ଆଦାନି ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କର୍ମଶାଳା

Pic-3 First Aid Training for School Teacher (4)ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଉପଯୋଗୀତାକୁ ଲକ୍ଷ୍ୟ ରଖିି ଦୋସିଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଆଦାନୀ ଧାମରା ବନ୍ଦର ପକ୍ଷରୁ ଏକ ଦିନିକିଆ କର୍ମଶାଳା ଆୟୋଜନ କରଯାଇଛି । ଏହି କର୍ମଶାଳାରେ ଅଭିଜ୍ଞ ଡାକ୍ତର ଦେବେଶ୍ ଚନ୍ଦ୍ର ବେହେରା ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଧାମରା ପାଶ୍ୱର୍ବର୍ତୀ ଅଂଚଳର ୩୦ରୁ ଉଦ୍ଧ୍ୱର୍ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯୋଗ ଦେଇ ବିଭିନ୍ନ ଅକସ୍ମାତ ଦୁର୍ଘଟଣା ଏବଂ ତାହାର ପ୍ରାଥମିକ ଚିକିତ୍ସା ପ୍ରଣାଳୀ ଉପରେ ପଚାରି ବୁଝିଥିଲେ । ଶିକ୍ଷକ ମାନଙ୍କ ଦ୍ୱାରା ଅକସ୍ମାତ ଦୁର୍ଘଟଣାର କିପରି ଚିକିତ୍ସା କରାଯାଇପାରିବ ସେ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବା ସହିତ ପ୍ରତ୍ୟକ୍ଷ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ ଉଚ ପ୍ରସଂଶା କରିଥିଲେ ।

ସୂଚନାଯୋଗ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧାମରା ବନ୍ଦର ତରଫରୁ ଗ୍ରାମଗୁଡିକରେ ଦୁଇଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଏବଂ ବିଦ୍ୟାଳୟ ମାନଙ୍କରେ ପ୍ରାଥମିକ ଚିକିତ୍ସା ଜନିତ ଉପକରଣ ଯୋଗାଇ ଦିଆଯାଉଛି । ପରିଶେଷରେ ଧାମରା ବନ୍ଦର ତରଫରୁ ଡେପୁଟି ମ୍ୟାନେଜର କର୍ପୋରେଟ୍ କମ୍ୟୁନିକେସନ ଶ୍ରୀ ଶୁଭାଶିିସ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଦନୀ ଫାଉଣ୍ଡେସନ ପକ୍ଷରୁ ସାମାଜିକ ଦାୟିତ୍ୱବୋଧତା ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସୂଚାରୁରୁପେ ସଂଚାଳନ କରିôଥିଲେ । ଆଦାନି ଫାଉଣ୍ଡେସନ ର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ ଜଣେଇବା ସହ ବନ୍ଦର କର୍ତୁପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।

Share in top social networks!