ଉକ୍ରଳ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ଉକ୍ରଳ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ
ଉକ୍ରଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁÂିତ ହୋଇଯାଇଛି । ବୈଠକରେ ୨୦୧୮ରେ ସହେବାକୁ ଥିବା ନିର୍ବାଚନ ପରି·ଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସଂଘର ବରିÂ ସଦସ୍ୟ ମୂରଲୀଧର ସାମଲ, ବୈଷ୍ଣବ ଚରଣ ଜେନା ଓ ଜଗଦିଶ୍ ପୁରୋହିତଙ୍କୁ ନେଇ ଏକ କ୍ରେଡେ଼ନ୍ସେିଆଲ କମିଟି ଗଠନ କରାଗଲା । ରାଜ୍ୟର ସମସ୍ତ ଅନୁବନ୍ଧିତ ଜିଲାର ସଭାପତିମାନେ ଆସନ୍ତା ୧୦ ଦିନ ମଧ୍ୟରେ ନିଜ ନିଜ ଜିଲାର ବୈଧ ଭୋଟର ତାଲିକା ସାମ୍ବାଦିକତା ପରିଚୟ ପତ୍ର ସହ କମିଟିକୁ ହସ୍ତାନ୍ତର କରିବେ । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କମିଟି ଭୋଟର ତାଲିକା ପ୍ରସ୍ତୁତ ସହ ଆବଶ୍ୟକସ୍ଥଳେ ବିଧି ବ୍ୟବସ୍ଥା ଅନୁଯାୟୀ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ । ପରବର୍ତ୍ତୀ ସମୟରେ ଅନ୍ୟ ଏକ କାର୍ଯ୍ୟକାରିଣୀ ବୈଠକରେ ଚୂଡ଼ାନ୍ତ ଭୋଟର ତାଲିକାକୁ ଅନୁମୋଦନ କରି ନିର୍ବାଚନ ପ୍ରକି୍ରୟାାର ବିଧିବଦ୍ଧ ତାରିଖ ପ୍ରକାଶନ ସହ ବିଜ୍ଞପ୍ତି ଜାରି ହେବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ରଳ ସାମ୍ବାଦିକ ସଂଘ ତରଫରୁ ଗତ ଶୀତ ଅଧିବେଶନରେ ଦିଆଯାଇଥିବା ଧାରଣା ଅବସରରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଘୋଷଣାକୁ ସ୍ୱାଗତ କରି ବିଭାଗୀୟ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ତୁରନ୍ତ ଚିହ୍ନଟ ପ୍ରକ୍ରିୟା ଚୂଡ଼ାନ୍ତ ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମ୍ମରେ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଜାତୀୟ ପରିଷଦ ସଭ୍ୟ ନୃସିଂହ ନାରାୟଣ ଦାସ, ଉପ-ସଭାପତି ମଦନ ପାଣି, କୋଷା୍ମକ୍ଷ ରାଜେନ ଚୌଧୁରୀ, ପୂର୍ବତନ ସଭାପତି ପ୍ରତାପ କୁମାର ମହାପାତ୍ର, ବରିÂ ସାମ୍ବାଦିକ ବୈଷ୍ଣବ ଚରଣ ଜେନା, ରମେଶ ମହାନ୍ତି, ପପୁ ମହାନ୍ତି, ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରବି ନାରାୟଣ ଖିଲାର, ଜଗଦିଶ୍ ପୁରୋହିତ, ଶ୍ରୀକାନ୍ତ ଖଟେଇ, ରାମଚନ୍ଦ୍ର ମହାନ୍ତି, ଅନିଲ୍ ପଟ୍ଟନାୟକ, ରାଜକୁମାର ମହାନ୍ତି, ପ୍ରଭାତ କୁମାର ମିଶ୍ର, ଗଜେନ୍ଦ୍ର ନିଆଲ, ହରିହର ସ୍ୱାଇଁ, ରତିକାନ୍ତ ପରିଚ୍ଛା, ବ୍ରହ୍ମାନନ୍ଦ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଲିଙ୍ଗରାଜ ସାହୁ, ଶଶାଙ୍କ ଶେଖର ମିଶ୍ର, ହିମାଂଶୁ ଗଡ଼ନାୟକ, ପ୍ରତାପ ବରାଳ, ଆଦର୍ଶ ପଟ୍ଟନାୟକ, ବିଶ୍ୱଜିତ୍ ପଟ୍ଟନାୟକ, ବିଜୟ ଖୁଣ୍ଟିଆ, ସୁରେଶ ସ୍ୱାଇଁ, ଜିତେନ୍ଦ୍ର ସାହୁ, ମନୋଜ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ଅକ୍ଷୟ ନନ୍ଦ, ମନିଲ୍ କୁମାର ମହାରଣା, ସୁବ୍ରତ ରଣା, ଭରତ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME