ଟେକ୍ ଭୁବନେଶ୍ୱର ୨.୦ଶ୍ରେÂ ସଫ୍ଟୱେର ପ୍ରତିଭାଙ୍କ ମଧ୍ୟରେ ଚିନ୍ତାଧାରା ଆଦାନପ୍ରଦାନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ

22885814_894166327415852_4098911028545316903_n
ପୂର୍ବ ଭାରତରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଥିବା ଟେକ୍ ଭୁବନେଶ୍ୱର ୨.୦ଶ୍ରେÂ ସଫ୍ଟୱେର ସମ୍ମିଳନୀ ପ୍ରଯୁକ୍ତି ସହିତ ଜଡିତ ଥିବା ପେଶାଦାରଙ୍କ ପାଇଁ ଜ୍ଞାନ ଆଦାନପ୍ରଦାନ ତଥା ଏହି କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ସକ୍ଷମ ହେବ । ଏଥିରେ ଆଇଓଟି, ଏଆଇ, ମୋବାଇଲ୍ ଏବଂ ୱେବ୍, ଓପନ ସୋର୍ସ ଓ କ୍ଲାଉଡ୍, ସଫ୍ଟୱେର ଟେଷ୍ଟିଂ ଏବଂ ଭବିଷ୍ୟତ ସମ୍ଭାବନା ଆଦି ଡିସେମ୍ବର ୧୦ ତାରିଖରେ ଅନୁÂିତ ହେବ ।
ଏହି ବାର୍ଷିକ ମେଗା ସମ୍ମିଳନୀ ମାଇଣ୍ଡ୍ ଫାୟାର୍ ଦ୍ୱାରା ଆୟୋଜିତ ହେଉଥିବାବେଳେ ଏଥିରେ ୧୨ଟି ଅଧିବେଶନ ଏବଂ ପ୍ୟାନେଲ ଆଲୋଚନା ଚକ୍ର ଅନୁÂିତ ହେବ । ବିଭିନ୍ନ ପ୍ରଶ୍ପର ଉତର ମଡେଲ ମାଧ୍ୟମରେ ସମ୍ପନ୍ନ ହେବ ।

ଏହି ଅବସରରେ ମାଇଣ୍ଡ୍ ଫାୟାର ସଲୁ୍ୟସନ୍ର ସଭାପତି ତଥା ଡେଟ୍ ଦି ର୍ୟାମ୍ପର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ପଣ୍ଡା କହିଲେ, “ଏହି କାର୍ଯ୍ୟକ୍ରମକୁ ଏଭଳି ଭାବରେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସଫ୍ଟୱେର ପେଶାଦାର ଅନ୍ୟମାନଙ୍କ ସହ ସାକ୍ଷାତ୍ କରି ଜ୍ଞାନର ଆଦାନ ପ୍ରଦାନ ଦ୍ୱାରା ନୂତନ ଟେକ୍ନୋଲୋଜି ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ଫଳରେ ସେମାନଙ୍କର ସଶକ୍ତିକରଣ କ୍ଷେତ୍ରରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବ ।ଏଥିରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବାର ସମ୍ଭାବନା ରହିଛି । ଜ୍ଞାନ ସାଗରର ଅସରନ୍ତି ଭଣ୍ଡାରରୁ କିଛି ଜ୍ଞାନ ଆହରଣ କରି ଏକ ବୃହତ୍ କ୍ଷେତ୍ର ପ୍ରସ୍ତୁତି ପାଇଁ ଆମ୍ଭେ ଏଭଳି ଏକ ଛୋଟ ସଫଳ ପଦକ୍ଷେପ ଗ୍ରହଣ କରିଛୁ ।”

