ବିବିଧତା ମଧ୍ୟରେ ଏକତା ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ : ରାଜ୍ୟପାଳ

ବିବିଧତା ମଧ୍ୟରେ ଏକତା ହିଁ ଭାରତର ଶକ୍ତି ଓ ସୋନ୍ଦର୍ଯ୍ୟ । ସଂପ୍ରତି ଭାରତ
ବିଶ୍ୱରେ ଏକ ମହାଶକ୍ତି ଭାବରେ ଉଭା ହେବାକୁ ଯାଉଛି । ଭବିଷ୍ୟତର ନିର୍ମାଣରେ ଭାରତ
ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ନିର୍ମାଣ ପ୍ରକ୍ରିୟାରେ ଯୁବ ଶକ୍ତିର ସକ୍ରିୟ ଯୋଗଦାନ
ଏକାନ୍ତ ଜରୁରୀ । ଶୃଙ୍ଖଳା, ଦେଶପ୍ରେମ ଓ କର୍ତ୍ତବ୍ୟପରାୟଣତାକୁ ଆଧାର କରି ଦେଶ ପାଇଁ
କାର୍ଯ୍ୟ କରିବାକୁ ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ଆହ୍ୱାନ ଜଣାଇଛନ୍ତି ।
ଆଜି ରାଜଭବନରେ ନେହେରୁ ଯୁବ କେଂଦ୍ର ସଂଗଠନ ପକ୍ଷରୁ ଆନ୍ତଃରାଜ୍ୟ ଯୁବ
ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହାରାଷ୍ଟ୍ର ଓ ଓଡ଼ିଶାର ଯୁବକ ଯୁବତୀମାନେ
ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ସେମାନେ ନିଜର ଅନୁଭୂତି ଓ ଉପଲବ୍ଧି ବର୍ଣ୍ଣନା
କରିଥିଲେ । ଏକ ଭାରତ ଶ୍ରେÂ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ
ମହାରାଷ୍ଟ୍ରର ୪୧ଜଣ ଓ ଓଡ଼ିଶାର ୬୧ଜଣ ପ୍ରତିନିଧି ଭାଗ ନେଇଛନ୍ତି । ନେହେରୁ ଯୁବ
କେନ୍ଦ୍ରର ରାଜ୍ୟ ନିଦେ୍ର୍ଧଶକ ରୀତା ଭଗତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା
ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚୀବ ସି.ଜେ. ବେଣୁଗୋପାଳ କାର୍ଯ୍ୟକ୍ରମରେ
ଉପସ୍ଥିତ ଥିଲେ ।

Share in top social networks!
Powered By Indic IME