ହୋଣ୍ଡା ଆକ୍ଟିଭା ଭାରତୀୟ ଦୁଇ ଚକିଆ ଶିଳ୍ପ ଇତିହାସରେ ଆଉ ଏକ କିର୍ତ୍ତିମାନ

Honda Activa_4G
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ)-ଭାରତୀୟ ଦୁଇ ଚକିଆ ଶିଳ୍ପର ଅଭିବୃଦ୍ଧି ବାହକ ଆଜି ପୁଣି ଏକ ରେକର୍ଡ କରିଛି ।
ହୋଣ୍ଡା ଆକ୍ଟିଭା ଏବେ ହେଉଛି “ଭାରତୀୟ ଦୁଇ ଚକିଆ ଶିଳ୍ପର ଏକମାତ୍ର ବ୍ରାଣ୍ଡ୍’ ଯାହା ମାତ୍ର ୭ ମାସ ଭିତରେ ୨୦ ଲକ୍ଷ ବିକ୍ରି ୟୁନିଟ୍ ଅତିକ୍ରମ କରିଛି । ଆଜି ପ୍ରତି ୯ତମ ସେକେଣ୍ଡ୍ରେ ଏକ ନୂଆ ପରିବାର ସେମାନଙ୍କ ପସନ୍ଦର ଆକ୍ଟିଭା ଖରିଦ କରୁଛନ୍ତି ।
ଉନ୍ମୋଚନ ହେବା ପରଠାରୁ ୨୦ ଲକ୍ଷ ଭାରତୀୟ ପରିବାରକୁ ଖୁସି କରିବା ପାଇଁ ଆକ୍ଟିଭାକୁ ୭ ବର୍ଷ (୨୦୦୧-୨୦୦୮) ପର୍ଯ୍ୟନ୍ତ ସମୟ ଲାଗିଯାଇଥିଲା ବେଳେ ୨୦୧୭ ଏପ୍ରିଲ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ସାତ ମାସ ଭିତରେ ଏହାର ସଦ୍ୟତମ ୨୦ ଲକ୍ଷ ଗ୍ରାହକ (୨୦୪୦୧୩୪) ସାମିଲ ହୋଇଛନ୍ତି!
ଆଜି ପର୍ଯ୍ୟନ୍ତ ଆକ୍ଟିଭା ଭାରତୀୟ ପରିବାରର ହୃଦୟକୁ ଯେଭଳି ଛୁଇଁପାରିଛି ତାହା ଅନ୍ୟ କୌଣସି ବ୍ରାଣ୍ଡ୍ କରିପାରିନାହାନ୍ତି । ମାତ୍ର ଅଧା ଦଶନ୍ଧୀ ଭିତରେ, ଦୁଇ ଚକିଆ ଶିଳ୍ପରେ ୫୨% ଭଳି ଉଲ୍ଲେଖନୀୟ ବିକ୍ରି ଅଭିବୃଦ୍ଧି ହୋଇଛି ।
ଏହା ଆକ୍ଟିଭାର ବିକ୍ରି ତୁଳନାରେ ୧୮୦% ହାରରେ ବଢ଼ିଛି ଯାହା ଆକ୍ଟିଭାକୁ ଭାରତର ସର୍ବାଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନରେ ପରିଣତ କରିଛି ଏବଂ ଭାରତୀୟ ଦୁଇ ଚକିଆ ଶିଳ୍ପର ଇତିହାସରେ ଯେ କୌଣସି ବ୍ରାଣ୍ଡ୍ର ଲୋକପ୍ରିୟତାର ଅତୀତ ରେକର୍ଡକୁ ଭାଙ୍ଗି ଦେଇଛି । ଭାରତରେ ସ୍କୁଟରୀକରଣ ପୂର୍ବରୁ ଏଭଳି କେବେ ଦେଖିବାକୁ ମିଳିନଥିଲା, ୨୦୧୨-୧୩ର ୭.୩ ଲକ୍ଷ ୟୁନିଟ୍ରୁ ୨୦୧୭-୧୮ ସୁଦ୍ଧା ତିନି ଗୁଣା ବୃଦ୍ଧି ପାଇ ବିକ୍ରି ପରିମାଣ ୨୦ ଲକ୍ଷ ୟୁନିଟ୍ରେ ପହଂଚିଛି ।
ଇମଗ୍ଧସଙ୍ଖବଗ୍ଧସଦ୍ଭଶ ଓଦ୍ଭୟସବ, ଐକ୍ଟଦ୍ଭୟବ’ଗ୍ଦ ଇମଗ୍ଧସଙ୍ଖବ ୟକ୍ଟରଗ୍ଦ ଗ୍ଧଷର ସଜ୍ଞକ୍ଟ୍ରକ୍ଟଗ୍ଦଗ୍ଦସଭକ୍ଷର: ମrକ୍ଟଗ୍ଦଗ୍ଦରଗ୍ଦ ୨୦ କ୍ଷବମ ଗ୍ଦବକ୍ଷରଗ୍ଦ ସଦ୍ଭ ହଙ୍କଗ୍ଦଗ୍ଧ ୭ ଜ୍ଞକ୍ଟଦ୍ଭଗ୍ଧଷଗ୍ଦ!
