ସୁସ୍ଥ ଶିଶୁଙ୍କଠାରେ ମଧ୍ୟ ପୋଷକ ତତ୍ୱର ଅଭାବ ରହିଛି: ବିଶେଷଜ୍ଞ

ଶିଶୁଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଧୁନିକ ଚିକିତ୍ସା ବିଜ୍ଞାନରେ ଉନ୍ନତି ହୋଇଥିଲେ ମଧ୍ୟ ଅନେକ ସୁସ୍ଥ ଶିଶୁଙ୍କଠାରେ ସୂକ୍ଷ୍ମÿ ପୋଷକ ତତ୍ୱର ଅଭାବ ରହିଛି । ଫଳରେ ସେମାନଙ୍କର ଉପଯୁକ୍ତ ବିକାଶ ସମ୍ଭବ ହୋଇପାରୁନାହିଁ । ଜନ୍ମର ୧୦୦ ଦିନ ମଧ୍ୟରେ ଶିଶୁଙ୍କଠାରେ ଭିଟାମିନ୍-ଏ, ଆୟୋଡିନ୍, ଫୋଲେଟ୍, ଜିଙ୍କ୍ ଏବଂ ଲୌହର ଅଭାବ ରହିଥାଏ । ଶିଶୁକୁ ୨ ବର୍ଷ ପୁରିଲା ବେଳକୁ ତାହାର ଶାରିରୀକ ବିକାଶ ଠିକ୍ ଭାବେ ସମ୍ଭବ ହୋଇ ପାରି ନ ଥାଏ । ଏହି ସମସ୍ୟାକୁ ହିଡେନ୍ ହଙ୍ଗର କୁହାଯାଇଥାଏ ।

ଏହି ମର୍ମରେ ଏନ୍ଏନ୍ଏଫ୍ ଓଡ଼ିଶା ରାଜ୍ୟ ସମ୍ପାଦକ ଡାକ୍ତର ଆଶୁତୋଷ ମହାପାତ୍ର କୁହନ୍ତି ଯେ, ହିଡେନ୍ ହଙ୍ଗର କହିଲେ, ଖାଦ୍ୟରେ ଉପଯୁକ୍ତ ସୂକ୍ଷ୍ମ୍ମÿ ପୋଷଣ, ଭିଟାମିନ୍-ଏ, ଆୟୋଡିନ୍, ଲୌହ ଏବଂ ଜିଙ୍କ୍ ଅଭାବ ରହିଥାଏ । ଏହାଦ୍ୱାରା ଶିଶୁର ବହୁବିଧ ବିକାଶ ସମ୍ଭବ ହୋଇ ପାରି ନ ଥାଏ । ବିଭିନ୍ନ ଖାଦ୍ୟ ଶିଶୁକୁ ପ୍ରଦାନ କରାଗଲେ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ୱ ମିଳିପାରିଥାଏ । ଫଳରେ ଶିଶୁର ବିକାଶ ହେବା ସହିତ ସ୍ୱାସ୍ଥ୍ୟଅବସ୍ଥାରେ ସୁଧାର ଆସିପାରିଥାଏ । ଶିଶୁଙ୍କ ପେଟ ଛୋଟଥିଲେ ମଧ୍ୟ ତାହା ଏପରି ଖାଦ୍ୟ ଆବଶ୍ୟକ କରିଥାଏ । ତେଣୁ ଠିକ୍ ସମୟରେ ଶିଶୁଙ୍କୁ ପୋଷକ ତତ୍ୱଯୁକ୍ତ ଖାଦ୍ୟ ପ୍ରଦାନର ଆବଶ୍ୟକତା ରହିଛି । ପ୍ରାରମ୍ଭିକ ବୟସରେ ଶିଶୁକୁ ସେମାନଙ୍କ ଖାଦ୍ୟ ସହିତ ପେରଷ୍ ତତ୍ୱଯୁକ୍ତ ଖାଦ୍ୟ ଦେବା ଦ୍ୱାରା ସେମାନଙ୍କର ବହୁବିଧ ବିକାଶ ସମ୍ଭବ ହୋଇ ପାରିବ । ଗଜାମଞ୍ଜିରେ ଏପରି ପୋଷକ ତତ୍ୱ ଅଧିକ ପରିମାଣରେ ରହିଥାଏ ।”

ତେଣୁ ପିଲାଙ୍କ ଭୋଜନରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଅଭ୍ୟାସ ଦ୍ୱାରା ଶିଶୁଙ୍କ ପୋଷକ ତତ୍ୱର ଭରଣା କରାଯାଇପାରିବ । ଦେଖାଯାଉଛି ଯେ, ସୁସ୍ଥ ପିଲାଙ୍କ ମଧ୍ୟରେ ଏପରି ସୂକ୍ଷ୍ମ ପୋଷକ ତତ୍ୱର ଅଭାବ ରହିଛି । ସଚେତନତା ଅଭାବରୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଉପଯୁକ୍ତ ଖାଦ୍ୟ ଦିଆଯାଇ ପାରୁନାହିଁ । ସୂକ୍ଷ୍ମ ପୋଷକ ଖାଦ୍ୟ ପୂରକ ଖାଦ୍ୟ ଭାବେ କାର୍ଯ୍ୟ କରିଥାଏ । ତେଣୁ ଏଥି ପ୍ରତି ଧ୍ୟାନ ଦେଇ ଅଭିଭାବକମାନେ ସେମାନଙ୍କର ଶିଶୁକୁ ହିଡେନ୍ ହଙ୍ଗରରୁ ମୁକ୍ତି ଦେବା ଆବଶ୍ୟକ ।
ଜନ୍ମର ଦୁଇ ବର୍ଷ ମଧ୍ୟରେ ଶିଶୁଠାରେ ଏପରି ସୂକ୍ଷ୍ମ ପୋଷକଯୁକ୍ତ ଖାଦ୍ୟର ଅଭାବ ପରିଲକ୍ଷିତ ହୋଇଥାଏ । ଯାହାଦ୍ୱାରା ଶିଶୁର ବିକାଶ ବାଧାପ୍ରାପ୍ତ ହୋଇଥାଏ । ତେଣୁ ବିଶ୍ୱବ୍ୟାପୀ ଗଜାମଞ୍ଜିକୁ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ଖାଦ୍ୟ ଭାବେ ପରିଗଣିତ କରାଯଇଥାଏ । ପ୍ରତି ଅଭିଭାବକ ଏଥି ପ୍ରତି ଦୃଷ୍ଟି ଦେଇ ଶିଶୁକୁ ଜନ୍ମର ଦୁଇ ବର୍ଷ ମÿଧ୍ୟରେ ଆବଶ୍ୟକ ପରିମାଣର ସୂକ୍ଷ୍ମ ପୋଷକ ଖାଦ୍ୟ ଉପଲବ୍ଧ କରାଇବା ଉଚିତ ।

Share in top social networks!
Powered By Indic IME