ବିଜୁ ଜନତା ଦଳ ସଭାପତି ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି

ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିଜୁ
ଜନତା ଦଳର “ଆମ ଗାଁ ଆମ ବିକାଶ” ଓ “ଆମ ସହର ଆମ ଉନ୍ନତି” କାର୍ଯ୍ୟକ୍ରମର ପରିଚାଳନା କରିବା ପାଇଁ ମୋରଡ଼ା ଓ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରଣବ ବଳବନ୍ତରାୟ, କରଞ୍ଜିଆ ଓ ଯଶୀପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ବ୍ୟୋମକେଶ ରାୟ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାୟ
ଏବଂ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଦେବାଶିଷ ପାତ୍ରଙ୍କୁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଦଳ ପକ୍ଷରୁ ପୂର୍ବରୁ ନିଯୁକ୍ତ ବ୍ଲକ ଓ ପୌରାଞ୍ଚଳର ପର୍ଯ୍ୟବେକ୍ଷକମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ଦଳର ମାନ୍ୟବର ସଭାପତି ନବ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ବିଜୁ ଜନତା
ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Share in top social networks!