କେ.ଭି. ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାନଦୀ ଅବବାହିକାରେ ପ୍ରବାହିତ ଚିତ୍ରପେôାଳା, ଲୁଣା ଓ କରାଣ୍ଡିଆ ଉପନଦୀ ଅନ୍ତର୍ଗତ ଦ୍ୱୀପାଂଚଳକୁ ଯାଇ ଜଳସେଚନର ସମସ୍ୟା ଓ ବାସ୍ତବ ସ୍ଥିତିକୁ ନିରୀକ୍ଷଣ କରିବେ

ଆସନ୍ତା କାଲି ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାନଦୀ ଅବବାହିକାରେ ପ୍ରବାହିତ ହେଉଥିବା ଚିତ୍ରପେôାଳା, ଲୁଣା ଓ କରାଣ୍ଡିଆ ଉପନଦୀ ଅନ୍ତର୍ଗତ ଦ୍ୱୀପାଂଚଳକୁ ଯାଇ ସେହି ଅଂଚଳର ଜଳସେଚନର ସମସ୍ୟା ଓ ବାସ୍ତବ ସ୍ଥିତିକୁ ନିରୀକ୍ଷଣ କରିବେ । ଏହି ପ୍ରତିନିଧି ଦଳ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସିଶୁଆଠାରୁ ଗସ୍ତ ଆରମ୍ଭ କରି ନେମାଳ, ନରେନ୍ଦ୍ରପୁର, କୋରୁଆ, ସଠିଲୋ, ପୁନ୍ଦାଳ, ପିକରାଳି, ନାରାୟଣପୁର ସ୍ଲୁଇସ ବାଟ ଦେଇ ମାର୍ଶାଘାଇ ଲକ୍ଠାରେ ପହଂଚିବେ ।
ଏହି ପ୍ରତିନିଧି ଦଳରେ ଶ୍ରୀ ସିଂହଦେଓଙ୍କ ସମେତ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ, ପୂର୍ବତନ ବିଧାୟକ ଉକ୍ରଳ କେଶରୀ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷ୍ନୁ ଦାଶ, ଉମାକାନ୍ତ ପଟ୍ଟନାୟକ, ମାନଓ ମହାନ୍ତି, ଭୁବନ ମୋହନ ଜେନା, କଟକ ସଦର ଜିଲ୍ଲା ସଭାପତି ଚୈାଧୁରୀ ହେମନ୍ତ ସାହୁ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ ଏବଂ ଶ୍ରୀ ଶିବ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ରହିବେ ।

Share in top social networks!
Powered By Indic IME