ନବକୃଷ୍ଣ ଚୌଧୁରୀ ସାମାଜିକ ଓ ରାଜନୈତିକ ମୂଲ୍ୟବୋଧର ଯଥାର୍ଥ ପ୍ରତିନିଧ# ଥ#ଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥ#ଲେ ଗାନ୍ଧୀବାଦ ଓ ସମାଜବାଦର ମହାନ ପ୍ରବକ୍ତା । ସାମାଜିକ ଓ ରାଜନୈତିକ ମୂଲ୍ୟବୋଧର ଯଥାର୍ଥ ପ୍ରତିନିଧ# ଭାବରେ ସେ ଚିରସ୍ମରଣୀୟ ରହିବେ ବୋଲି ଆଜି ରାଜ୍ୟସ୍ତରୀୟ ଜୟନ୍ତୀ ସଭାରେ ବକ୍ତାମାନେ ମତ ଦେଇ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସଭାରେ ବାଲିକୁଦା-ଏରସମା ବିଧାୟକ
ଶ୍ରୀ ପ୍ରଶାନ୍ତ ମୁଦୁଲି ମୁଖ୍ୟଅତିଥ# ଭାବେ ଯୋଗଦେଇ କହିଥ#ଲେ ଯେ ସ୍ୱର୍ଗୀୟ ଚୌଧୁରୀ ରାଜନେ ହୋଇଥ#ଲେ ମଧ୍ୟ ଭୋଟ- ନିର୍ବାଚନ କଥା ନଭାବି ସମାଜ ଓ ଜାତିର ଭବିଷ୍ୟତ ନେଇ ଚିନ୍ତା କରୁଥ#ଲେ । ଜୀବନରେ ସେ ଯେଉଁ କାର୍ଯ୍ୟରେ ହାତ ଦେଇଥ#ଲେ, ସେଥ#ରେ ସେ ସଫଳତା ଅର୍ଜନ କରିଥ#ଲେ । ଆଜିର ସାମାଜିକ-ରାଜନୈତିକ ପରିବେଶରେ ନବକୃଷ୍ଣଙ୍କ ପରି ବ୍ୟକ୍ତିତ୍ୱ ବିରଳ ବୋଲି ଶ୍ରୀ ମୁଦୁଲି କହିଥ#ଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଶ୍ରୀ ବସନ୍ତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥ#ଲେ ଯେ ନବକୃଷ୍ଣ କ୍ଷମତା ମୋହ ଓ ଅଭିଜାତ୍ୟରୁ ଦୂରରେ ଥ#ଲେ । ସମାଜସେବା ଓ ରଚନାତ୍ମକ କାର୍ଯ୍ୟରେ ବ୍ରତୀ ସ୍ୱର୍ଗୀୟ ଚୌଧୁରୀ ଓଡ଼ିଆକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବାକୁ ପ୍ରଥମେ ଆଇନ ପ୍ରଣୟନ କରିଥ#ଲେ ।

ନିରଳସ ଜୀବନଚର୍ଯ୍ୟା, ସ୍ୱଚ୍ଛତା ଓ ସାଧୁତା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ଥ#ଲା । ଜୀବନର ଶେଷ ସମୟରେ ବାଜି ରାଉତ ଛାତା୍ରବାସରେ ଆଶ୍ରମ ଜୀବନ ବିତାଇବା ତାଙ୍କ ସରଳ ଓ ଲୋକପକ୍ଷଧର ବ୍ୟକ୍ତିତ୍ୱର ପ୍ରମାଣ ବୋଲି ଶ୍ରୀ ମଲ୍ଲିକ ଉଲ୍ଲେଖ କରିଥ#ଲେ ।

ପ୍ରାରମ୍ଭିକ ସଂଗୀତ ପରିବେଷଣ ପରେ ଅତିଥ#ମାନେ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ କରିଥ#ଲେ ଓ ବିଭାଗୀୟ ଉପଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାରଣା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେଇଥ#ଲେ । ପୂର୍ବରୁ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥ#ଲା । ଖଣ୍ଡେଶ୍ୱରୀ କଳାସଂସଦର ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥ#ଲା । ସୂଚନା ଅଧ#କାରୀ ସୂର୍ଯ୍ୟରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥ#ବା ବେଳେ ଉପନିର୍ଦ୍ଦେଶକ(କ୍ଷେତ୍ର) ସନ୍ତୋଷ କୁମାର ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲେ ।

Share in top social networks!
Powered By Indic IME