ଡିସେମ୍ବର ୨୩ରୁ ୩ୟ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନ୍ ପ୍ରକୃତିର ସଂରକ୍ଷଣ ପାଇଁ କୋଣାର୍କରୁ କୋରାପୁଟ ସାଇକଲ ଯାତ୍ରା

11101196_1475805529399575_5404055308506167817_nଭୁବନେଶ୍ୱର: ସମ୍ପ୍ରତି ବହୁ ପ୍ରତିକ୍ଷିତ ୩ୟ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନର ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ଡିସେମ୍ବର ୨୩ ତାରିଖରୁ ତୃତୀୟ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନ କୋଣାର୍କରୁ ଆରମ୍ଭ ହେବ ଏବଂ ପ୍ରକୃତିର ବିଭବରେ ଭରା କୋରାପୁଟଠାରେ ସମାପନ ହେବ । ଏ ବର୍ଷର ବିଷୟ ରହିଛି ‘ପେଡାଲ୍ରେ ପ୍ରକୃତିର ସଂରକ୍ଷଣ’ ।
ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଏବଂ ମହତ୍‍ ଉଦେ୍ଧଶ୍ୟ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଲୋକଙ୍କ ଭାଗିଦାରିତାକୁ ପ୍ରୋସôାହିତ କରିବା ହେଉଛି କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନର ଅଭିପ୍ରାୟ । ଡିସେମ୍ବର ୨୩ ତାରିଖ, ଶୀତୁଆ ସକାଳରୁ ଓଡିଶାର ଐତିହାସିକ ତଥା ସାଂସ୍କୃତିକ ସ୍ଥଳ କୋଣାର୍କରୁ ଶୁଭାରମ୍ଭ ହେବ ଏହି ଯାତ୍ରା ଅଭିଯାନ । ଏକ ହଜାର ସାଇକଲ ଚାଳକ ଏହି ଯାତ୍ରାରେ ସାତପଡା ପର୍ଯ୍ୟନ୍ତ ସାମିଲ ହେବେ । ୫ଟି ସ୍ୱେଚ୍ଛାସେବୀ ସଂସ୍ଥାର ୨୦ ଜଣ ପ୍ରତିନିଧି ୬ଦିନ ମଧ୍ୟରେ କୋଣାର୍କରୁ କୋରାପୁଟ ଯାତ୍ରା କରିବେ ବୋଲି କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନର ପ୍ରତିÂାତା ତଥା ରୁଟ୍ସ ଅଫ ଓଡିଶା ଫାଉଣ୍ଡେସନର ନିଦେ୍ର୍ଧଶକ ସୁଧିର ଦାଶ କହିଛନ୍ତି । ରାସ୍ତାରେ ଅତିକ୍ରମ କରୁଥିବା ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଚିଲିକା ଓ ଚନ୍ଦ୍ରଗିରିରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କାରିବା ପରେ ଶବର କ୍ଷେତ୍ର କୋରାପୁଟରେ ପହଞ୍ଚିବ ଏହି ଯାତ୍ରା । ରୁଟ୍ସ ଅଫ ଓଡିଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏବଂ କ୍ରେସ୍ପାଇର ସହଯୋଗରେ ହେବାକୁଥିବା ଏହି ମେଗା କାର୍ଯ୍ୟକ୍ରମକୁ ମିଶନ ଓଡିଶା, ସେଲାର୍ ଏବଂ ପ୍ରେରଣା ଭଳି ପ୍ରତିÂିତ ଅନୁÂାନ ସହାୟତାର ହାତ ବଢାଇଛନ୍ତି । ସଂସ୍ଥାଗୁଡିକର ଅବଦାନ ପରିବେଶ ସଚେତନତା କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ଦାଶ କହିଛନ୍ତି ।
