ଜୀବନ ଜୀଇଁବାର କଳା ହେଉଛି ନାଟକ : ନାଟ୍ୟକାର ସୁବୋଧ ପଟ୍ଟନାୟକ

IMG-20171122-WA0016ନାଟକ ହେଉଛି ସମାଜର ଆଇନା ସଦୃଶ । ସାମାଜିକ ଚାଲିଚଳଣି, ପରମ୍ପରା ତଥା ସାମ୍ପ୍ରତିକ ଘଟଣାବଳୀକୁ ଜନ ସାଧାରଣଙ୍କ ନିକଟରେ ପ୍ରକାଶ
କରିବାର ପ୍ରକୃଷ୍ଟ ମଞ୍ଚ ହେଉଛି ଥିଏଟର୍‍ । ଅଭିନୟ, ସଂଳାପ, ମଞ୍ଚ ଓ ଦର୍ଶକଙ୍କୁ ଗୋଟିଏ ସୂତା ଖିଅରେ ବାନ୍ଧି ରଖି ସାମାଜିକ ବାର୍ତ୍ତାଦେବାରେ ଥିଏଟର୍‍ଠାରୁ ବଡ ମାଧ୍ୟମ
ଆଉ କିଛି ନାହିଁ । ଥିଏଟର୍‍ ଅଭିନେତାଙ୍କଠାରୁ ନେଇ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବଞ୍ଚôବାର କଳା ଶିଖାଏ ବୋଲି ଓଡିଶାର ପ୍ରସିଦ୍ଧ ନାଟ୍ୟାନୁÂାନ ନାଟ୍ୟନେତନାର ନିଦେ୍ର୍ଧଶକ ସୁବୋଧ ପଟ୍ଟନାୟକ ନିଜର ବକ୍ତବ୍ୟରେ କହିଛନ୍ତି ।

ବୁଧବାର ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷରେ ପ୍ରଫେସର ବି.ବି.ମହାନ୍ତିଙ୍କ ସ୍ମୃତି ଉଦେ୍ଧଶ୍ୟରେ ‘ଥିଏଟର୍‍ ଆଜ୍‍ ଏ ଟୁଲ୍‍ ଫର୍‍ ଡେଭେଲପ୍‍ମେଣ୍ଟ’ ଶୀର୍ଷକ ଉପରେ ନିଜର ବକ୍ତବ୍ୟ ରଖି ସୁବୋଧ ପଟ୍ଟନାୟକ ପ୍ରଫେସର ବି.ବି.ମହାନ୍ତିଙ୍କ ସହିତ ନିଜର କିଛି ଅନ୍ତରଙ୍ଗ ମୂହୁର୍ତ୍ତକୁ ଛାତ୍ରଛାତ୍ରୀମାନଙ୍କ ସହିତ ବାଣ୍ଟିଛନ୍ତି । ଆଇଆଇଏମ୍‍ସିର ପ୍ରଥମ ନିଦେ୍ର୍ଧଶକପ୍ରଫେସର୍‍ ବି.ବି.ମହାନ୍ତି ଜଣେ ଆମାୟିକ ବ୍ୟକ୍ତିତ୍ୱର ଅଧିକାରୀ ହେବା ସହ ତାଙ୍କର ଥିଏଟର୍‍ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ବାଜିରାଉତ ଛାତ୍ରାବାସରୁ ଓଡିଶାର ପ୍ରସିଦ୍ଧ ନାଟ୍ୟାନୁÂାନ ନାଟ୍ୟଚେତନା ପ୍ରଫେସର ବି.ବି.ମହାନ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଆରମ୍ଭ ହୋଇଥିଲା ।ସେବେଠାରୁ ନାଟ୍ୟଚେତନା ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଆଗେଇ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ତାଙ୍କ ଜୀବନରେ ଘଟିଥିବା ବହୁ ରୋମାଞ୍ଚକର ଘଟଣା ତଥା ଜୀବନରେ ଦେଖାଦେଇଥିବା ବହୁ ଘାତ ପ୍ରତିଘାତକୁ ସାମ୍ନା କରି କେମିତି ସଫଳତା
ପାଇଥିଲେ ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ତାଙ୍କମତରେ ଜୀବନରେ ପ୍ରତ୍ୟେକ ସମୟରେଆମ ମନରେ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୁଏ । ଆଉ ମାନସିକ ଭାବେ ଦୃଢ ତଥା ଏକାଗ୍ରଚିତ ବ୍ୟକ୍ତି ହିଁ ମନରେ ସୃଷ୍ଟିହେଉଥିବା ସତ ଓ ମିଛର ଏହି ଦ୍ୱନ୍ଦରେ ସତକୁ ବାଛି ନେଇଥାଏ । ତେଣୁ ସଫଳତା ପାଇବା ପାଇଁ ଆମ ମନରେ ସୃଷ୍ଟି ହେଉଥିବା ଦ୍ୱନ୍ଦର ସଫଳ ମୁକାବିଲା ଆବଶ୍ୟକ ବୋଲି ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି ।

