ସପ୍ଲିମେଂଟାରୀ ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇ ଗୃହୀତ ହେବା ପୂର୍ବରୁ ସର୍ବସାଧାରଣରେ ଘୋଷଣା କରିଥିବା ଅର୍ଥମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିବ ବିଜେପି : କେ.ଭି.ସିଂହଦେଓ

ବିଧାନସଭାରେ ବଜେଟ ଉପସ୍ଥାପନ ହୋଇ ଗୃହୀତ ହେବା ପୂର୍ବରୁ ଏହାର ସଂପୂର୍ଣ୍ଣ ଗୋପନୀୟତା ରଖିବା ହେଲା ବିଧି । ମାତ୍ର ଆଜି ଯେଉଁ ଭଳି ଭାବେ ଅବାନ୍ତର ଆଚରଣ ଦେଖାଇ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଆଗାମୀ ବିଧାନସଭାରେ ଆଗତ ହେବାକୁ ଥିବା ସପ୍ଲିମେଂଟାରୀ ବଜେଟର ରୂପରେଖ ୬୯୦୦ କୋଟି ଟଙ୍କା ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି, ତାହା ନିଶ୍ଚିତ ରୂପେ ବିଧାନସଭାର ପ୍ରତିÂା ଉପରେ ଆଂଚ ଆଣିଛି । ତେଣୁ ଅର୍ଥ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ବିରୋଧ କରି ଆଗାମୀ ବିଧାନସଭା ସତ୍ରରେ ତାଙ୍କ ବିରୁଦ୍ଧରେ ବିଜେପି ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିବେ ବୋଲି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

Share in top social networks!
Powered By Indic IME