ସୁଖୋଇ-30MKI ଲଢୁଆ ବିମାନରୁ ବ୍ରହ୍ମୋସ କୃଜ କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣରେ ଆନନ୍ଦ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ସୁଖୋଇ-30ଏମକେଆଇ ଲଢ଼ୁଆ ବିମାନରୁ ବ୍ରହ୍ମୋସ କୃଜ କ୍ଷେପଣାସ୍ତ୍ରର (ଆକାଶପଥର ଦ୍ରୂତଗାମୀ କ୍ଷପଣାସ୍ତ୍ର)ସଫଳ ପରୀକ୍ଷଣ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦ ପ୍ରକାଶ କରିଛନ୍ତି । ଏହି ଉଲ୍ଲେଖନୀୟ କାର୍ଯ୍ୟ ଓ ସଫଳତା ସହିତ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

“ସୁଖୋଇ-30ଏମକେଆଇରୁ ବ୍ରହ୍ମୋସ ଏଏଲସିଏମ କୃଜ କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣକୁ ନେଇ ମୁଁ ଆନନ୍ଦିତ । ଏହି ଉଲ୍ଲେଖନୀୟ ସଫଳତା ସହିତ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Share in top social networks!