ଟେଲି ଯୋଗାଯୋଗ ଭିତ୍ତିଭୂମୀର ଦକ୍ଷତା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରି ଜିଲ୍ଲାରେ ଟେଲି ଯୋଗାଯୋଗ ଭିତ୍ତିଭୂମୀର ସଂପ୍ରସାରଣ କ୍ଷମତା ବୃଦ୍ଧି କରିବା ସହ ନୂତନ ଟାଓ୍ୱାର ନିର୍ମାଣ ନିମନ୍ତେ ବି.ଏସ୍.ଏନ୍.ଏଲ୍ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ଜିଲ୍ଲାରେ ୧୫ ଟି ଟାଓ୍ୱାର ନିର୍ମାଣ ପାଇଁ ପୂର୍ବରୁ ସରକାର ନିଷ୍ପତ୍ତି ନେଇଥ#ଲେ । ଇତି ମଧ୍ୟରେ ୩ ଟି ଟାଓ୍ୱାରକୁ କାର୍ଯ୍ୟକ୍ଷମ କରାଯାଇଛି । ଅବଶିଷ୍ଟ ୧୨ ଟି ଟାଓ୍ୱାରକୁ ଡ଼ିସେମ୍ବର ୧୫ ଠାରୁ ଜାନୁଆରୀ ୩୦ ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟାୟରେ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ସମୟ ଧାର୍ଯ୍ୟ କରାଯାଇଥ#ଲା ।

ଦୁର୍ବଳ ଟେଲି ଯୋଗାଯୋଗ ଯୋଗୁ ପ୍ରଶାସନିକ କାର୍ଯ୍ୟ ଏବଂ ସାଧାରଣ ସେବା ଯୋଗାଣ ବ୍ୟାହତ ହେଉଛି ବୋଲି ମାଲକାନଗିରି ଜିଲ୍ଲାପାଳ ଏବଂ ଏସ୍.ପି. ଜଣାଇଥ#ଲେ । ବିଚ୍ଛିନ୍ନାଞ୍ଚଳ ଜୁଡାମ୍ବୋଠାରେ ଏକ ଟାଓ୍ୱାର ନିର୍ମାଣ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥ#ଲେ । ବି.ଏସ୍.ଏନ୍.ଏଲ୍. ଦ୍ୱାରା ସିଲେରୁ ଠାରୁ ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ଫାଇବାର କେବୁଲ ବିଛାଇବା କାମ ଫେବୃଆରୀ ମାସ ୧୫ ତାରିଖ ସୁଦ୍ଧା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥ#ଲା । ମାଲକାନଗିରି ଜିଲ୍ଲାକୁ
ଏକ ବିକଳ୍ପ ‘ଷ୍ଟାଣ୍ଡ -ବାଇଦ କନେକ୍ଟିଭିଟି ସଂଯୋଗ ଦେବା ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥ#ଲା । ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ ଅଗ୍ରଗତି ବିଷୟରେ ପୁର୍ତ୍ତ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ ଜଣାଇଥ#ଲେ ଯେ ପୋଲର ସମୁଦାୟ ୨୨ ପୁକାର (ସ୍ପାନ୍) ମଧ୍ୟରୁ ଇତି ମଧ୍ୟରେ ୧୭ ଟିର ଛାତ ପଡିସାରିଛି । ୧୮ ଟି ସ୍ପାନ୍ ରେ ଛାତ ପକାଇବା ନିମନ୍ତେ ପ୍ରସ୍ତୁତି ସରିଛି । ସମୁଦାୟ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଫେବୃଆରୀ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କ୍ଷେତ୍ରସ୍ତରୀୟ ଅଧ#କାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ପୋଲ ନିର୍ମାଣ ସହ ଉଭୟ ପାଶ୍ୱର୍ରୁ ଆପ୍ରୋଚ୍ ରୋର୍ଡ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥ#ଲେ ।
୨୦୧୮-୧୯ ବର୍ଷଠାରୁ ମାଲ୍କାନଗିରିଠାରେ ଏ.ଏନ୍.ଏମ୍. ତାଲିମ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୈଠକରେ
ସ୍ଥିର ହୋଇଥ#ଲା । ତଦନୁଯାୟୀ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ବିଭାଗ ଶାସନ ସଚିବ ଶ୍ରୀ ପ୍ରମୋଦ ମେହେର୍ଦ୍ଦାଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ବିଦୁ୍ୟତ ଯୋଗାଣ ବ୍ୟବସ୍ଥାର ଦୃଢ଼ୀକରଣ ନିମନ୍ତେ
