ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଅର୍ଥରୁ ଆଦାୟ ହେଉଥିବା ଟିକସକୁ ଶାସକ ବିଜେଡି ମନ ଇଚ୍ଛା ନିଜ ଦଳୀୟ ସ୍ୱାର୍ଥ୍ୟ ପାଇଁ ଅପବ୍ୟବହାର କରୁଛି: ବିଜେପି

 ରାଜ୍ୟର ସଠିକ ବିକାଶ ପାଇଁ ନୁହେଁ ବରଂ ଅଯଥାରେ ରାଜ୍ୟ ରାଜସ୍ୱକୁ ଶ୍ରାଦ୍ଧ କରୁଛନ୍ତି ମୁଖ୍ୟମନ୍ତ୍ରୀ
 ବିଜୁ ଯୁବ ବାହିନୀ ଗଠନ ଶାସକ ବିଜେଡିର ହୀନ ରାଜନୈତିକ ଅଭିସନ୍ଧି ଏବଂ ବେକାର ଯୁବବର୍ଗଙ୍କ ପ୍ରତି ଉପହାସ ସଦୃଶ
 ବେକାର ଯୁବବର୍ଗଙ୍କୁ ବିଭ୍ରାନ୍ତ କରିବାର ଅପପ୍ରୟାସରୁ କ୍ଷାନ୍ତ ରହୁ ଶାସକ ବିଜେଡି

ବହୁ କଷ୍ଟ ଓ ଦୁର୍ଦିନରେ ବାସ କରୁଥିବା ରାଜ୍ୟର କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅର୍ଥ ନାହିଁ । ସେହିପରି ନିଜ ନ୍ୟାର୍ଯ୍ୟ ହକ୍ ପ୍ରାପ୍ତି ଉଦେ୍ଧଶ୍ୟରେ ରାଜରାସ୍ତାରେ ଆନେ୍ଦାଳନ କରୁଥିବା ଆଙ୍ଗନବାଡୀ, ଆଶା କର୍ମଚାରୀ, ଶିକ୍ଷା ସହାୟକ, ଜିଆରଏସ, ଗ୍ରାମ ସାଥୀ, ଠିକା ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ସମସ୍ୟାର ସମାଧାନ ପରିବର୍ତେ ମାଡ ମାରି ଲହୁଲୁହାକ୍ତ କରୁଛନ୍ତି, ମାତ୍ର ତାଙ୍କର ଆର୍ଥକ ସମସ୍ୟାର ସମଧାନ କରୁନାହାନ୍ତି । ଅନ୍ୟ ପକ୍ଷରେ ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଅର୍ଥରୁ ଆଦାୟ ହେଉଥିବା ଟିକସକୁ ଶାସକ ବିଜେଡି ମନ ଇଚ୍ଛା ନିଜ ଦଳୀୟ ସ୍ୱାର୍ଥ୍ୟ ପାଇଁ ଅପବ୍ୟବହାର କରୁଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ସଠିକ ବିକାଶ ପାଇଁ ନୁହେଁ ବରଂ ଅଯଥାରେ ରାଜ୍ୟ ରାଜସ୍ୱକୁ ଶ୍ରାଦ୍ଧ କରୁଛନ୍ତି ବୋଲି ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ।
ଶାସକ ବିଜେଡି କାମରେ ନୁହେଁ ବରଂ କଥାରେ ବିଶ୍ୱାସ କରେ ଏବଂ କେବଳ ପ୍ରଚାର ସର୍ବସ୍ୱ । ଚଳିତ ମାସ ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟର ଛାତ୍ରଛାତୀମାନଙ୍କୁ ମହା ଆଡମ୍ବରରେ ଅନୁÂିତ ହୋଇଥିବା ନିଜ “ମନ୍ କି ବାତ୍” କାର୍ଯ୍ୟକ୍ରମ ଜରିଆରେ ୨୦୦ କୋଟି ଟଙ୍କାର ବ୍ୟାପକ ରାଜ୍ୟ ରାଜସ୍ୱକୁ ଅଯଥାରେ ଖର୍ଚ୍ଚ କରିଥିଲେ । ସେହିଭଳି ରାଜ୍ୟର ଗରିବ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସିଥିବା ୧୭୨ କୋଟି ଟଙ୍କାକୁ ଚଂଚକତା କରି ମୁଖ୍ୟମନ୍ତ୍ରୀ ନିଜ ଦଳୀୟ କାର୍ଯ୍ୟକର୍ତାଙ୍କୁ ଥଇଥାନ କରିବା ପାଇଁ ଖର୍ଚ୍ଚ କରିଛନ୍ତି । ପୁଣି ଆଜି ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ବିଜୁ ଯୁବବାହିନୀ ଅନ୍ତର୍ଗତ ଯୁବ ସ୍ୱେଚ୍ଛାସେବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି । ଏହି ବାହିନୀରେ ଅନ୍ତର୍ଭୁକ୍ତ ହେବା କୈାଣସି ନିଯୁକ୍ତି ନୁହେଁ ବା ସରକାରୀ ନିଯୁକ୍ତି ନିମନ୍ତେ ନ୍ୟାୟଗତ ଅଧିକାର ନୁହେଁ ବୋଲି ଉଲ୍ଲେଖ କରିବା ଶାସକ ବିଜେଡିର ହୀନ ରାଜନୈତିକ ଅଭିସନ୍ଧି ଏବଂ ବେକାର ଯୁବବର୍ଗଙ୍କ ପ୍ରତି ଉପହାସ ସଦୃଶ ଅଟେ । ଏହା କେବଳ ପ୍ରଚାର ସର୍ବସ୍ୱ ଏବଂ ନିଜ ଦଳୀୟ କାର୍ଯ୍ୟକର୍ତାଙ୍କୁ ଥାଇଥାନ କରିବାକୁ ଶାସକ ବିଜେଡିର ଏକ ଅଭିନବ ପ୍ରୟାସ ବୋଲି ଶ୍ରୀ ସାମଲ ଓ ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।
ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶାସକ ବିଜେଡି ରାଜ୍ୟବାସୀଙ୍କ ଟିକସକୁ ନିଜ ଓ ଦଳୀୟ ସ୍ୱାର୍ଥ ପାଇଁ ଖର୍ଚ୍ଚ ନକରି ରାଜ୍ୟର ଯୁବବର୍ଗଙ୍କ ସମେତ ଚାଷୀ, ଶିକ୍ଷକ, ସ୍ୱାସ୍ଥ୍ୟ କର୍ମଚାରୀ, ଶ୍ରମିକଙ୍କ ସଠିକ ବିକାଶ ପାଇଁ ଖର୍ଚ୍ଚ କରନ୍ତୁ । ରାଜ୍ୟର ଯୁବବର୍ଗ ଶାସକ ବିଜେଡିର ମନ୍ଦ ଆଭିମୁଖ୍ୟକୁ ଭଲ ଭାବେ ଜାଣି ସାରଲେଣି । ତେଣୁ ଏଭଳି ଯୋଜନା ମାଧ୍ୟମରେ ବେକାର ଯୁବବର୍ଗଙ୍କୁ ବିଭ୍ରାନ୍ତ କରିବାର ଅପପ୍ରୟାସରୁ କ୍ଷାନ୍ତ ରହିବାକୁ ଉଭୟ ଶ୍ରୀ ଶ୍ରୀ ସାମଲ ଓ ଶ୍ରୀ ତ୍ରିପାଠୀ ଶାସକ ବିଜେଡିକୁ ପରାମର୍ଶ ଦେଇଛନ୍ତି ।

Share in top social networks!