତିରେ ୨୨୦ପରିବାର ରହୁଥିଲା ବେଳେ ୭୦୦ ଲୋକ ଏଠାରେ ବସବାସ କରିନ୍ତି । ଲୋକମାନଙ୍କୁ ପିଇବା ପାଣି ଯୋଗାଇବା ସରକାରୀଙ୍କ ଏକ ମୌଳିକ କର୍ତ୍ତବ୍ୟ ବୋଲି ଜଣାଇଥିଲେ । ଉକ୍ତ ବସ୍ତିରେ ନଳକୂଅର ସୁବିଧା ନଥିବା ହେତୁ ସପ୍ଲାଏ ପାଣି ଉପରେ ସମସ୍ତେ ନିର୍ଭର କରିନ୍ତି । ଗତ ଶନିବାର ରାତିରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ପାଣି ଆସିନାହିଁ । ଫଳରେ ରବିବାର ଦିନସାରା ଉକ୍ତ ବସ୍ତିବାସିନ୍ଦାମାନେ ବହୁ ଅସୁବିଧାରେ ଅଛନ୍ତି । ଉକ୍ତ ଘଟଣାକୁ ନେଇ ଜଳ ସମ୍ପଦ ବିଭାଗ ମଣ୍ଡଳ ଅଧିକାରୀ, ସ୍ଥାନୀୟ କର୍ପୋରେଟରଙ୍କୁ ଅବଗତ କରାଇବା ସତ୍ତେ୍ୱ କୌଣସି ଫଳ ମିଳିଲା ନାହିଁ । ଏହାର ପ୍ରତିବାଦରେ ବସ୍ତବାସିନ୍ଦା ରାସ୍ତା ଅବରୋଧ କରିଥିଲେ ।

Share in top social networks!