ସ୍ୱାଭିମାନ ଓ ସଂବେଦନା ହିଁ ଓଡ଼ିଆ ସଂସ୍କୃତିର ମୂଳକଥା’ :ସଂଜୀବ ହୋତା

ଓଡ଼ିଆ ଭାଷା ଓ ସଂସ୍କୃତିକୁ ଯାଏ ଭଲ ପାଏ ସେ ହିଁ ଓଡ଼ିଆ । ବିଚ୍ଛିନ୍ନାଞ୍ଚଳ ତଥା ଭାରତର ଅନ୍ୟ ଅଞ୍ଚଳରେ ରହିଥ#ବା
ଓଡ଼ିଆମାନେ ଆମ ସଂସ୍କତିର ମୌଳିକତାକୁ ବଜାୟ ରଖ#ଛନ୍ତି । ସ୍ୱାଭିମାନ ଓ ସମ୍ବେଦନା ହିଁ ଓଡ଼ିଆ ସଂସ୍କୃତିର ମୂଳକଥା ବୋଲି
ବିଶିଷ୍ଟ ପ୍ରଶାସକ ତଥା ଲେଖକ ଶ୍ରୀ ସଂଜୀବ ଚନ୍ଦ୍ର ହୋତା ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ
“ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥ# ଭାବେ ଯୋଗଦେଇ ଶ୍ରୀ ହୋତା ଉପରୋକ୍ତ ମର୍ମରେ ନିଜ ଅନୁଭୂତିରୁ ବିଭିନ୍ନ ଘଟଣାର
ଅବତାରଣା କରିବା ସହିତ ଜନଜାତିଙ୍କ ସଂସ୍କୃତି ସଂପର୍କରେ ଉଲ୍ଲେଖ କରିଛନ୍ତି ।
ଅଭିଲେଖାଗାର କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ହୋତା ଯୋଗଦେଇ “ଓଡ଼ିଶା, ଓଡ଼ିଆ ଓ ଉତ୍କଳୀୟ
ସଂସ୍କୃତିର ଅନ୍ୟ ଏକ ଦିଗ’ ପ୍ରସଙ୍ଗରେ ବକ୍ତବ୍ୟ ରଖ#ଥ#ଲେ । ଶ୍ରୀ ହୋତା କହିଥ#ଲେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ
ଉତ୍ଫୁଲିତ ହେବାର ଅବସର ନାହିଁ କାରଣ ବାହାରେ ଥ#ବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଭାଷା ହଜି ଯାଉଛି । ପ୍ରାଥମିକ ଓ ମାଧ୍ୟମିକ
ସ୍ତରରେ ସେମାନଙ୍କ ନିମନ୍ତେ ଓଡ଼ିଆ ଭାଷା ଶିକ୍ଷାର ସୁଯୋଗ ନମିଳିଲେ ସଙ୍କଟ ସୃଷ୍ଟି ହେବ । ସେ କହିଥ#ଲେ ଯେ ଓଡ଼ିଶା ବାହାରେ
ଥ#ବା ଓଡ଼ିଆମାନଙ୍କର ଅବଚେତନରେ ଓଡ଼ିଆ ସଂସ୍କୃତି ବଞ୍ଚ#ରହିଛି । ଚଳଣି, ପୂଜାର୍ଚ୍ଚନା, ଉତ୍ସବାନୁଷ୍ଠାନ, ଓଷାବ୍ରତ ଓ ଅଜଣା
ସମୟରୁ ଅଜଣା ଲେଖକଙ୍କ ରଚିତ ବାଣୀର ଅଦ୍ୟାବଧ# ପ୍ରଚଳନ ଇତ୍ୟାଦିରେ ଆମ ସଂସ୍କୃତି ଜିଇଁ ରହିଛି । ଦୃଷ୍ଟାନ୍ତ ସ୍ୱରୂପ
ଜନଜାତିମାନେ ସାମୂହିକ ପରିବେଶରେ ସମ୍ବଲପୁରୀ, ଦେଶଜ ଓଡ଼ିଆ ଓ ସେମାନଙ୍କ ଭାଷାର ମିଶ୍ରିତ ରୂପ ବ୍ୟବହାର କରନ୍ତି ।
ଓଡ଼ିଆ ଭାଗବତ ଓ ସାରଳା ମହାଭାରତରୁ ଆମ ସଂସ୍କୃତିର ପରିଚୟ ମିଳେ । ଶ୍ରୀ ହୋତା ବିଭିନ୍ନ ଉଦାହରଣ ମଧ୍ୟରେ ମତ୍ତବଳରାମ
ଦାସ ଓ ସନ୍ଥକବି ଭୀମଭୋଇଙ୍କ ପ୍ରସଙ୍ଗ ଉତ୍ଥାପନ କରିବା ସହିତ ଜନଜାତିଙ୍କ ଗୀତବାଦ୍ୟ ସଂପର୍କରେ ଉଲ୍ଲେଖ କରିଥ#ଲେ ।
ଓଡ଼ିଆ ସଂସ୍କୃତିର ମୌଳିକତା ବୋଇଲେ ଓଡ଼ିଆଙ୍କ ସ୍ୱାଭିମାନ ଓ ଅନ୍ୟ ମଣିଷ ପ୍ରତି ସମ୍ବେଦନାକୁ ବୁଝାଏ ବୋଲି ଶ୍ରୀ ହୋତା
ପ୍ରକାଶ କରିଥ#ଲେ ।
ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ
ଶାସନ ସଚିବ ତଥା କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରାରମ୍ଭିକ ବକ୍ତବ୍ୟରେ ଏପରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିବା
ସହିତ ଅତିଥ#ଙ୍କ ପରିଚୟ ପ୍ରଦାନ କରିଥ#ଲେ । ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥ#ବାବେଳେ
ବିଭାଗୀୟ ଉପନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ଶେଷରେ ଧନ୍ୟବାଦ ଅର୍ପଣ କରିଥ#ଲେ । କାର୍ଯ୍ୟକ୍ରମରେ ଶ୍ରୀ ହୋତାଙ୍କୁ ଉପଢେ଼òକନ
ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥ#ଲା । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତି୍ୟକ, ଗବେଷକ ଓ ସଂସ୍କୃତିକର୍ମୀ ଉପସ୍ଥିତ
ଥ#ଲେ

Share in top social networks!
Powered By Indic IME