ପିକକ୍ ଶିଶୁମେଳାର ଆଜି ଷÂ ଦିବସରେ ମନମୋହିଲା ପିଲାଙ୍କର କୈ÷ାତୁକ ପୋଷାକ

DSC07411
ଭୁବନେଶ୍ୱର ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁÂାନ ପିପୁଲ୍ସ କଲ୍ଚାରାଲ ସେଣ୍ଟର (ପିକକ୍) ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ସପ୍ତାହବ୍ୟାପୀ ଶିଶୁମେଳାର ଆଜି ଥିଲା ଷÂ ଦିବସ । ଏହାପରେ ନାନା ବେଶ ପୋଷାକରେ ସଜ୍ଜିତ ହୋଇ ଛାତ୍ରଛାତ୍ରୀ ମାନେ କୈାତୁକ ପୋଷାକ ପ୍ରତିଯୋଗୀତାରେ ଭାଗ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ବେଟି ବଚାଓ ବେଟି ପଢାଓ , ଶିଶୁଶ୍ରମିକ ପ୍ରଥା ଓ ଶିଶୁ ନିର୍ଯାତନା ବନ୍ଦ କରିବା, ବହି ପଢିବାର ଅଭ୍ୟାସ କରିବା, ବୃକ୍ଷ ଲଗାଅ ଓ ପୃଥିବୀ ବଞ୍ଚାଅ, ପଲିଥିନ ହଟାଅ, , କନ୍ୟା ଭୃଣ ହତ୍ୟା ବନ୍ଦ କର, ଶିଶୁ ବଳି,ଶିଶୁ ଭିକ୍ଷାବୃତ୍ତି, ରକ୍ତ ଦାନ, ସ୍ମାର୍ଟ ସହର, ଜଙ୍କ୍ ଫୁଡ୍ ବ୍ୟବହାର ନକରିବା, ଦୂଷିତ ପାଣିକୁ ବ୍ୟବହାର ନକରିବା, ବିଜୁଳି ଓ ପାଣିର ଉପଯୁକ୍ତ ବ୍ୟବହାର, ସ୍ୱଚ୍ଛଭାରତ, ଆଦି ଅନେକ ସମସ୍ୟାକୁ ନେଇ ପିଲାମାନେ ନିଜ ନିଜର ଭାବନା ପରିପ୍ରକାଶ କରିବା ସହ ଜନ ସାଧାରଣଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇ ଥିଲେ । ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ପ୍ରତିଯୋଗୀତାରେ ବିଚାରକ ଭାବେ ବନ୍ଦିତା ଦାସ, ପ୍ରବିଣା ତ୍ରିପାଠୀ, କମଲ ପତି, ଶର୍ମିଳା ସାହୁ, ଇପ୍ସିତା ଦାଶ ଯୋଗଦେଇ ବିଚାର କରିବା ସହ ପିଲାଙ୍କୁ ଉସôାହିତ କରିଥିଲେ । ଆଜି ସଂଧ୍ୟାର ଅତିଥି ଭାବେ ଯୋଗ ଦେଇ ଓଡିଶା କୋଠାବାଡୀ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଙ୍ଗଳ ପରିଷଦର ସଭାପତି ଶ୍ରୀଯୁକ୍ତ ସୁବାଷ ସିଂ, ବରିÂ ପ୍ରଶାସକ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ରାଉତରାୟ, ଓଡିଶା ରାଜ୍ୟ ଅଧିକାର ଆୟୋଗର ସଦସ୍ୟା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ଓ ହରିହର ନାୟକ, ରୋଟାରୀ ହେରିଟେଜର ସଂପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, କାନାରା ବ୍ୟାଙ୍କର ପୂର୍ବତନ ଡି.ଜି.ଏମ୍ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ମିଶ୍ର ଯୋଗ ଦେଇ ପିଲାମାନଙ୍କ ଭିତରେ ଥିବା ଅନ୍ତନିହିତ ପ୍ରତିଭାକୁ ବିକାଶ କରାଇବା ପାଇଁ ବଡମାନେ ଯନôବାନ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହା ପରେ ଅତିଥିମାନେ ଓଡିଶୀ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ପିକକ୍ର ସଂପାଦକ ରଂଜନ ମହାନ୍ତି, ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଅନୁରାଧା ମହାନ୍ତି, ଯୋଗ ଦେଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୁରଭି ଡ୍ୟାନ୍ସ ଏକାଡେମୀ, ଶ୍ରୀ, ପରମ୍ପରା, ମାନଗୋବିଣ୍ଟଟ୍ରୁପ୍ ଗ୍ରୁପ୍ର ପିଲାମାନେ ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପିକକ୍ର ରତ୍ନା ଦାଶ, ଜ୍ୟୋର୍ତୀମୟୀ ମହାପାତ୍ର , ଜ୍ୟୋତିଶଙ୍କର ମହାନ୍ତି, ଗଣେଶ୍ୱର ସିଂ, ପାଣୁ ବେହେରା, ମଦନ ମୋହନ ସ୍ୱାଇଁ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!
Powered By Indic IME