ବହୁ ଚର୍ଚ୍ଚିତ କେନ୍ଦୁଲି ନାବାଳିକା ଗଣଧର୍ଷଣ ଘଟଣାକୁ ଚପେଇ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି : ବିଜେପି

IMG-20171122-WA0011ବହୁ ଚର୍ଚ୍ଚିତ କେନ୍ଦୁଲି ନାବାଳିକା ଗଣଧର୍ଷଣ ଘଟଣାକୁ ଚପେଇ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟ ସରାକାର ଘଟଣାକୁ ଦିଗହରା କରିବା ସହ ବିଭ୍ରନ୍ତକାରୀ ମନ୍ତବ୍ୟମାନ ଦେଉଛନ୍ତି । ଆବଶ୍ୟକୀୟ ଓ ଉତମ ଚିକିତ୍ସା ପାଇଁ ପୀଡିତାଙ୍କୁ କଟକ ବଡ ମେଡିକାଲ କଲେଜକୁ ଅଣାଯାଇଥିବାବେଳେ, ପୀଡିତା ସହ ତାର କୈାଣସି ପରିବାର ସଦସ୍ୟ ଉପସ୍ଥିତ ନଥିବା, ଡାକ୍ତରଖାନାରେ କାହାରିକୁ ପୀଡିତା ସହ ଭେଟ ନକରାଇବା, ପୀଡିତା ସହ ଆସିଥିବା କୋରାପୁଟ ଜିଲ୍ଲା ଶିଶୁ ମଂଗଳ ଅଧିକାରୀଜଣକ ଡାକ୍ତରଙ୍କ ଉପସ୍ଥିତିରେ ବାରମ୍ବାର ପୀଡିତାଜଣକ ମାନସିକ ଭାରସାମ୍ୟ ହରାଇଛି ବୋଲି କହିବା ଘଟଣା ଆଦି ସାଧାରଣରେ ସଂଦେହକୁ ଆହୁରୀ ଘନୀଭୂତ କରୁଛି ବୋଲି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।
ଶ୍ରୀ ସିଂହଦେଓଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ କଟକ ବଡ ମେଡିକାଲକୁ ଯାଇ ପୀଡିତାଙ୍କୁ ଭେଟିଥିଲେ । ଏକ ବିଶେଷଜ୍ଞ ଡାକ୍ତରୀ ଦଳ ସହାୟତାରେ ପୀଡିତାର ଚିକିତ୍ସା କରାଯାଇ ପ୍ରତିଦିନ ପୀଡିତାର ସ୍ୱାସ୍ଥ୍ୟ ସଂପର୍କରେ ମେଡିକାଲ ବୁଲେଟିନ ପ୍ରକାଶ କରିବାକୁ ଏହି ପ୍ରତିନିଧିଦଳ ଦାବୀ ଜଣାଇଛନ୍ତି ।
ଘଟଣାର ପ୍ରକୃତ ଓ ତୁରନ୍ତ ତଦନ୍ତ କରାଯାଇ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଏହି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ପାଖରେ ଦାବୀ ମଧ୍ୟ ଜଣାଇଛନ୍ତି ।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ଓ ସମୀର ଦେ, ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!