ମାଟ୍ରିକ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷାଦେବେ

matric-examମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର | ଚଳିତବର୍ଷ ଠାରୁ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲରେ ପରୀକ୍ଷାଦେବେ | ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି | ରାଜ୍ୟରେ ରହିଥିବା ୨୫ସହ ସ୍କୁଲରେ ଏଥିପାଇଁ ପରୀକ୍ଷାକେନ୍ଦ୍ର କରାଯିବ | ଯେଉଁ ସ୍କୁଲ ପରୀକ୍ଷାକେନ୍ଦ୍ର ହୋଇନଥିବ ସେହି ସ୍କୁଲର ଛାତ୍ରଛାତ୍ରୀ ମାନେ ପାଖ ସ୍କୁଲରେ ପରୀକ୍ଷା ଦେବେ | ଏଥିପାଇଁ ୧୦ କିଲୋମିଟର ଅଞ୍ଚଳ ମଧ୍ୟରେ ପରୀକ୍ଷାକେନ୍ଦ୍ର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି |

ମୋଟ ଉପରେ ପରୀକ୍ଷାର୍ଥୀ ମାନେ ଯେପରି କୌଣସି ଭାବେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଘଟଣା ଉପରେ ଦୃଷ୍ଟି ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି | ତେବେ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି | କେବଳ ଶିକ୍ଷକ ମାନେ ଅନ୍ୟତ୍ରକୁ ଯିବେ | ଯେଉଁ ଦିନ ଯେଉଁ ପରୀକ୍ଷା ହେବ ସେହି ବିଷୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ଦାୟିତ୍ଵରେ ରଖାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନେଇଥିବା କଥା ପ୍ରକାଶ କରାଯାଇଛି |

ପରୀକ୍ଷାକୁ ତୁରନ୍ତ କରି ଏପ୍ରିଲ ମାସ ଶେଷସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖିଥିବା କଥା ବୋର୍ଡର ସଭାପତି ଦକ୍ଷପ୍ରସାଦ ନନ୍ଦ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି |

Share in top social networks!
Powered By Indic IME