ସ୍ମାଇଲ ଫାଉଣ୍ଡେସନର ଶାନ୍ତନୁ ମିଶ୍ରଙ୍କୁ ମାନ୍ୟବର ଦଲାଇ ଲାମାଙ୍କ ପ୍ରଶଂସା

23755449_1879463895410903_8144854892413617781_n
ଭୁବନେଶ୍ୱର: ଦୀର୍ଘ ୧୫ ବର୍ଷର ବ୍ୟାପକ କ୍ୟାରିଅର ଭିତରେ ସ୍ମାଇଲ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ତଥା ସହ ପ୍ରତିÂାତା ଏବଂ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ସୁପୁତ୍ର ଶାନ୍ତନୁ ମିଶ୍ରଙ୍କୁ ସାମାଜିକ ସ୍ୱେଚ୍ଛାସେବୀ ଏବଂ ନେତୃତ୍ୱ ପାଇଁ ମାନ୍ୟବର ଦଲାଇଲାମା ପ୍ରଶଂସା କରିଛନ୍ତି । ନୂଆଦିଲ୍ଲୀଠାରେ ୨୦୧୭ ନଭେମ୍ବର ୧୯ରେ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ “ ଦି ୱାର୍ଲଡ୍ ଅଫ୍ ଚିଲ୍ଡ୍ରେନ୍’ କାର୍ଯ୍ୟକ୍ରମ ଅବସରରେ ଏହି ବିଶ୍ୱ ପ୍ରସିଦ୍ଧ ମାନବତାବାଦୀ ତଥା ତିଦ୍ଧତୀୟ ଧର୍ମଗୁରୁଙ୍କଠାରୁ ଶ୍ରୀ ମିଶ୍ର ବଡ଼ ଧରଣର ପ୍ରଶଂସା ପାଇଛନ୍ତି । ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଜରିଆରେ ଉପେକ୍ଷୀତ ବର୍ଗର ପିଲାମାନଙ୍କ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମାନ୍ୟବର ଧର୍ମଗୁରୁ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ପଦକ୍ଷେପକୁ ବିଭିନ୍ନ ସାମାଜିକ ଅର୍ଥନୈତିକ ବର୍ଗରୁ ଆସିଥିବା ପିଲାମାନଙ୍କ ସମସ୍ୟା, ଆହ୍ୱାନ ଏବଂ ଚିନ୍ତାଧାରା ବିଷୟରେ ପରଷ୍ପର ସହିତ ଏବଂ ବିଶ୍ୱର ଯୁବ ଆଇକନ୍ ଏବଂ ପ୍ରେରଣାଦାୟକ ନେତୃତ୍ୱମାନଙ୍କ ସହିତ ଆଲୋଚନା କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଛି ।
ବିଶ୍ୱର ଅଗ୍ରଣୀ ମାନବତାବାଦୀଙ୍କଠାରୁ ପ୍ରଶଂସା ହାସଲ କରିବା ବିଷୟରେ ଶ୍ରୀଯୁକ୍ତ ଶାନ୍ତନୁ ମିଶ୍ର, ସହ ପ୍ରତିÂାତା ଏବଂ କାର୍ଯ୍ୟନିର୍ବାହୀ ଟ୍ରଷ୍ଟି-ସ୍ମାଇଲ୍ ଫାଉଣ୍ଡେସନ କହିଛନ୍ତି ଯେ, “ଏକ ଯୁଗାନ୍ତକାରୀ ପରିବର୍ତନ ପାଇଁ ଆମେ ସ୍ମାଇଲ ଫାଉଣ୍ଡେସନ୍ ଆରମ୍ଭ ହେବା ଦିନଠାରୁ କାମ କରୁଛୁ । ମାନ୍ୟବର ଦଲାଇ ଲାମାଙ୍କ ଭଳି ବିଶ୍ୱ ପ୍ରସିଦ୍ଧ ମାନବତାବାଦୀଙ୍କ ଦ୍ୱାରା ପ୍ରଶଂସିତ ହେବା ଏବଂ ମାନ୍ୟତା ପାଇବା ଆମ ପାଇଁ ସ୍ୱାଗତଯୋଗ୍ୟ ଏବଂ ବ୍ୟକ୍ତିଗତ ଭାବେ ମୋତେ ନିଜର ସ୍ତରକୁ ଆହୁରି ଉପରକୁ ବଢ଼ାଇବା ଏବଂ ତୃଣମୂଳ ସ୍ତରରେ ସକରାତ୍ମକ ପରିବର୍ତନ ଆଣିବା ଦିଗରେ କାମ କରିବା ପାଇଁ ଉତ୍ସାହିତ କରିଛି । ’’
ଶ୍ରୀଯୁକ୍ତ ମିଶ୍ରଙ୍କ ନେତୃତ୍ୱ ଏବଂ ଦିଗଦର୍ଶନ ଅଧୀନରେ ସ୍ମାଇଲ ଫାଉଣ୍ଡେସନ୍ ବିଭିନ୍ନ ପ୍ରକାର ସାମାଜିକ ପ୍ରକଳ୍ପ ଯଥା ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଯୁବ ନିଯୁକ୍ତି ଏବଂ ମହିଳା ଶସକ୍ତୀକରଣ ଭଳି ୨୫୦ରୁ ଅଧିକ ପ୍ରକଳ୍ପ ଜରିଆରେ ବର୍ଷକୁ ୪୦୦,୦୦୦ରୁ ଅଧିକ ଉପେକ୍ଷୀତ ଶିଶୁ, ଯୁବକଯୁବତୀ ଏବଂ ମହିଳାଙ୍କ ପାଖରେ ପ୍ରତ୍ୟକ୍ଷ ପହଂଚି ପାରୁଛି । ଏହି ବିକାଶ ସଂଗଠନ ଭାରତର ୨୫ଟି ରାଜ୍ୟରେ ରହିଛି ଏବଂ ଏସିଆ ପାସିଫିକ୍ ରାଇଟସ୍ ଆୱାର୍ଡ, ହେଲଥକେୟାର ଲିଡରସିପ୍ ଆୱାର୍ଡ, ବାର୍କ୍ଲେଜ୍ ବ୍ୟାଙ୍କ ଚେୟାରମ୍ୟାନ୍ ଆୱାର୍ଡ ଏବଂ ଜିଇ-ହେଲଥକେୟାର ମଡର୍ଣ୍ଣ ମେଡିକେୟାର ଏକ୍ସିଲେନ୍ସି ଆୱାର୍ଡ ଭଳି ଅନେକ ପୁରସ୍କାର ଏବଂ ମାନ୍ୟତା ହାସଲ କରିଛି । ଅଣ ଲାଭକାରୀ ସଂସ୍ଥାରେ ଉତମ ପ୍ରଶାସନ ନୀତି ପ୍ରଣୟନ ଏବଂ ସୋସିଆଲ ଭେଞ୍ଚର ଫିଲାନ୍ଥ୍ରୋପି (ଏସ୍ଭିପି) ଭଳି ନୂତନ ପରିକଳ୍ପନା ଜରିଆରେ ଅନ୍ୟ ତୃଣମୂଳ ସ୍ତରର ସଂସ୍ଥା ପାଇଁ ଦାୟିତ୍ୱବୋଧ, ଆକାର, ନିରନ୍ତତା ଏବଂ ନେତୃତ୍ୱ ହାସଲ କରିବା ଦିଗରେ ଏହା ଅଗ୍ରଦୂତ ରହିଛି ।

Share in top social networks!
Powered By Indic IME