ପ୍ରଧାନମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପôାଦନ ମୂଲ୍ୟର ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ଅନୁପାଳନ କରନ୍ତୁ

DSC_0127 ଓଡ଼ିଶାର ଚାଷୀମାନଙ୍କର ପ୍ରମୁଖ ଉପôାଦନ ହେଉଛି ଧାନ । ଧାନର ଉପôାଦନ ମୂଲ୍ୟ ବ୍ୟୟ ଅନୁପାତରେ ଯଥାର୍ଥ ହେଉନାହିଁ ଏବଂ ସରକାର ଧାନଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା କରିଛନ୍ତି । ଏହା ମଧ୍ୟ ଲାଭଜନକ ନୁହେଁ । ଏଣୁ ଏନ୍‍ଡିଏ ସରକାର ସ୍ୱାମୀନାଥନ କମିଟି ସୁପାରିସ୍‍ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି
ଦେଇଥିଲେ । କିନ୍ତୁ ଏହା ଏଯାଏଁ କାର୍ଯ୍ୟକାରୀ କଲେ ନାହିଁ । ଧାନର ସହାୟକ ମୂଲ୍ୟ ବୃଦ୍ଧି ନହେବା ପର୍ଯ୍ୟନ୍ତ
ଚାଷୀମାନେ ଅଭାବ ଅସୁବିଧାରେ ରହିବେ । ସଂପ୍ରତି ଓଡ଼ିଶାର ଚାଷୀମାନେ ଯେଉଁ ଦୁର୍ଦ୍ଧଶା ଭୋଗୁଛନ୍ତି, ତା’ର ମୁଖ୍ୟ
କାରଣ ହେଉଛି, ଧାନର ଉଚିତ୍‍ ମୂଲ୍ୟ ନପାଇବା । ଏହି ପରିପ୍ରେକ୍ଷୀରେ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ
ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ
କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୂପ ଭାବେ ବିଜୁ ଜନତା ଦଳ ଚାଷୀମାନଙ୍କର ହକ୍‍
ହାସଲ ପାଇଁ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରିଆସୁଛି । ଏହି ପ୍ରସଂଗକୁ ନେଇ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛି ।
କିନ୍ତୁ କେନ୍ଦ୍ର ସରକାର ଅତି ନିର୍ଦ୍ଧୟ ଭାବରେ ଚାଷୀମାନଙ୍କର ଦାବିକୁ ଗ୍ରହଣ କରୁନାହାନ୍ତି ବରଂ କଟା ଘା’ରେ ଚୂନ
ଦେଲା ଭଳି କାର୍ଯ୍ୟ କରୁଛନ୍ତି । ଏବେ କେନ୍ଦ୍ର ସରକାର ଚାଷୀମାନଙ୍କର ହାତ ଛାଡ଼ିଦେଇଛନ୍ତି ବୋଲି ସ୍ପଷ୍ଟ ପ୍ରମାଣ
ମିଳିଛି । ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ତରଫରୁ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । ଏ ସଂପର୍କରେ ବିଚାର କରିବା ପାଇଁ ରାଷ୍ଟପ୍ରତି
ସଂପୃକ୍ତ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ନିଦେ୍ର୍ଧଶ ଦେଇଥିଲେ । ମନ୍ତ୍ରାଳୟ ବିଚାର କରି ଏକ
ଈଓଔଟ ଔଇଘଇଞଇ ଊଇଖ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ଚଷ : ୦୬୭୪- ୨୩୯୩୪୬୪
୨୩୯୫୯୭୯
ପ୍ରେସ୍‍ ବିଜ୍ଞପ୍ତି
ପତ୍ର ମାଧ୍ୟମରେ ଜଣାଇଛି ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କେନ୍ଦ୍ର ସରକାର ୨୦୧୭-୧୮ ବର୍ଷ ପାଇଁ
ନିର୍ଦ୍ଧାରଣ କରିଛନ୍ତି, ତାହା ଯଥେଷ୍ଟ ଓ ଯଥାର୍ଥ । ମନ୍ତ୍ରାଳୟ ଆହୁରି ନିର୍ମମ ଭାଷାରେ ଜଣାଇଛି ଯେ ଯଦି ଏହି ମୂଲ୍ୟ
ଚାଷୀଙ୍କୁ ପୋଷାଉନାହିଁ, ତେବେ ଚାଷୀମାନେ ନିଜର ଅମଳ ଧାନ ଖୋଲା ବଜାରରେ କିମ୍ବା ଯେଉଁଠି ଭଲ ମୂଲ୍ୟ
ମିଳିବ ସେଠାରେ ଯାଇ ବିକ୍ରି କରନ୍ତୁ । ରାଜ୍ୟ ସରକାରଙ୍କ ତରଫରୁ ଧାନର ଉପôାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୨୩୪୪
ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଧାନର ଉପôାଦନ ଖର୍ଚ୍ଚ
କ୍ୱିଣ୍ଟାଲ ପିଛା ୧୩୨୭ ଟଙ୍କା ଧାର୍ଯ୍ୟ କରିଛି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ ଟଙ୍କା ବୃଦ୍ଧି
କରିବା ଧର୍ମକୁ ଆଖିଠାର ସଦୃଶ ହୋଇଛି । ପୁନରାୟ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚଳିତମାସ ୧୭
ତାରିଖରେ ବିଧାନସଭାର ଗୃହ କମିଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି
ଆକର୍ଷଣ କରି ଦାବି ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଅଦିନିଆ ବର୍ଷା, ମରୁଡ଼ି ଏବଂ
ପୋକଲାଗି ଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏଭଳି ନିର୍ମମ ପତ୍ର
ଚାଷୀଙ୍କ ମୁଣ୍ଡରେ ଚଡ଼କ ମାରିବା ଭଳି ହୋଇଛି । ଏହା ଓଡ଼ିଶାର ଚାଷୀମାନଙ୍କ ପ୍ରତି ଚରମ ଉପହାସ ବ୍ୟତୀତ ଅନ୍ୟ
କିଛି ନୁହେଁ । କେନ୍ଦ୍ର ସରକାରଙ୍କର ଚାଷ ଓ ଚାଷୀଙ୍କ ପ୍ରତି ଏପରି ବିମୁଖତା ଓ ନିÂୁର ଆଚରଣକୁ ଓଡ଼ିଶାର ଚାଷୀକୁଳ
ବରଦାସ୍ତ କରିବେ ନାହିଁ । ଚାଷୀମାନେ ନ୍ୟାଯ୍ୟ ମୂଲ୍ୟ ନପାଇବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେ଼ଇକୁ ଜୋରଦାର
କରିବ ଏବଂ ଆଗାମୀ ଦିନରେ ଏହାକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ଆଜି ଏକ ସାମ୍ବାଦିକ
ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ବିଧାୟକ ତଥା ସରକାରୀ ଦଳର ଉପ-ମୁଖ୍ୟ
ସଚେତକ ରୋହିତ ପୂଜାରୀ, ମୁଖପାତ୍ର ସସ୍ମିତ ପାତ୍ର, ସଂପାଦକ ବିଜୟ ନାୟକ କହିଛନ୍ତି ।

Share in top social networks!
Powered By Indic IME