ମାଲ୍କାନଗିରି, କାଲିମେଳା , ସତୀଗୁଡା ଏବଂ ପାଣ୍ଡି ୍ରପାଣି ଫିଡର ଲାଇନ୍ କାର୍ଯ୍ୟ ୪ ମାସ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟ
ଶାସନ ସଚିବ ଶ୍ରୀ ପାଢ଼ୀ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ସେହିପରି ପୋଡିଆ,
କେରୁକୁଣ୍ଡା, ବୋଡିଲ ଏବଂ ପଦ୍ମଗିରି ଠାରେ ସବ୍ ଷ୍ଟେସନ ନିର୍ମାଣ କାର୍ଯ୍ୟ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ
ଧାର୍ଯ୍ୟ କରାଯାଇଥ#ଲା ।
ଅନୁସୂଚୀତ ଜାତି ଏବଂ ଜନଜାତି ବିଭାଗ ହଷ୍ଟେଲ୍ ମାନଙ୍କରେ ଏ.ଏନ୍.ଏମ ଏବଂ ମହିଳା ମାଟ୍ରନ୍ ନିଯୁକ୍ତି ସମ୍ବନ୍ଧିତ
ସମସ୍ୟା ବିଷୟରେ ଜିଲ୍ଲାପାଳ ଜଣାଇଥ#ଲେ । ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସମସ୍ୟାର ଆଶୁ ସମାଧାନ ପନ୍ଥା
ନିର୍ଦ୍ଧାରଣ କରି ତଦନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ଜିଲ୍ଲାରେ ବ୍ୟାଙ୍କ୍ ସେବାର ସଂପ୍ରସାରଣ,
ନୂତନ ବ୍ୟଶଙ୍କ୍ ଆଉଟ୍ଲେଟ୍ ପ୍ରତିଷ୍ଠା, ବି.ଇ.ଡି କଲେଜର ଅନୁମୋଦନ, ଶିକ୍ଷା ଭିତ୍ତିଭୂମୀର ବିକାଶ ଆଦି ବିଷୟରେ ସବିଶେଷ
ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥ#ଲା । ଚିତ୍ରକୋଣ୍ଡା, କୁର୍ମାନୋର, ପୁଲୁରୁ ଏବଂ କାଲିମେଳା ଆଦି
ସ୍ଥାନରେ ଥ#ବା ଛାତ୍ରାବାସ ଗୁଡିକୁ ଚାଉଳ ଯୋଗାଣ ସମ୍ବନ୍ଧିତ ସମସ୍ୟାର ମଧ୍ୟ ସମାଧାନ କରାଯାଇଥ#ଲା । ମାଲକାନଗିରିଠାରେ
ଏୟାରଷ୍ଟ୍ରିପ ନିର୍ମାଣ ନିମନ୍ତେ ଭୂମୀ ଅଧ#ଗ୍ରହଣ କାର୍ଯ୍ୟ ଶେଷ ହୋଇଛି ବୋଲି ଜିଲ୍ଲାପାଳ ଜଣାଇଥ#ଲେ ।
ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ କୁମାର ତ୍ରିପାଠୀ,
ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି.ଭି.ଭି.ଶର୍ମା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ
କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନ୍କାନ୍ତ ପାଣ୍ଡେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ
ଶାସନ ସଚିବ ଡ଼ଃ ଚନ୍ଦ୍ର ଶେଖର କୁମାର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିର୍ ବିକ୍ରମ ଯାଦବ ଅନୁସୂଚୀତ ଜାତି ଓ
ଜନଜାତି ବିଭାଗ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକରେ
ଯୋଗଦେଇଥ#ଲେ । ମାଲକାନଗିରି ଜିଲ୍ଲାପାଳ ଶ୍ରୀ କେ.ଏମ୍.ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧ#କାରୀମାନେ ଭିଡ଼ିଓ
କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ବିଷୟରେ ଜଣାଇଥ#ଲେ ।

Share in top social networks!
Powered By Indic IME