ବିଜେପିରେ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା

ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ବିଜେପି ତରଫରୁ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା କରାଯାଇଛି । ରାଜ୍ୟ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ପ୍ରଭାରୀ ଭାବରେ ପୂର୍ବତନ ବିଧାୟକ ସୁଭାଷ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ସହ ପ୍ରଭାରୀ ଭାବରେ ଅମର ନାୟକଙ୍କୁ ଦାୟିତ୍ୱ ଦିଆ ଯାଇଛି ।
ସେହିପରି ସହରାଂଚଳ ସ୍ୱାୟତ ଶାସନ ବ୍ୟବସ୍ଥାର ପ୍ରଭାରୀ ଭାବରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ସହ ପ୍ରଭାରୀ ଭାବେ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କୁ ଦାୟିତ୍ୱ ଦିଆ ଯାଇଛି ।
ରକ୍ଷା ସମ୍ବନ୍ଧୀୟ ଗଣମାଧ୍ୟମରେ ପ୍ୟାନେଲିଷ୍ଟ ଭାବରେ କର୍ନେଲ ବି.କେ ବସ୍ତିଆଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Share in top social networks!