ସପ୍ତାହ ବ୍ୟାପୀ ପିକକ୍ ଶିଶୂୁମେଳା ଉଦ୍ୟାପିତ

ପ୍ରତ୍ୟେକଟି ଶିଶୁର ମୁହଁରେ ହସ ଫୁଟିଲେ ହିଁ ଆମ ଦେଶ ହସି ଉଠିବ ଶିଶୁ ମାନଙ୍କ ବିକାଶରେ ପୃଷ୍ଟିସାର ଅଭାବରୁ ରକ୍ତହିନତା ପ୍ରଧାନ ବାଧକ । ଏହା ବିରୁଦ୍ଧରେ ବ୍ୟାପକ କାର୍ଯ୍ୟକ୍ରମ ନେବା ପାଇଁ ସରକାର ସଂକଳ୍ପ ବଧ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମଲ କହିଛନ୍ତି । ଭୁବନେଶ୍ୱର ଏକାମ୍ର ହାଟ ମୁକ୍ତ ରଙ୍ଗ ମଂଚରେ ଅନୁÂିତ ପିପୁଲସ କଲଚରାଲ ସେଣ୍ଟର (ପିିକକ) ର ୨୮ ତମ ସପ୍ତାହ ବ୍ୟାପୀ ଶିଶୁମେଳାର ଉଦଯାପନ ଉସôବରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ସାମଲ କହିଲେ ଯେ ଆମେ ଭଲ ପିଲା ଗଢି ତୋଳିଲେ ଏକ ଭଲ ସମାଜ ମଧ୍ୟ ଗଠି ତୋଳିବା । ଅତିଥି ଭାବେ ଯୋଗ ଦେଇ ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶ୍ରୀଯୁକ୍ତ ବୀର କିଶୋର ମିଶ୍ର କହିଲେ ଯେ କେବଳ ଗାଁ ରେ ନୁହଁ ସହରରେ ମଧ୍ୟ ସବୁ ଶିଶୁ ସମାନ ସୁଯୋଗ ପାଉ ନାହାନ୍ତି ସରକାର ବହୁ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କେଉଁଠି ନା କେଉଁଠି ବାଟ ମାରଣା ହୋଇଯାଉଛି ଯାହା ପ୍ରତି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଅବସର ପ୍ରାପ୍ତ ବରିÂ ପ୍ରଶାସକ ପୂର୍ବତନ ରାଜସ୍ୱ ପରିଷଦ ଶ୍ରୀଯୁକ୍ତ ଅଶୋକ ତ୍ରିପାଠୀ ଶିଶୁ ମାନଙ୍କର ସାମଗ୍ରିକ ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାନାର ବ୍ୟାଙ୍କର ପରିଚାଳକ ଶ୍ରୀଯୁକ୍ତ ପଞ୍ଚାନନ ମହାପାତ୍ର, ପିିକକର ଅଧ୍ୟକ୍ଷା ଆଦରମଣି ବରାଳ, ଶିଶୁ କଳାକାର ଏକାକ୍ଷର ତ୍ରିନାଥ ପଟ୍ଟନାୟକ, ମୋହିତା ମୋହନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିଶୁମେଳା କମିଟିର ଅଧ୍ୟକ୍ଷ ବରିÂ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ପିକକର ସଂପାଦକ ବିଶିÂ ଶିଶୁ ଅଧିକାର କର୍ମୀ ରଂଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକାରୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବରିÂ ସାମ୍ବାଦିକ ଶ୍ରୀଯୁକ୍ତ ତପନ କୁମାର ମିଶ୍ରଙ୍କୁ “ସ୍ୱରୁପ ଜେନା ସ୍ମାରକୀ ସମ୍ମାନ”, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭଜହରି ମହାପାତ୍ରଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ”, ଶ୍ରୀଯୁକ୍ତ ନୃହିଂହ ଚରଣ ସାହୁଙ୍କୁ ଶିଶୁସାଥୀ ସମ୍ମାନ, ଶ୍ରୀଯୁକ୍ତ ଦାମୋଦର ସାହୁଙ୍କୁ “ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ”, ଶିଶୁ କଳାକାର କୁମାରୀ ପ୍ରସିଦ୍ଧି ନାୟକଙ୍କୁ “ଡଃ ଶରତ ଚନ୍ଦ୍ର ପୂଜାରୀ ସ୍ୱାରକୀ ସମ୍ମାନ”, କୁମାରୀ ପ୍ରିତୀ ଝଙ୍କାରଙ୍କୁ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ”, ଶ୍ରୀମାନ ତପନ ସାହୁଙ୍କୁ ସାହାସିକତା ପାଇଁ “ବାଜି ରାଉତ ସ୍ମାରକୀ ସମ୍ମାନ”, କୁମାରୀ ସୁନୀତା ସ୍ୱାଇଁଙ୍କୁ “ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ”, ଆଦୃତ ପଟ୍ଟନାୟକଙ୍କୁ ବେବି ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅରକେଷ୍ଟା, ସାରଳା ଡ୍ୟାନ୍ସ ଏକାଡେମୀ, ନେତାଜୀ ଇଙ୍ଗଲିସ ମିଡିୟମ ସ୍କୁଲ, ବିଜେଇମ୍ ସ୍କୁଲ, ଲିଟିଲି ଷ୍ଟାର ପ୍ଲେ ସ୍କୁଲ, ଅବନ୍ତିକା ଡ୍ୟାନ୍ସ ଏକାଡେମୀ, ସଂସ୍କୃତି ବିଭାଗ ପକ୍ଷରୁ କେଟିଟି ଗ୍ରୁପର ପିଲାମାନେ ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସପ୍ତାହବ୍ୟାପୀ ଶିଶୁମେଳା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗ, ଶ୍ରମ ବିଭାଗ, ରୋଟାରୀ କ୍ଲବ ଅଫ ହେରିଟେଜ, ଆଡପସନସ ସେଣ୍ଟ୍ରମ, ଟି.ଡି.ଏଚ୍, ଏ.ଇ.ଆଇ, ଓଆଇକେ ଆଦି ସଂଗଠନ ମାନଙ୍କ ସହଯୋଗରେ ଅନୁÂିତ ହୋଇଥିଲା । ପିକକ୍ର ରନôା ଦାଶ, ଜ୍ୟୋତି ଶଙ୍କର ମହାନ୍ତି, ଜ୍ୟୋର୍ତିମୟୀ ମହାପାତ୍ର, ଗଣେଶ୍ୱର ସିଂ, କବିନ୍ଦ୍ର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!