ଅନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଶାଖା ପକ୍ଷରୁ ଏକ ୧୫ ଦିନିଆ ଅନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଭିଆରସିଏଚ୍ର ନିର୍ଦେଶକ ରାମ କିଶୋର ଶର୍ମା, ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶା ଶାଖାର ନିର୍ଦେଶିକା ରୀତା ଭଗତ, ଉପନିର୍ଦେଶକ ଅଭିଜିତ୍ ବୋଷ, ଖୋର୍ଦ୍ଧା ଯୁବ ସଂଯୋଜକ ପ୍ରବୀର କୁମାର ପ୍ରଧାନ, ଭିଆରସି କେନ୍ଦ୍ରର ଅଧିକାରୀ ପଦ୍ମନାଭ ରାଓ ପ୍ରମୁଖ ଯୋଗଦେଇ ଯୁବବର୍ଗଙ୍କ ମଧ୍ୟରେ ପରସ୍ପର ପ୍ରତି ଭାତୃତ୍ୱ ଭାବ ସୃଷ୍ଟି କରିବା, ରାଜ୍ୟର କଳା, ସଂସ୍କୃତି, ଇତିହାସ, ଏକ ଭାତର- ଶ୍ରେÂ ଭାରତ, ଯୁବ ବିକାଶ ଓ ସମାଜସେବା କ୍ଷେତ୍ରରେ ଉଲେଲଖନୀୟ କୃତୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ଓଡ଼ିଶା ସମେତ ବିଭିନ୍ନ ଜିଲାରୁ ୧୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଜାତୀୟ ଏକତା, ଦେଶ ନିର୍ମାଣରେ ଯୁବ ସମାଜର ଭୂମିକା, ପରିବେଶ ସୁରକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ବିତର୍କ ପ୍ରତିଯୋଗିତା, ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ଛାୟା ଗ୍ରାମସଭାର ଆୟୋଜନ, ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ପରିଦର୍ଶନର କାର୍ଯ୍ୟକ୍ରମ ଯୁବ ପ୍ରତିନିଧି ଦଳଙ୍କ ପାଇଁ ଆୟୋଜନ କରାଯାଇଛି । ସୂଚନାଯୋଗ୍ୟ ଓଡ଼ିଶାର ୫୦ଜଣ ଯୁବ ପ୍ରତିନିଧି ପରବର୍ତ୍ତୀ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଅନୁÂିତ ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଗଠନର ନିର୍ଦେଶିକା ସୂଚନା ଦେଇଛନ୍ତି ।

Share in top social networks!