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମିଶନ ଓଡିଶା ତରଠିରୁ ଗଠିତ ପାଞ୍ଚଜଣିଆ ପ୍ରତିନିଧି ଦଳ ତମ୍ବାଖୁ ସେବନ ବିରୋଧରେ ସଚେତନତା ସୃଷ୍ଟି କରିବେ । ସେହିଭଳି କ୍ରେସ୍ପାଇ ସଂସ୍ଥାନ ତରଫରୁ ତୈଳ ସଞ୍ଚୟ, ସୁରକ୍ଷିତ ପରିବେଶ ଓ ସୁସ୍ଥ ଜୀବନର ବାର୍ତ୍ତା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବେ । କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନ୍ ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ଦୁଃସାହସିକ ପଦକ୍ଷେପ ନେଇଛି ଯାହା ପ୍ରତିନିଧିମାନଙ୍କ ପାଇଁ ଏକ ଚ୍ୟାଲେଞ୍ଚ୍ ସଦୃଶ । ସେଗୁଡିକ ହେଲା
ସାତପଡା ବେଳାଭୂମି ସଫେଇ
ମସô୍ୟଜୀବୀଙ୍କେୁ ପରିବେଶ ସମ୍ବନ୍ଧୀୟ ସଚେତନତା
ଯାତ୍ରା ସମୟରେ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁÂାନରେ ସଚେତନତା ଶିକ୍ଷା
ସ୍ଥାନୀୟ ନେତୃବୃନ୍ଦଙ୍କ ସହାୟତାରେ ଗୋÂୀ ବିନିଯୋଗ
ବିଭିନ୍ନ ସ୍ଥାନରେ ଯାତ୍ରାର ଲକ୍ଷ୍ୟ, ପରିବେଶ ସଚେତନତା ଓ ପଦକ୍ଷେପ ଉପରେ ସମ୍ୟକ ସୂଚନା
ବାୟୁମଣ୍ଡଳ ପରିବର୍ତ୍ତନ ସମ୍ପର୍କିତ ବିଭିନ୍ନ ବିତର୍କ ଓ ବିବେଚନା
ପ୍ଲାଷ୍ଟିକ ବର୍ଜନ ଓ ବୃକ୍ଷରୋପଣ ଅଭିଯାନ
କର୍ମକ୍ଷେତ୍ର ପାଇଁ ସାଇକଲର ବ୍ୟବହାର ଓ ସୁସ୍ଥ ଜୀବନଶୈଳୀ
ବଡଦିନ ଅବସରରେ ସାନ୍ତାକ୍ରୁଜ ବେଶରେ ବିଭିନ୍ନ ସ୍ଥାନକୁ ଅତର୍କିତ ଯାତ୍ରା
କୋରାପୁଟ ଠାରେ ଉଦ୍ୟାପନ ଦିବସରେ ସମ୍ବର୍ଦ୍ଧନା ଓ ପ୍ରମାଣ ପତ୍ର ପ୍ରଦାନ
ବର୍ତ୍ତମାନ ଦେଶର ପ୍ରମୁଖ ସହରଗୁଡିକ ପ୍ରଦୂଷଣ ସହିତ ଲଢୁଛନ୍ତି ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଦୂଷଣର ମାତ୍ରାକୁ ଅଧିକ ପ୍ରଭାବିତ କରୁଛି । ଓଡିଶା ନିଜର ସ୍ୱତନ୍ତ୍ର ଜନସଂଖୀୟ ସୁନ୍ଦରତା ସାଇତି ରଖିଛି । ତେବେ ଆମକୁ ପ୍ରକୃତି ପ୍ରଦତ୍ତ ଶୁଭାଶିଷର ହିସାବ ରଖିବା ସହିତ ଏହାକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ଚଳିତ ବର୍ଷ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନ୍ ଓଡିଶାର ପ୍ରାକୃତିକ ପର୍ବତମାଳା, ସବୁଜ ସୌନ୍ଦର୍ଯ୍ୟର ଉସô ଅଞ୍ଚଳରେ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି ।

Share in top social networks!
Powered By Indic IME