ଏହି ଅବସରରେ ମାଇଣ୍ଡ୍ ଫାୟାର ସଲୁ୍ୟସନ୍ର ବ୍ରାଣ୍ଡ୍ ପରିଚାଳକ ଦେବେନ୍ଦ୍ର ନନ୍ଦୀ ମତରେ, “ ଟେକ୍ ଭୁବନେଶ୍ୱର ୨.୦ ରେ ପଞ୍ଜିକରଣ ପାଇଁ ଙ୍ଗଙ୍ଗଙ୍ଗ.ଗ୍ଧରମଷଭଷଙ୍କଭବଦ୍ଭରଗ୍ଦଙ୍ଗବr.ମକ୍ଟଜ୍ଞ ରେ ସମ୍ପନ୍ନ ହୋଇପାରିବ । ଏହା ଜ୍ଞାନ ଆଦାନପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ପ୍ରତିପାଦିତ ହେବ ।” ଏହି ପ୍ରୟାସ ଦ୍ୱାରା ମାଇଣ୍ଡ୍ ଫାୟାର ସଲୁ୍ୟସନ୍ ସଫ୍ଟୱେର ପେଶାଦାର ମାନଙ୍କର ଚିନ୍ତା ଓ ଚେତନାରେ ବୈପ୍ଳବିକ ପରିବର୍ତନ ଆଣିପାରିବ ।

୨୦୧୬ ଟେକ୍ ଭୁବନେଶ୍ୱର ସମ୍ମିଳନୀରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ଏଥିରେ ୧୫ ଜଣ ବକ୍ତା ଯୋଗଦେଇଥିଲେ । ସେମାନେ ମାଇଣ୍ଡ୍ ଫାୟାର୍ ଦ୍ୱାରା ଆୟୋଜିତ ହେବାକୁଥିବା ଟେକ୍ ଭୁବନେଶ୍ୱର ସମ୍ମିଳନୀରେ ମୋବାଇଲ୍ ଏବଂ ୱେବ ଟେକ୍ନୋଲୋଜି, ଓପନସୋର୍ସ ତଥା କ୍ଲାଉଡ୍ ଟୋକ୍ନୋଲୋଜି ଏବଂ ସଫ୍ଟୱ୍ୱେର ଟେଷ୍ଟିଙ୍ଗ୍ ପ୍ରଭୃତି ଉପରେ ନିଜ ମତ ଉପସ୍ତାପନ କରିଥିଲେ । ସେଥିରେ ରାହୁଲ ବର୍ମା , ସିଦ୍ଧାର୍ଥ ରାଜହଂସ, ଲୋହିଥ୍ ଗୌଡଗେରେ ନାଗରାଜ, ପ୍ରଭଜୋତ୍ ବକ୍ସି, ଅଙ୍କୁର ଗୁପ୍ତା,ସୁମି୍ତ୍ ଜୋଲି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଟେକ୍ ଭୁବନେଶ୍ୱରର ଏହି ସମ୍ମିଳନୀରେ ଯୋଗ ଦେଇଥିବା ଇଏସଏସପିଏଲ୍ର ବରିÂ ସଫ୍ଟୱେର ଇଞ୍ଜିନିୟର ସୁଭେନ୍ଦୁ ଶେଖର ଗିରି କୁହନ୍ତି, ଏହା ଜ୍ଞାନ ଆଦାନପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ପ୍ରତିପାଦିତ ହୋଇଛି । ଆଗାମୀ ଦିନରେ ଏହା ରୁଦ୍ଧିମନ୍ତ ହେବ ।

ଏହି ଅବସରରେ ମାଇଣ୍ଡ୍ ଫାୟାର ସଲୁ୍ୟସନ୍ର ଏଚଆର୍ ଅଂଶୁମାନ ସାହୁ କୁହନ୍ତି, ଟେକ୍ ଭୁବନେଶ୍ୱରର ଲୋକପ୍ରିୟତା ସଫ୍ଟୱେର ପେଶାଦାରଙ୍କ ମଧ୍ୟରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହା ଅଭିଜ୍ଞତା ସମ୍ପ୍ରସାରଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ।

Share in top social networks!