ସ୍ୱରାଜ ସଂଗ୍ରାମର ଇତିହାସରେ ଲକ୍ଷ୍ମଣ ନାୟକ ଅବିସ୍ମରଣୀୟ : ମନ୍ତ୍ରୀ ଶ୍ରୀ ରମେଶ ମାଝୀ

ସ୍ୱାଧୀନତା ବା ସ୍ୱରାଜ ନିମନ୍ତେ ହୋଇଥ#ବା ସଂଗ୍ରାମର ଇତିହାସରେ ଓଡ଼ିଶାର ଲକ୍ଷ୍ମଣ ନାୟକ ବୀରତ୍ୱର ସହିତ ଯେପରି ଆତ୍ମୋତ୍ସର୍ଗ କରିଛନ୍ତି ତାହା ଅବିସ୍ମରଣୀୟ ବୋଲି ଏଠାରେ ଅତିଥ#ମାନେ ମତପ୍ରଦାନ କରିଛନ୍ତିା ସୂଚନା ଓ ଲୋକସଂପର୍କ ବିଭାଗ ତଥା ଶବରୀ ସାଂସ୍କୃତିକ ସଂସଦଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ
ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥ# ଭାବରେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ କହିଲେ ଯେ ବଣପାହାଡ଼ ଘେରା କୋରାପୁଟ ଜିଲ୍ଲାରେ ଜନ୍ମିତ ଲକ୍ଷ୍ମଣ ନାୟକ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟ କରିବା ସହିତ ସ୍ୱାଦୀନତା ସଂଗ୍ରାମୀର ଭୂମିକାରେ ଅବତୀର୍ଣ୍ଣ ହୋଇଥ#ଲୋ ଲକ୍ଷ୍ମଣ ନାୟକଙ୍କ ପବିତ୍ର ସ୍ମ&ୃତିରେ କୋରାପୁଟ ମେଡ଼ିକାଲ କଲେଜକୁ ନାମିତ କରିବା ଓ ପାପଡାହାଣ୍ଡି ଗୁଳିକାଣ୍ଡରେ ଜନଜାତି ସଂଗ୍ରାମୀଙ୍କ ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ ୨୪ ତାରିଖକୁ “ଆତ୍ମୋତ୍ସର୍ଗ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥ#ବାରୁ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ
ଧନ୍ୟବାଦ ଓ କୃତଜ୍ଞତା ଜଣାଇଥ#ଲୋ

ସମ୍ମାନିତ ଅତିଥ# ଭାବରେ ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନା ଖାନ୍ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ ବିଶିଷ୍ଟ ସମାଲୋଚକ ତଥା ଓଡ଼ିଶା ରିଭୁ୍ୟର ପୂର୍ବତନ ସଂପାଦକ ପ୍ରଫେସର ରାଜକିଶୋର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ତାଙ୍କ ସାରଗର୍ଭକ ଭାଷଣରେ ଲକ୍ଷ୍ମଣ ନାୟକ ଜାତୀୟତାର ସ୍ପନ୍ଦନରେ
ଜନଜାତିମାନଙ୍କୁ ପ୍ରଭାବିତ କରିଥ#ଲୋ ସୂର୍ଯ୍ୟ ଚନ୍ଦ୍ର ଯେପରି ସତ୍ୟ, ଭାରତର ସ୍ୱାଧୀନତା ମଧ୍ୟ ସେପରି ସତ୍ୟ ବୋଲି କହି ହସି ହସି ଜୀବନ ଉତ୍ସର୍ଗ କରିଥ#ବା ଲକ୍ଷ୍ମଣ ନାୟକଙ୍କ ସାହସ ଓ ଆତ୍ମପ୍ରତ୍ୟୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ପ୍ରଫେସର ମିଶ୍ର ଉଲ୍ଲେଖ କରିଥ#ଲୋ

ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରସଙ୍ଗରେ ରାଜ୍ୟ ସରକାର ପୂଜ୍ୟପୂଜା ବାବଦରେ ସମସ୍ତ ପ୍ରକାର ଆନ୍ତରିକତା ପ୍ରଦର୍ଶନ କରିବା ସହିତ ଏପରି କାର୍ଯ୍ୟକ୍ରମଗୁଡ଼ିକରେ ବହୁସଂଖ୍ୟାରେ ଯୁବ ଓ ଛାତ୍ରମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି
ବୋଲି କହିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇଥ#ଲୋ ଶ୍ରୀ ଗୌର ଚନ୍ଦ୍ର ତି୍ରପାଠୀ ସଭାରେ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଅଗଷ୍ଟ ୨୪ ତାରିଖକୁ “ଆତ୍ମୋତ୍ସର୍ଗ ଦିବସ’ ଭାବେ ପାଳନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥ#ଲୋ ଆରମ୍ଭରେ ଅତିଥ#ମାନେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥ#ଲେ ଓ ପୁରୀର ମହ୍ଲାର ଅନୁଷ୍ଠାନ ପକ୍ଷରୁ ସନ୍ତୋଷ କରଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥ#ଲାା ସୂଚନା ଅଧ#କାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଶବରୀ ସାଂସ୍କୃତିକ ସଂସଦର
ସଂପାଦକ ସୁବାସ ଚନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥ#ଲୋ ସଭା ପରେ କୋରାପୁଟ ଜିଲ୍ଲା କୋଟପାଡ ସାଂସ୍କୃତିକ
ପରିଷଦ ଦ୍ୱାରା ରଶ୍ମିରଞ୍ଜନ ଦାଶଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥ#ଲାା
ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ୧ ନମ୍ବରୟୁନିଟ୍ସ୍ଥିତ ଆଦିବାସୀ ପ୍ରଦର୍ଶନୀ
ପଡ଼ିଆ ଓ କଳିଙ୍ଗ ହସ୍ପିଟାଲ ଛକରେ ରହିଥ#ବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥ#ଲାା

Share in top social networks!
Powered By Indic IME