ଝବକ୍ଷରଗ୍ଦ
(ଇକ୍ଟ୍ରrସକ୍ଷ-ଙମଗ୍ଧ) ୨,୦୧୨ ୨୦୧୩ ୨୦୧୪ ୨୦୧୫ ୨୦୧୬ ୨୦୧୭ ୫ ଚ୍ଚରବr ଏrକ୍ଟଙ୍ଗଗ୍ଧଷ
ଇମଗ୍ଧସଙ୍ଖବ ଗ୍ଦବକ୍ଷରଗ୍ଦ ୭,୨୯,୪୬୯ ୮,୮୫,୪୨୮ ୧୨,୨୩,୨୮୦ ୧୪,୬୮,୨୯୫ ୧୭,୮୭,୧୧୧ ୨୦,୪୦,୧୩୪ ୧୮୦%
ଊକ୍ଟଜ୍ଞରଗ୍ଦଗ୍ଧସମ ୨ଡ ସଦ୍ଭୟଙ୍କଗ୍ଦଗ୍ଧrଚ୍ଚ ଗ୍ଦବକ୍ଷରଗ୍ଦ ୮୦,୬୪,୨୬୦ ୮୫,୩୩,୨୬୨ ୯୬,୦୯,୯୬୨ ୯୭,୭୪,୯୦୩ ୧,୧୩,୪୦,୩୯୭ ୧,୨୨,୫୮,୨୭୪ ୫୨%
ଇମଗ୍ଧସଙ୍ଖବ ମକ୍ଟଦ୍ଭଗ୍ଧrସଭଙ୍କଗ୍ଧସକ୍ଟଦ୍ଭ ଗ୍ଧକ୍ଟ ୟକ୍ଟଜ୍ଞରଗ୍ଦଗ୍ଧସମ ୨ଡ ଗ୍ଦବକ୍ଷରଗ୍ଦ ୯% ୧୦% ୧୩% ୧୫% ୧୬% ୧୭%
ଊବଗ୍ଧବ ଗ୍ଦକ୍ଟଙ୍କrମର: ଝକ୍ଟମସରଗ୍ଧଚ୍ଚ କ୍ଟଲ ଓଦ୍ଭୟସବଦ୍ଭ ଇଙ୍କଗ୍ଧକ୍ଟଜ୍ଞକ୍ଟଭସକ୍ଷର ଗବଦ୍ଭଙ୍କଲବମଗ୍ଧଙ୍କrରrଗ୍ଦ (ଝଓଇଗ) rରକ୍ଟ୍ରକ୍ଟrଗ୍ଧଗ୍ଦ ଲକ୍ଟr ଗ୍ଧଷର କ୍ଟ୍ରରrସକ୍ଟୟ ଇକ୍ଟ୍ରrସକ୍ଷ – ଙମଗ୍ଧକ୍ଟଭରr.

ଗ୍ରାହକମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦୁଇ ଚକିଆ ବ୍ରାଣ୍ଡ୍ ଯାହା ହାସଲ କରିନଥିଲେ ତାହା ଆଇକନିକ୍ ଆକ୍ଟିଭା ହାସଲ କରିବା ବିଷୟରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିÂ ଉପସଭାପତି-ବିକ୍ରି ଏବଂ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଭାରତ ଆକ୍ଟିଭାକୁ ଭଲ ପାଉଛି ବୋଲି ପୁଣି ଥରେ ନୂତନ ମାଇଲଖୁଂଟରୁ ପ୍ରମାଣିତ ହୋଇଛି ଏବଂ ଆକ୍ଟିଭା ଭାରତର ସର୍ବାଧିକ ବିକ୍ରି ହେଉଥିବା ଦୁଇ ଚକିଆ ଯାନ ଭାବେ ଅଗ୍ରଣୀ ରହିଛି । ଆକ୍ଟିଭାର ନେତୃତ୍ୱ ସହିତ ଭାରତରେ ପୂର୍ବରୁ ଏଭଳି ସ୍କୁଟରୀକଣର କେବେ ଦେଖିବାକୁ ମିଳିନଥିଲା । ସବୁଠୁ ଅଗ୍ରାଧିକାର ଦୁଇ ଚକିଆ ବ୍ରାଣ୍ଡ୍ ଭାବେ ଆକ୍ଟିଭାର ଅଭୁତପୂର୍ବ ଲୋକପ୍ରିୟତାର କାରଣ ହେଉଛି ଅତ୍ୟାଧୁନିକ ବୈଶିଷ୍ଟ୍ୟ, ୟୁନିସେକ୍ସ ଷ୍ଟାଇଲିଂ୍, ମାଇଲେଜ୍ ଏବଂ ସହଜତା ଦୃଷ୍ଟିରୁ ସମୟଠାରୁ ଆଗୁଆ ଅଭୁ୍ୟଦୟ ହେବା । ଅର୍ଧ-ସହରାଚଂଳ ଏବଂ ଗ୍ରାମାଚଂଳରେ ଦ୍ରୁତ ଗତିରେ ସ୍କୁଟରୀକରଣ ହେଉଥିବାରୁ ହୋଣ୍ଡାର ବିଶ୍ୱାସ ରହିଛି ଯେ ଭାରତର ଏକ ନମ୍ବର ପସନ୍ଦ ଭାବେ ଆକ୍ଟିଭାର ବୃଦ୍ଧି ଜାରି ରହିବ ।’’