ସେ କହିଛନ୍ତି, ଭାରତ ବର୍ଷରେ ନାଟକ ସଂସ୍କୃତି ବହୁ ପୁରୁଣା । ଖ୍ରୀଷ୍ଟପୂର୍ବ ୫୦୦ ଶତାବ୍ଦୀରେ ଭରତ ମୁନୀ ନୀଟ୍ୟଶାସ୍ତ୍ର ରଚନା କରିଥିଲେ । ହସ୍ତମୂଦ୍ରାଠାରୁ ଆରମ୍ଭ କରି
ନବରସ ଗୋଟିଏ ପୂର୍ଣ୍ଣାଙ୍ଗ ନାଟକ ପାଇଁ ଯେଉଁ ଉପାଦାନ ଲୋଡା, ଏହି ଶାସ୍ତ୍ରରେ ବିଷଦ ଭାବରେ ଉଲ୍ଲେଖ ରହିଛି । ଯେତେବେଳେ ନାଟକ, ରଙ୍ଗମଞ୍ଚ ବିଷୟରେ ସମଗ୍ର ବିଶ୍ୱ ଅନଭିଜ୍ଞ ଥିଲା ସେତେବେଳେ ଭାରତୀୟ ଜନଜୀବନରେ ନାଟକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯାହା ଭାରତର ସମୃଦ୍ଧ କଳା ଏବଂ ସଂସ୍କୃତିକୁ ସ୍ପଷ୍ଟ ଭାବେ ଚିତ୍ରଣ କରେ ବୋଲି ଏହି ଅବସରରେ ସେ କହିଛନ୍ତି ।ବର୍ତ୍ତମାନ ସମୟରେ ନାଟ୍ୟସଂସ୍ଥା ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରୁଥିଲେ ମଧ୍ୟ ନିଜର ମୌଳିକତାକୁ କେବେ ହରାଇନାହିଁ । ନାଟ୍ୟସଂସ୍ଥା ଏକ ବୀଜ ବା ମଞ୍ଜି ସଦୃଶ ।

ଯେପରି ଏକ ବୀଜ ରୋପଣ କରି ତାହାର ଉପଯୁକ୍ତ ଯତ୍ନ ନେଲେ, ସେ ଏକ ବିରାଟ ବୃକ୍ଷରେ ପରିଣତ ହେବା ସହ ଫଳ ଏବଂ ପୁଷ୍ପ ପ୍ରଦାନ କରିଥାଏ, ଠିକ୍‍ ସେମିତି ଏକ ନାଟ୍ୟାନୁÂାନରେ ଭଲ ନାଟକ ସହ ଶୃଙ୍ଖଳା, ଦାୟିତ୍ୱ ତଥା ସର୍ବୋପରି ଦର୍ଶକମାନଙ୍କର ସହଯୋଗ ଆଗକୁ ବଢିବାରେ ପ୍ରେରଣା ଯୋଗାଇଥାଏ । ବର୍ତ୍ତମାନ ସମୟରେ ନାଟକ, ଗଣଯୋଗାଯୋଗର ଏକ ପ୍ରମୁଖ ଅଙ୍ଗ । ତେଣୁ ଗୋଟିଏ ଭଲ ନାଟକ ଦର୍ଶକମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଆଣିବାର କ୍ଷମତା ରଖିଥାଏ । ତେଣୁ କୌଣସି ଏକ ନାଟକ ପରିବେଷଣ ପୂର୍ବରୁ ନାଟକର କଳାତ୍ମକତା, ମୌଳିକତା ତଥା ସମାଜ ପ୍ରତି ସକାରାତ୍ମକ ବାର୍ତ୍ତା ପ୍ରତି ନାଟ୍ୟକାର ତଥା ନାଟ୍ୟ ସଂସ୍ଥାମାନେ ଯତ୍ନବାନ ହେବା ଆବଶ୍ୟକ ବୋଲିସେ ମତବ୍ୟକ୍ତ କରିଛନ୍ତି । ପରିଶେଷରେ ଅନୁÂାନର ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଫେସର ବି.ବି.ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ନାଟ୍ୟକାର ଶ୍ରୀ ପଟ୍ଟନାୟକଙ୍କୁ ସଂସ୍ଥାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନା ଚକ୍ରରେ ସଂସ୍ଥାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଆରମ୍ଭରେ ସଂସ୍ଥାନର ଜିତେନ୍ଦ୍ର ପତି ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ଇତିଶ୍ରୀ ସିଂ ରାଠୌର ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!