ଶ୍ରୀ ନାରୟଣ ସାହୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଓ ରାଜନୈ÷ତିକ ଅଭିବୃଦ୍ଧି ଉଦେ୍ଧଶ୍ୟରେ ବିଜେଡି ସହ ହାତ ମିଳାଇଛନ୍ତି: ବିଜେପି

 ବିଜେଡି ସହ ବଡ ଧରଣର “ଡିଲ୍” ହୋଇ ଭିତିରି ବୁଝାମଣା ହୋଇଛି
 ଚାଷୀ ହତ୍ୟାକାରୀ ଶାସକ ବିଜେଡି ସହ ହାତ ମିଳାଇ ଚାଷୀକୂଳକୁ ଧୋକା ଦେଇଛନ୍ତି ଶ୍ରୀ ସାହୁ
 ସପ୍ତାହକ ତଳେ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ସମାଲୋଚନା କରିଥିବା ଶ୍ରୀ ସାହୁ, ବର୍ତମାନ ତାଙ୍କର କେଉଁ କାର୍ଯ୍ୟରେ ଅନୁପ୍ରାଣିତ ହୋଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ

ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶ୍ରୀ ନାରାୟଣ ସାହୁଙ୍କ ଦଳବିରୋଧି କାର୍ଯ୍ୟ ସହିତ ତାଙ୍କର ଚାଷୀ ଓ ଚାଷ ବିରୋଧି ଶାସକ ବିଜୁ ଜନତା ଦଳ ସହିତ ହାତ ମିଳେଇବା ଘଟଣା ବରଗଡ ଜିଲ୍ଲାବାସୀଙ୍କ ସମେତ ସମଗ୍ର ରାଜ୍ୟବାସୀଙ୍କ ମନଭିତରେ ବିଭିନ୍ନ କୈାତୁହଳ ଏବଂ ସନେ୍ଦହ ସୃଷ୍ଟି ହୋଇ ବହୁ ପ୍ରଶ୍ନବାଚି ସୃଷ୍ଟି କରିଛି । ଶ୍ରୀ ସାହୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଓ ରାଜନୈ÷ତିକ ଅଭିବୃଦ୍ଧି ଉଦେ୍ଧଶ୍ୟରେ ଦଳବିରୋଧରେ ଯାଇ ବିଜେଡି ସହ ହାତ ମିଳାଇଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀ ସାହୁ ଓ ବିଜେଡି ମଧ୍ୟରେ ବଡ ଧରଣର “ଡିଲ୍” ହୋଇ ଭିତିରି ବୁଝାମଣା ହୋଇଛି । ଶାସକ ବିଜେଡି ଦ୍ୱାରା ଅର୍ଥର ପ୍ରଲୋଭନ, ଫୈ÷ାଜଧାରୀ ମାମଲାରେ ଛନ୍ଦି ହୋଇ ପଡିଥିବା ତାଙ୍କ ପୁଅକୁ ନିଦେ୍ର୍ଧାଷ ଓ ମୁକ୍ତି କରିବାର ପ୍ରତିଶୃତି ଏବଂ ପ୍ରଶାସନ ପାଖରେ ପ୍ରିୟପାତ୍ର ହେବାର ଯୋଜନାର ଲୋଭରେ ଶ୍ରୀ ସାହୁ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ଏହା କରି ଶ୍ରୀ ସାହୁ ନିଜ ଅଂଚଳର ଚାଷୀମାନଙ୍କୁ ସିଧାସଳଖ ଧୋକା ଦେଇଛନ୍ତି । ଚାଷ ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବର୍ତମାନ ବରଗଡ ଜିଲ୍ଲା ଏବେ ବହୁତ ସମ୍ବେଦନଶୀଳ ହୋଇପଡିଛି । ଜିଲ୍ଲାର ଚାଷୀ ବୃନ୍ଦା ସାହୁ, ଖଇନୁ ବଗର୍ତୀ ଭଳି ଅନେକ ଚାଷୀଙ୍କ ଆତ୍ମହତ୍ୟା ଘଟଣାମାନ ଶ୍ରୀ ସାହୁଙ୍କୁ ବ୍ୟଥିତ ନକରିବା ଏବଂ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଚାଷୀ ହତ୍ୟାକାରୀ ଶାସକ ବିଜୁ ଜନତା ଦଳ ସହ ସାଲିସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବରଗଡ ଜିଲ୍ଲା ସୋହଲାରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଧାନ କ୍ୱିଂଟାଲ ପ୍ରତି ୧୦୦ ଟଙ୍କାର ବୋନସ ଘୋଷଣା କରିବା ପରେ ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶୃତିକୁ ପାଳନ କରିନଥିବା କାରଣରୁ ଗତ ସପ୍ତାହରେ ବରଗଡଠାରେ ବିଜେପି ପକ୍ଷରୁ ଆହୁତ ଚାଷୀ ଆନେ୍ଦାଳନରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ଗାଳି ଦେଇ ତୀବ୍ର ସମାଲୋଚନା କରିଥିଲେ । ମାତ୍ର ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କେଉଁ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶ୍ରୀ ସାହୁ ବିଜେଡିରେ ସାମିଲ ହେଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଶ୍ରୀ ସାହୁଙ୍କ ବିଜେଡିରେ ସାମିଲ ହେବା କାରଣରୁ ଭାରତୀୟ ଜନତା ପାର୍ଟି ପ୍ରତି କୈାଣସି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Share in top social networks!