ଦୁଇ ଲକ୍ଷ ଶିଶୁଙ୍କୁ ଦିଆଯିବ ଜାପାନିଜ୍ ଏନ୍ସେଫାଲିଟିସ୍ ଟୀକାଦାନ

20171123_163218ଦେଶରେ ଆତଙ୍କ ସୃଷ୍ଟି କରିଥିବା ଜାପାନିଜ୍ ଏନ୍ସେଫାଲିଟିସ୍ ରୋଗର ନିରାକରଣ ପାଇଁ ବିଶେଷ ଟୀକାଦାନ କାର୍ଯକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜେଇ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଏମ୍ସି ଅଂଚଳରେ ଟୀକାଦାନ କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖରୁ ଆରମ୍ଭ ହୋଇ ୩ ସପ୍ରାହ ଚାଲୁ ରହିବ । ବର୍ଷକରୁ ୧୫ ବର୍ଷ ଯାଏ ଶିଶୁଙ୍କୁ ଏହି ଟୀକାପ୍ରଦାନ କରାଯିବ । ସହରର ୨ଲକ୍ଷ ୨୪ ହଜାର ୨ଶହ ୬୪ଜଣଙ୍କୁ ଏହା ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଭୁବନେଶ୍ୱରର ସମସ୍ତ ସ୍କୁଲ ଯେପରିକି ଶିଶୁ ମନ୍ଦିର, ପ୍ଲେସ୍କୁଲ, ମଦ୍ରାସା, ଅନାଥାଶ୍ରମରେ ରହୁଥିବା ଶିଶୁ, ସରକାରୀ ଏବଂ ଅନ୍ୟାନ୍ୟ ଅନୁÂାନର ଶିଶୁଙ୍କୁ ଟୀକାଦାନ କରିବା ପାଇଁ ସ୍ଥିର ହୋଇଛି । ଏଥିରେ ଅଙ୍ଗନବାଡି, ଆଶା କର୍ମୀ, ଏଏନ୍ଏମ୍ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ସହଯୋଗ କରିବେ ।
ଅଭିଯାନକୁ ସଫଳ କରିବା ପାଇଁ ଆଜି ବିଏମ୍ସି ସମ୍ମିଳନୀ କକ୍ଷରେ ମେୟର ଅନନ୍ତ ନାରାୟଣ ଜେନ. ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମନୋଜ ମହାନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଆଲୋଚନା କରିଥିଲେ ।
ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଅଭିଯାନ କାର୍ଯ୍ୟକାରୀ ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ ସହ ଯୋଗାଯୋଗ କରି ଏଥିରେ ସହଯୋଗ କରିବାକୁ କୁହାଯିବ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଏଥିରେ ସକ୍ରିୟ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।
ଏହି ଟୀକାଦାନ ଦେଶର ବିଭିନ୍ନ ଅଂଚଳରେ ପୂର୍ବରୁ ପ୍ରଦାନ କରାଯାଇଛି ଯାହାକି ସଫଳ ଭାବରେ କାମ ଦେଉଛି ବୋଲି ଇମୁ୍ୟନାଇଜେସନ୍ ବିଭାଗର ପୂର୍ବତନ ଉପ ନିଦେ୍ର୍ଧଶକ ଆର୍ କେ ରାଉତ କହିଛନ୍ତି । ଏହା ଆଗାମୀ ପୀଢ଼ିର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରବିନ୍ଦ୍ର କୁମାର ଜେନା କହିଛନ୍ତି ।
ବୈଠକରେ ସିଡିପିଓ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ, ବିଏମ୍ସିର ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ନଗର ସ୍ୱାସ୍ଥ୍ୟ ମିଶନର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଜାପାନିଜ୍ ଏନ୍ସେଫାଲିଟିସ୍ ରୋଗ:
ଏହା ଏକ ଭୁତାଣୁ ଜନିତ ରୋଗ ଯାହାକି ଜେଇ ଭାଇରସ୍ ନାମକ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । ବାନ୍ତି କରିବା, ମୁଣ୍ଡବ୍ୟଥା, ଜ୍ୱର ଏବଂ ନିଷ୍କ୍ରିୟତା ପ୍ରଭୃତି ଲକ୍ଷଣ ଦେଖାଯାଏ । ସଂକ୍ରମିତ ହେବାର ୫ରୁ ୧୫ ଦିନ ମଧ୍ୟରେ ଏହା ଆକ୍ରାନ୍ତ କରିଥାଏ । ଟୀକାଦାନ ଦ୍ୱାରା ଏହି ରୋଗର ସଂପୂର୍ଣ୍ଣ ନିରାକରଣ ସମ୍ଭବ ହୋଇଥିବା ଯୋଗୁ ଏହିଭଳି ଅଭିଯାନ ଆରମ୍ଭ ହୋଇଛି । ମଶା କାମୁଡାରୁ ନିଜକୁ ରକ୍ଷା କରିବା ମଧ୍ୟ ଅନ୍ୟ ଏକ ଉପାୟ ବୋଲି ବିଶେଷଜ୍ଞ ମାନେ ସୂଚାଇଛନ୍ତି । ଏହି ରୋଗର ଲକ୍ଷଣ ପ୍ରକାଶ ପାଇଲେ ଆତଙ୍କିତ ହେବା ବଦଳରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଇଛି ।

Share in top social networks!