ଭାରତକୁ ଅଭିବୃଦ୍ଧି ପଥରେ ଆଗେଇ ନେବା
ସ୍କୁଟର ବର୍ଗକୁ ପୁନଃ ସକ୍ରିୟ କରି ହୋଣ୍ଡା ଏହାର ବୈପ୍ଳବିକ ୧୦୨ ସିସି ଅଟୋମେଟିକ୍ ସ୍କୁଟର ଆକ୍ଟିଭାକୁ ୨୦୦୧ରେ ଉନ୍ମୋଚନ କରିଥିଲା । ଉନ୍ମୋଚନର ପ୍ରଥମ ବର୍ଷରେ ଏହାର ବିକ୍ରି ୫୫,୦୦୦ ୟୁନିଟ୍ ଛୁଇଁଥିଲା ଏବଂ ଏହାର ପରବର୍ତି ତିନି ବର୍ଷ ଭିତରେ ଆକ୍ଟିଭା ସ୍କୁଟର ବର୍ଗର ଅଗ୍ରଣୀ ଭାବେ ଉଭା ହୋଇଥିଲା । ୨୦୦୫ ଡିସେମ୍ବର ସୁଦ୍ଧା ଆକ୍ଟିଭାର କ୍ରମବର୍ଧିଷ୍ଣୁ ବିକ୍ରି ୧୦ ଲକ୍ଷ ୟୁନିଟ୍ ଛୁଇଁଥିଲା ।
ବିଗତ ବର୍ଷଗୁଡ଼ିକରେ ଆକ୍ଟିଭା ନିଜକୁ ଅନେକ ଥର ପୁନଃ ଉପସ୍ଥାପିତ କରିଛି । କ୍ରମାଗତ ନୂତନତ୍ୱ ସହିତ ଆକ୍ଟିଭା ଭାରତର ଗାଡ଼ିଚାଳନାର ପରିଭାଷା ବଦଳାଇ ଦେବା ସହିତ ଲୋକପ୍ରିୟତାର ଶୀର୍ଷରେ ଦ୍ରୁତ ଗତିରେ ପହଂଚିଥିଲା । ୨୦୧୨ ଜୁନ୍ ସୁଦ୍ଧା ଆକ୍ଟିଭାର କ୍ରମବର୍ଧିଷ୍ଣୁ ବିକ୍ରି ପରିମାଣ ୫୦ ଲକ୍ଷ ୟୁନିଟ୍ ଅତିକ୍ରମ କରିଥିଲା । ଏହାର ପରବର୍ତି ତିନି ବର୍ଷରେ ଆକ୍ଟିଭା କାଚ ଭଳି ସୀମାକୁ ଅତିକ୍ରମ କରି ୧ କୋଟି ୟୁନିଟ୍ ବିକ୍ରି ହୋଇଥିବା ପ୍ରଥମ ସ୍କୁଟର ଭାବେ ଉଭା ହେବ ।
ଏହାର ଗୋଟିଏ ବର୍ଷ ପୁର୍ବେ ୨୦୧୬ରେ ହୋଣ୍ଡାର ଆକ୍ଟିଭା ୧୭ ବର୍ଷର ମୋଟରସାଇକଲ୍ ପରମ୍ପରାକୁ ଗାଦିଚୁ୍ୟତ କରି ପ୍ରଥମ ଥର ପାଇଁ ଭାରତର ଏବଂ ବିଶ୍ୱର ନମ୍ବର ୱାନ୍ ବିକ୍ରି ହେଉଥିବା ଦୁଇ ଚକିଆ ଯାନ ବ୍ରାଣ୍ଡ୍ ହୋଇଥିଲା । ଭାରତରେ ସ୍କୁଟରୀକରଣର ଅଗ୍ରଣୀ ଭୂମିକା ସହିତ ଆକ୍ଟିଭା ଏବେ ୧.୫ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବା ପ୍ରଥମ ଅଟୋମେଟିକ୍ ସ୍କୁଟର ହୋଇପାରିଛି ।
୨୦୧୭ରେ ଆକ୍ଟିଭା ଏହାର ବୃଦ୍ଧି ଜାରି ରଖିଛି । ବିଶ୍ୱାସ ଏଭଳି ସ୍ତରରେ ପହଂଚିଯାଇଛି ଯେ ଆଜି ପ୍ରତି ୯ତମ ସେକେଣ୍ଡ୍ରେ ଏକ ନୂଆ ପରିବାର ସେମାନଙ୍କ ପସନ୍ଦର ଆକ୍ଟିଭା ଖରିଦ କରୁଛନ୍ତି ।

Share in top social networks!